1. ଆଉ ସପ୍ତମ ମାସରେ, ସେହି ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହିଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ଵନିର ଦିନ ।
|
2. ପୁଣି ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁ; ଏକ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ;
|
6. ଏହି ସମସ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ-ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ-ନୈବେଦ୍ୟ, ଛଡ଼ା ଉତ୍ସର୍ଗ କରିବ ।
|
7. ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;
|
8. ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁ; ହେବେ;
|
11. ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ; ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
12. ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ ।
|
13. ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁ; ହେବେ ।
|
14. ପୁଣି ତହିଁର ଭକ୍ଷ୍ୟ-ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ
|
16. ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
19. ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
22. ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
25. ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
28. ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
31. ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
34. ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
36. ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁ; ଏକ ଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ,
|
38. ପୁଣି ପାପାର୍ଥକ ବଳିରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
|
39. ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ ଓ ସ୍ଵେଚ୍ଛାଦତ୍ତ ଉପହାର ସମ୍ଵନ୍ଧୀୟ ତୁମ୍ଭମାନଙ୍କ ହୋମବଳି ଓ ତୁମ୍ଭମାନଙ୍କ ଭକ୍ଷ୍ୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ଛଡ଼ା ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ।
|