ଗଣନା ପୁସ୍ତକ 29 : 1 (ORV)
ଆଉ ସପ୍ତମ ମାସରେ, ସେହି ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହିଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ଵନିର ଦିନ ।
ଗଣନା ପୁସ୍ତକ 29 : 2 (ORV)
ପୁଣି ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁ; ଏକ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ;
ଗଣନା ପୁସ୍ତକ 29 : 3 (ORV)
ଆଉ ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
ଗଣନା ପୁସ୍ତକ 29 : 4 (ORV)
ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ;
ଗଣନା ପୁସ୍ତକ 29 : 5 (ORV)
ପୁଣି ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 6 (ORV)
ଏହି ସମସ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ-ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ-ନୈବେଦ୍ୟ, ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 7 (ORV)
ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;
ଗଣନା ପୁସ୍ତକ 29 : 8 (ORV)
ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁ; ହେବେ;
ଗଣନା ପୁସ୍ତକ 29 : 9 (ORV)
ପୁଣି ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
ଗଣନା ପୁସ୍ତକ 29 : 10 (ORV)
ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା;
ଗଣନା ପୁସ୍ତକ 29 : 11 (ORV)
ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ; ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 12 (ORV)
ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ ।
ଗଣନା ପୁସ୍ତକ 29 : 13 (ORV)
ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁ; ହେବେ ।
ଗଣନା ପୁସ୍ତକ 29 : 14 (ORV)
ପୁଣି ତହିଁର ଭକ୍ଷ୍ୟ-ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ
ଗଣନା ପୁସ୍ତକ 29 : 15 (ORV)
ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା;
ଗଣନା ପୁସ୍ତକ 29 : 16 (ORV)
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 17 (ORV)
ଆଉ ଦ୍ଵିତୀୟ ଦିନରେ ନିଖୁ; ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
ଗଣନା ପୁସ୍ତକ 29 : 18 (ORV)
ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 19 (ORV)
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 20 (ORV)
ଆଉ ତୃତୀୟ ଦିନରେ ନିଖୁ; ଏଗାର ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
ଗଣନା ପୁସ୍ତକ 29 : 21 (ORV)
ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 22 (ORV)
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 23 (ORV)
ଆଉ ଚତୁର୍ଥ ଦିନରେ ନିଖୁ; ଦଶ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ
ଗଣନା ପୁସ୍ତକ 29 : 24 (ORV)
ଓ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 25 (ORV)
ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 26 (ORV)
ଆଉ ପଞ୍ଚମ ଦିନରେ ନିଖୁ; ନଅ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
ଗଣନା ପୁସ୍ତକ 29 : 27 (ORV)
ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 28 (ORV)
ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 29 (ORV)
ଆଉ ଷଷ୍ଠ ଦିନରେ ନିଖୁ; ଆଠ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
ଗଣନା ପୁସ୍ତକ 29 : 30 (ORV)
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 31 (ORV)
ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 32 (ORV)
ଆଉ ସପ୍ତମ ଦିନରେ ନିଖୁ; ସାତ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ,
ଗଣନା ପୁସ୍ତକ 29 : 33 (ORV)
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 34 (ORV)
ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 35 (ORV)
ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ ।
ଗଣନା ପୁସ୍ତକ 29 : 36 (ORV)
ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁ; ଏକ ଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ,
ଗଣନା ପୁସ୍ତକ 29 : 37 (ORV)
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
ଗଣନା ପୁସ୍ତକ 29 : 38 (ORV)
ପୁଣି ପାପାର୍ଥକ ବଳିରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 39 (ORV)
ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ ଓ ସ୍ଵେଚ୍ଛାଦତ୍ତ ଉପହାର ସମ୍ଵନ୍ଧୀୟ ତୁମ୍ଭମାନଙ୍କ ହୋମବଳି ଓ ତୁମ୍ଭମାନଙ୍କ ଭକ୍ଷ୍ୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ଛଡ଼ା ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ।
ଗଣନା ପୁସ୍ତକ 29 : 40 (ORV)
ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଲେ, ମୋଶା ସେସମସ୍ତ ଇସ୍ରାଏଲ-ସନ୍ତାନଗଣକୁ କହିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40

BG:

Opacity:

Color:


Size:


Font: