ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଏବ୍ରୀମାନଙ୍କ ନିକଟକୁ ପତ୍ର
1. ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ ।
2. କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ଵାସ ଦ୍ଵାରା ଶ୍ରୁତ ବାକ୍ୟ ନିଜସ୍ଵ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ ।
3. ଯେଣୁ ବିଶ୍ଵାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରୁ, ଯେପରି ସେ କହିଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନାବଧି ତ ସମସ୍ତ କର୍ମ ସମାପ୍ତ ହୋଇଥିଲା;
4. କାରଣ ସପ୍ତମ ଦିନ ସମ୍ଵନ୍ଧରେ ସେ କୌଣସି ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ଵର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;
5. ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ ।
6. ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର ଏବ୍ରୀ. ୩:୧୮,୧୯
7. ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର ।
8. କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ ।
9. ଅତଏବ ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।
10. ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ଵର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି ।
11. ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯନି କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ ।
12. କାରଣ ଈଶ୍ଵରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ-ସାଧକ, ପୁଣି ଦ୍ଵିଧାର ଖଡ଼୍‍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ।
13. ଈଶ୍ଵରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।
14. ଅତଏବ ସ୍ଵର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ଵରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ଵାସମତକୁ ଦୃଢ଼ ଭାବରେ ଧାରଣ କରୁ ।
15. କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ ।
16. ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।

Notes

No Verse Added

Total 13 Chapters, Current Chapter 4 of Total Chapters 13
1 2 3 4 5 6 7 8 9 10 11 12 13
ଏବ୍ରୀମାନଙ୍କ ନିକଟକୁ ପତ୍ର 4:39
1. ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ
2. କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ଵାସ ଦ୍ଵାରା ଶ୍ରୁତ ବାକ୍ୟ ନିଜସ୍ଵ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ
3. ଯେଣୁ ବିଶ୍ଵାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରୁ, ଯେପରି ସେ କହିଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ କିନ୍ତୁ ଜଗତର ପତ୍ତନାବଧି ସମସ୍ତ କର୍ମ ସମାପ୍ତ ହୋଇଥିଲା;
4. କାରଣ ସପ୍ତମ ଦିନ ସମ୍ଵନ୍ଧରେ ସେ କୌଣସି ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ଵର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;
5. ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ
6. ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ କରିବାରୁ ସେ ପୁନର୍ବାର ଏବ୍ରୀ. ୩:୧୮,୧୯
7. ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ କର
8. କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ଥାଆନ୍ତେ
9. ଅତଏବ ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି
10. ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ଵର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି
11. ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯନି କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ହୁଏ
12. କାରଣ ଈଶ୍ଵରଙ୍କ ବାକ୍ୟ ଜୀବନ୍ତ କାର୍ଯ୍ୟ-ସାଧକ, ପୁଣି ଦ୍ଵିଧାର ଖଡ଼୍‍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଆତ୍ମା, ଗ୍ରନ୍ଥି ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଭାବର ସୂକ୍ଷ୍ମ ବିଚାରକ ଅଟେ
13. ଈଶ୍ଵରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଅନାବୃତ ଅଟେ
14. ଅତଏବ ସ୍ଵର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ଵରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ଵାସମତକୁ ଦୃଢ଼ ଭାବରେ ଧାରଣ କରୁ
15. କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ
16. ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ
Total 13 Chapters, Current Chapter 4 of Total Chapters 13
1 2 3 4 5 6 7 8 9 10 11 12 13
×

Alert

×

oriya Letters Keypad References