ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 4
1 ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ ।
2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ଵାସ ଦ୍ଵାରା ଶ୍ରୁତ ବାକ୍ୟ ନିଜସ୍ଵ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ ।
3 ଯେଣୁ ବିଶ୍ଵାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରୁ, ଯେପରି ସେ କହିଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନାବଧି ତ ସମସ୍ତ କର୍ମ ସମାପ୍ତ ହୋଇଥିଲା;
4