5. ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଶେଲା ଦେଲା । ଏହାର ଜନ୍ମ ସମୟରେ ଯିହୁଦା କଷୀବରେ ଥିଲା ।
|
8. ତହିଁରେ ଯିହୁଦା ଓନନକୁ କହିଲା, ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ସହବାସ କର ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରି ଭ୍ରାତୃବଂଶ ଉତ୍ପନ୍ନ କର ।
|
9. ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଓନନ୍ ଭ୍ରାତୃଭାର୍ଯ୍ୟାର ସଙ୍ଗମ କାଳେ ଭ୍ରାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତଃପାତ କଲା ।
|
11. ସେତେବେଳେ ଯିହୁଦା ଆପଣା ପୁତ୍ରବଧୂ ତାମରକୁ କହିଲା, ମୋହର ପୁତ୍ର ଶେଲା ବଡ଼ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ବିଧବା ହୋଇ ଆପଣା ପିତୃଗୃହରେ ଯାଇ ରୁହ; ଯେହେତୁ ସେ ଭାବିଲା, କେଜାଣି ଭାଇମାନଙ୍କ ପରି ଶେଲା ହିଁ ମରିଯିବ । ଏଣୁକରି ତାମର ପିତୃଗୃହରେ ଯାଇ ବାସ କଲା ।
|
12. ଆଉ ଅନେକ ଦିନ ଗତ ହୁଅନ୍ତେ, ଶୂୟର କନ୍ୟା ଯିହୁଦାର ଭାର୍ଯ୍ୟା ମଲା; ତହିଁ ଉତ୍ତାରେ ଯିହୁଦା ସାନ୍ତ୍ଵନାଯୁକ୍ତ ହୋଇ ଅଦୁଲ୍ଲମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେଷଲୋମଚ୍ଛେଦକମାନଙ୍କ ନିକଟକୁ ଗଲା ।
|
13. ସେତେବେଳେ କେହି ଜଣେ ତାମରକୁ ସମ୍ଵାଦ ଦେଇ କହିଲା, ଦେଖ, ତୁମ୍ଭ ଶ୍ଵଶୁର ଆପଣା ମେଷଲୋମ ଚ୍ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି ।
|
14. ତହିଁରେ ତାମର ବିଧବା-ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନାର ପଥପାର୍ଶ୍ଵସ୍ଥିତ ଐନମର ପ୍ରବେଶ-ସ୍ଥାନରେ ବସି ରହିଲା; କାରଣ ସେ ଦେଖିଲା, ଶେଲା ବଡ଼ ହେଲେହେଁ ତାହା ସହିତ ଆପଣାର ବିବାହ ହେଲା ନାହିଁ ।
|
16. ଏନିମନ୍ତେ ସେ ପଥପାର୍ଶ୍ଵରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ । ତହୁଁ ତାମର କହିଲା, ତୁମ୍ଭେ ମୋʼ କତିକି ଆସିବା ପାଇଁ କଅଣ ଦେବ?
|
17. ସେ କହିଲା, ପଲରୁ ଗୋଟିଏ ଛେଳିଛୁଆ ପଠାଇ ଦେବି । ତାମର କହିଲା, ତାହା ପଠାଇବା ଯାଏ ମୋତେ କି କୌଣସି ବନ୍ଧକ ଦେବ?
|
18. ଯିହୁଦା କହିଲା, କଅଣ ବନ୍ଧକ ଦେବା? ତାମର କହିଲା, ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି । ତହୁଁ ଯିହୁଦା ତାକୁ ସେ ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ଵାରା ଗର୍ଭବତୀ ହେଲା ।
|
20. ଏଉତ୍ତାରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ଵାରା ଛେଳିଛୁଆ ପଠାଇଦେଲା, ମାତ୍ର ସେ ତାହାର ଦେଖା ପାଇଲା ନାହିଁ ।
|
21. ଏଣୁ ସେ ସେଠା ଲୋକମାନଙ୍କୁ ପଚାରିଲା, ଐନମ ପଥପାର୍ଶ୍ଵରେ ଯେଉଁ ମାହାରୀ ଥିଲା, ସେ କାହିଁ? ସେମାନେ କହିଲେ, ଏଠାରେ କୌଣସି ମାହାରୀ ରହେ ନାହିଁ ।
|
22. ଅନନ୍ତର ଯିହୁଦା ନିକଟକୁ ଫେରି ଯାଇ କହିଲା, ମୁଁ ତାହାର ଦେଖା ପାଇଲି ନାହିଁ; ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ଏ ସ୍ଥାନରେ କୌଣସି ମାହାରୀ ରହେ ନାହିଁ ।
|
23. ତେବେ ଯିହୁଦା କହିଲା, ତାହାଠାରେ ଯାହା ଅଛି, ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏହି ଛେଳିଛୁଆ ପଠାଇଲି, ମାତ୍ର ତୁମ୍ଭେ ତାʼର ଦେଖା ପାଇଲ ନାହିଁ ।
|
24. ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି । ତହିଁରେ ଯିହୁଦା କହିଲା, ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର ।
|
25. ଅନନ୍ତର ସେ ବାହାରକୁ ଅଣାଯାʼନ୍ତେ, ଆପଣା ଶ୍ଵଶୁର ନିକଟକୁ କହି ପଠାଇଲା, ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ଵାରା ଆମ୍ଭର ଗର୍ଭ ହୋଇଅଛି । ଆହୁରି କହିଲା, ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ ।
|
26. ତହୁଁ ଯିହୁଦା ସେହି ସକଳ ପଦାର୍ଥ ଆପଣାର ବୋଲି ସ୍ଵୀକାର କରି କହିଲା, ସେ ମୋʼଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋର ପୁତ୍ର ଶେଲାକୁ ଦେଲି ନାହିଁ । ମାତ୍ର ଯିହୁଦା ଆଉ ତାହା କତିକି ଗଲା ନାହିଁ ।
|
28. ଆଉ ତାହାର ପ୍ରସବ କାଳରେ ଏକ ବାଳକର ହସ୍ତ ବାହାର ହେଲା; ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୂରବର୍ଣ୍ଣ ସୂତ୍ର ବାନ୍ଧି କହିଲା, ଏ ଜ୍ୟେଷ୍ଠ ।
|
29. ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ, ତାହାର ଭ୍ରାତା ଭୂମିଷ୍ଠ ହେଲା; ତହିଁରେ ଧାତ୍ରୀ କହିଲା, ତୁମ୍ଭେ କି ପ୍ରକାରେ ଆପଣା ନିମନ୍ତେ ଭେଦ କରି ଆସିଲ? ତୁମ୍ଭଠାରେ ଏହି ଭେଦ ହେଉ । ତେଣୁ ତାହାର ନାମ ପେରସ୍ (ଭେଦ) ହେଲା ।
|