ଆଦି ପୁସ୍ତକ 38 : 1 (ORV)
ସେହି ସମୟରେ ଯିହୁଦା ଆପଣା ଭ୍ରାତୃଗଣ ନିକଟରୁ ଅଦୁଲ୍ଲମୀୟ ହୀରା ନାମକ ଜଣେ ଲୋକ ନିକଟକୁ ଗଲା ।
ଆଦି ପୁସ୍ତକ 38 : 2 (ORV)
ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା ।
ଆଦି ପୁସ୍ତକ 38 : 3 (ORV)
ଏଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ସେ ତାହାର ନାମ ଏର ଦେଲା ।
ଆଦି ପୁସ୍ତକ 38 : 4 (ORV)
ଅନନ୍ତର ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଓନନ୍ ଦେଲା ।
ଆଦି ପୁସ୍ତକ 38 : 5 (ORV)
ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଶେଲା ଦେଲା । ଏହାର ଜନ୍ମ ସମୟରେ ଯିହୁଦା କଷୀବରେ ଥିଲା ।
ଆଦି ପୁସ୍ତକ 38 : 6 (ORV)
ଅନନ୍ତର ଯିହୁଦା ତାମରନାମ୍ନୀ ଏକ କନ୍ୟା ଆଣି ଆପଣା ଜ୍ୟେଷ୍ଠ ପୁତ୍ର ଏର ସହିତ ତାହାକୁ ବିବାହ ଦେଲା । ଋତ ୪:୧୨
ଆଦି ପୁସ୍ତକ 38 : 7 (ORV)
ମାତ୍ର ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ସାକ୍ଷାତରେ ଦୁଷ୍ଟ ଥିଲା; ଏଣୁ ସଦାପ୍ରଭୁ ତାହାକୁ ବିନାଶ କଲେ ।
ଆଦି ପୁସ୍ତକ 38 : 8 (ORV)
ତହିଁରେ ଯିହୁଦା ଓନନକୁ କହିଲା, ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ସହବାସ କର ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରି ଭ୍ରାତୃବଂଶ ଉତ୍ପନ୍ନ କର ।
ଆଦି ପୁସ୍ତକ 38 : 9 (ORV)
ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଓନନ୍ ଭ୍ରାତୃଭାର୍ଯ୍ୟାର ସଙ୍ଗମ କାଳେ ଭ୍ରାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତଃପାତ କଲା ।
ଆଦି ପୁସ୍ତକ 38 : 10 (ORV)
ତାହାର ଏରୂପ କର୍ମ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା; ଏଣୁ ସେ ତାକୁ ମଧ୍ୟ ନାଶ କଲେ ।
ଆଦି ପୁସ୍ତକ 38 : 11 (ORV)
ସେତେବେଳେ ଯିହୁଦା ଆପଣା ପୁତ୍ରବଧୂ ତାମରକୁ କହିଲା, ମୋହର ପୁତ୍ର ଶେଲା ବଡ଼ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ବିଧବା ହୋଇ ଆପଣା ପିତୃଗୃହରେ ଯାଇ ରୁହ; ଯେହେତୁ ସେ ଭାବିଲା, କେଜାଣି ଭାଇମାନଙ୍କ ପରି ଶେଲା ହିଁ ମରିଯିବ । ଏଣୁକରି ତାମର ପିତୃଗୃହରେ ଯାଇ ବାସ କଲା ।
ଆଦି ପୁସ୍ତକ 38 : 12 (ORV)
ଆଉ ଅନେକ ଦିନ ଗତ ହୁଅନ୍ତେ, ଶୂୟର କନ୍ୟା ଯିହୁଦାର ଭାର୍ଯ୍ୟା ମଲା; ତହିଁ ଉତ୍ତାରେ ଯିହୁଦା ସାନ୍ତ୍ଵନାଯୁକ୍ତ ହୋଇ ଅଦୁଲ୍ଲମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେଷଲୋମଚ୍ଛେଦକମାନଙ୍କ ନିକଟକୁ ଗଲା ।
ଆଦି ପୁସ୍ତକ 38 : 13 (ORV)
ସେତେବେଳେ କେହି ଜଣେ ତାମରକୁ ସମ୍ଵାଦ ଦେଇ କହିଲା, ଦେଖ, ତୁମ୍ଭ ଶ୍ଵଶୁର ଆପଣା ମେଷଲୋମ ଚ୍ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି ।
ଆଦି ପୁସ୍ତକ 38 : 14 (ORV)
ତହିଁରେ ତାମର ବିଧବା-ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନାର ପଥପାର୍ଶ୍ଵସ୍ଥିତ ଐନମର ପ୍ରବେଶ-ସ୍ଥାନରେ ବସି ରହିଲା; କାରଣ ସେ ଦେଖିଲା, ଶେଲା ବଡ଼ ହେଲେହେଁ ତାହା ସହିତ ଆପଣାର ବିବାହ ହେଲା ନାହିଁ ।
ଆଦି ପୁସ୍ତକ 38 : 15 (ORV)
ସେତେବେଳେ ଯିହୁଦା ତାକୁ ଦେଖି ବେଶ୍ୟା ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା ।
ଆଦି ପୁସ୍ତକ 38 : 16 (ORV)
ଏନିମନ୍ତେ ସେ ପଥପାର୍ଶ୍ଵରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ । ତହୁଁ ତାମର କହିଲା, ତୁମ୍ଭେ ମୋʼ କତିକି ଆସିବା ପାଇଁ କଅଣ ଦେବ?
ଆଦି ପୁସ୍ତକ 38 : 17 (ORV)
ସେ କହିଲା, ପଲରୁ ଗୋଟିଏ ଛେଳିଛୁଆ ପଠାଇ ଦେବି । ତାମର କହିଲା, ତାହା ପଠାଇବା ଯାଏ ମୋତେ କି କୌଣସି ବନ୍ଧକ ଦେବ?
ଆଦି ପୁସ୍ତକ 38 : 18 (ORV)
ଯିହୁଦା କହିଲା, କଅଣ ବନ୍ଧକ ଦେବା? ତାମର କହିଲା, ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି । ତହୁଁ ଯିହୁଦା ତାକୁ ସେ ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ଵାରା ଗର୍ଭବତୀ ହେଲା ।
ଆଦି ପୁସ୍ତକ 38 : 19 (ORV)
ଅନନ୍ତର ତାମର ଉଠି ପ୍ରସ୍ଥାନ କଲା, ପୁଣି ଆବରକ ବସ୍ତ୍ର ପାଲଟି ବିଧବା ବସ୍ତ୍ର ପିନ୍ଧିଲା ।
ଆଦି ପୁସ୍ତକ 38 : 20 (ORV)
ଏଉତ୍ତାରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ଵାରା ଛେଳିଛୁଆ ପଠାଇଦେଲା, ମାତ୍ର ସେ ତାହାର ଦେଖା ପାଇଲା ନାହିଁ ।
ଆଦି ପୁସ୍ତକ 38 : 21 (ORV)
ଏଣୁ ସେ ସେଠା ଲୋକମାନଙ୍କୁ ପଚାରିଲା, ଐନମ ପଥପାର୍ଶ୍ଵରେ ଯେଉଁ ମାହାରୀ ଥିଲା, ସେ କାହିଁ? ସେମାନେ କହିଲେ, ଏଠାରେ କୌଣସି ମାହାରୀ ରହେ ନାହିଁ ।
ଆଦି ପୁସ୍ତକ 38 : 22 (ORV)
ଅନନ୍ତର ଯିହୁଦା ନିକଟକୁ ଫେରି ଯାଇ କହିଲା, ମୁଁ ତାହାର ଦେଖା ପାଇଲି ନାହିଁ; ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ଏ ସ୍ଥାନରେ କୌଣସି ମାହାରୀ ରହେ ନାହିଁ ।
ଆଦି ପୁସ୍ତକ 38 : 23 (ORV)
ତେବେ ଯିହୁଦା କହିଲା, ତାହାଠାରେ ଯାହା ଅଛି, ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏହି ଛେଳିଛୁଆ ପଠାଇଲି, ମାତ୍ର ତୁମ୍ଭେ ତାʼର ଦେଖା ପାଇଲ ନାହିଁ ।
ଆଦି ପୁସ୍ତକ 38 : 24 (ORV)
ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି । ତହିଁରେ ଯିହୁଦା କହିଲା, ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର ।
ଆଦି ପୁସ୍ତକ 38 : 25 (ORV)
ଅନନ୍ତର ସେ ବାହାରକୁ ଅଣାଯାʼନ୍ତେ, ଆପଣା ଶ୍ଵଶୁର ନିକଟକୁ କହି ପଠାଇଲା, ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ଵାରା ଆମ୍ଭର ଗର୍ଭ ହୋଇଅଛି । ଆହୁରି କହିଲା, ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ ।
ଆଦି ପୁସ୍ତକ 38 : 26 (ORV)
ତହୁଁ ଯିହୁଦା ସେହି ସକଳ ପଦାର୍ଥ ଆପଣାର ବୋଲି ସ୍ଵୀକାର କରି କହିଲା, ସେ ମୋʼଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋର ପୁତ୍ର ଶେଲାକୁ ଦେଲି ନାହିଁ । ମାତ୍ର ଯିହୁଦା ଆଉ ତାହା କତିକି ଗଲା ନାହିଁ ।
ଆଦି ପୁସ୍ତକ 38 : 27 (ORV)
ପୁଣି ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା ।
ଆଦି ପୁସ୍ତକ 38 : 28 (ORV)
ଆଉ ତାହାର ପ୍ରସବ କାଳରେ ଏକ ବାଳକର ହସ୍ତ ବାହାର ହେଲା; ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୂରବର୍ଣ୍ଣ ସୂତ୍ର ବାନ୍ଧି କହିଲା, ଏ ଜ୍ୟେଷ୍ଠ ।
ଆଦି ପୁସ୍ତକ 38 : 29 (ORV)
ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ, ତାହାର ଭ୍ରାତା ଭୂମିଷ୍ଠ ହେଲା; ତହିଁରେ ଧାତ୍ରୀ କହିଲା, ତୁମ୍ଭେ କି ପ୍ରକାରେ ଆପଣା ନିମନ୍ତେ ଭେଦ କରି ଆସିଲ? ତୁମ୍ଭଠାରେ ଏହି ଭେଦ ହେଉ । ତେଣୁ ତାହାର ନାମ ପେରସ୍ (ଭେଦ) ହେଲା ।
ଆଦି ପୁସ୍ତକ 38 : 30 (ORV)
ଅନନ୍ତର ହସ୍ତରେ ସିନ୍ଦୂରବର୍ଣ୍ଣ-ସୂତ୍ରବଦ୍ଧ ତାହାର ଭ୍ରାତା ଭୂମିଷ୍ଠ ହୁଅନ୍ତେ, ତାହାର ନାମ ସେରହ ହେଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30

BG:

Opacity:

Color:


Size:


Font: