1. ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଆସିଥିଲେ, ସେମାନଙ୍କ ନାମ;
|
7. ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି ସେମାନଙ୍କ ଦ୍ଵାରା ଦେଶ ପରିପୂର୍ଣ୍ଣ ହେଲା ।
|
9. ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କ-ଠାରୁ ଅଧିକ ଅଟନ୍ତି
|
10. ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଂଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଂଗେ ସାବଧାନ ହୋଇ ବ୍ୟବହାର କରୁ।
|
11. ଅନନ୍ତର ସେମାନେ ଭାରବହନ ଦ୍ଵାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି ସେମାନଙ୍କ ଦ୍ଵାରା ଫାରୋଙ୍କ ନିମନ୍ତେ ଭଣ୍ତାରର ନଗର, ଅର୍ଥାତ୍,ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ ।
|
12. ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପି ଗଲେ । ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ ।
|
14. ପୁଣି କାଦୁଅ ଓ ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ଵାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ । ସେମାନେ ଯେସମସ୍ତ ଦାସ୍ୟକର୍ମ କରାଇଲେ; ସେସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ ।
|
16. ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀକାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେ ସମୟରେ ଯେବେ ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯେବେ କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ ।
|
17. ମାତ୍ର ସେହି ଧାତ୍ରୀମାନେ ପରମେଶ୍ଵରଙ୍କୁ ଭୟ କରିବାରୁ ମିସ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ ।
|
18. ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଏପରି କାର୍ଯ୍ୟ କିହେତୁ କରୁଅଛ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ?
|
19. ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀୟା ସ୍ତ୍ରୀଗଣ ମିସ୍ରୀୟା ସ୍ତ୍ରୀଗଣ ପରି ନୁହନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି ।
|
22. ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।
|