ଯାତ୍ରା ପୁସ୍ତକ 1 : 1 (ORV)
ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଆସିଥିଲେ, ସେମାନଙ୍କ ନାମ;
ଯାତ୍ରା ପୁସ୍ତକ 1 : 2 (ORV)
ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା;
ଯାତ୍ରା ପୁସ୍ତକ 1 : 3 (ORV)
ଇଷାଖର, ସବୂଲୂନ୍ ଓ ବିନ୍ୟାମିନ;
ଯାତ୍ରା ପୁସ୍ତକ 1 : 4 (ORV)
ଦାନ ଓ ନପ୍ତାଲି; ଗାଦ ଓ ଆଶେର ।
ଯାତ୍ରା ପୁସ୍ତକ 1 : 5 (ORV)
ସର୍ବସୁଦ୍ଧା ଯାକୁବଙ୍କର କଟିରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ ।
ଯାତ୍ରା ପୁସ୍ତକ 1 : 6 (ORV)
ଅନନ୍ତର ଯୋଷେଫ ଓ ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ ।
ଯାତ୍ରା ପୁସ୍ତକ 1 : 7 (ORV)
ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି ସେମାନଙ୍କ ଦ୍ଵାରା ଦେଶ ପରିପୂର୍ଣ୍ଣ ହେଲା ।
ଯାତ୍ରା ପୁସ୍ତକ 1 : 8 (ORV)
ଅନନ୍ତର ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ ।
ଯାତ୍ରା ପୁସ୍ତକ 1 : 9 (ORV)
ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କ-ଠାରୁ ଅଧିକ ଅଟନ୍ତି
ଯାତ୍ରା ପୁସ୍ତକ 1 : 10 (ORV)
ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଂଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଂଗେ ସାବଧାନ ହୋଇ ବ୍ୟବହାର କରୁ।
ଯାତ୍ରା ପୁସ୍ତକ 1 : 11 (ORV)
ଅନନ୍ତର ସେମାନେ ଭାରବହନ ଦ୍ଵାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି ସେମାନଙ୍କ ଦ୍ଵାରା ଫାରୋଙ୍କ ନିମନ୍ତେ ଭଣ୍ତାରର ନଗର, ଅର୍ଥାତ୍,ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ ।
ଯାତ୍ରା ପୁସ୍ତକ 1 : 12 (ORV)
ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପି ଗଲେ । ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ ।
ଯାତ୍ରା ପୁସ୍ତକ 1 : 13 (ORV)
ତହିଁରେ ମିସ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ।
ଯାତ୍ରା ପୁସ୍ତକ 1 : 14 (ORV)
ପୁଣି କାଦୁଅ ଓ ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ଵାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ । ସେମାନେ ଯେସମସ୍ତ ଦାସ୍ୟକର୍ମ କରାଇଲେ; ସେସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ ।
ଯାତ୍ରା ପୁସ୍ତକ 1 : 15 (ORV)
ଅନନ୍ତର ମିସ୍ରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
ଯାତ୍ରା ପୁସ୍ତକ 1 : 16 (ORV)
ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀକାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେ ସମୟରେ ଯେବେ ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯେବେ କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ ।
ଯାତ୍ରା ପୁସ୍ତକ 1 : 17 (ORV)
ମାତ୍ର ସେହି ଧାତ୍ରୀମାନେ ପରମେଶ୍ଵରଙ୍କୁ ଭୟ କରିବାରୁ ମିସ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ ।
ଯାତ୍ରା ପୁସ୍ତକ 1 : 18 (ORV)
ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଏପରି କାର୍ଯ୍ୟ କିହେତୁ କରୁଅଛ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ?
ଯାତ୍ରା ପୁସ୍ତକ 1 : 19 (ORV)
ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀୟା ସ୍ତ୍ରୀଗଣ ମିସ୍ରୀୟା ସ୍ତ୍ରୀଗଣ ପରି ନୁହନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି ।
ଯାତ୍ରା ପୁସ୍ତକ 1 : 20 (ORV)
ପୁଣି ପରମେଶ୍ଵର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟ; ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ ।
ଯାତ୍ରା ପୁସ୍ତକ 1 : 21 (ORV)
ସେହି ଧାତ୍ରୀମାନେ ପରମେଶ୍ଵରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ।
ଯାତ୍ରା ପୁସ୍ତକ 1 : 22 (ORV)
ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: