3. ଯିହୁଦାର ପୁତ୍ରଗଣ; ଯଥା ଏର୍ ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ । ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ ।
|
4. ପୁଣି ଯିହୁଦାର ପୁତ୍ରବଧୁ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା । ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ ।
|
18. ଆଉ ହିଷ୍ରୋଣର ପୁତ୍ର କାଲେବ୍ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର ।
|
21. ଏଥିଉତ୍ତାରେ ହିଷ୍ରୋଣ୍ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକି ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା ।
|
23. ଆଉ ଗଶୂର ଓ ଅରାମ୍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ । ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ ।
|
24. ପୁଣି ହିଷ୍ରୋଣ କାଲେବ୍-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟାହ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା ।
|
25. ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା ଓ ଓରଣ ଓ ଓତ୍ସମ୍ ଓ ଅହୀୟ ।
|
42. ଯିରହମେଲର ଭ୍ରାତା କାଲେବ୍ର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମୋଶା ସୀଫ୍ର ପିତା ଥିଲା; ପୁଣି ହିବ୍ରୋଣର ପିତା ମାରେଶାର ପୁତ୍ରଗଣ ।
|
49. ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଆକ୍ଷା କାଲେବ୍ର କନ୍ୟା ଥିଲା ।
|
53. ଆଉ କିରୀୟତ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ ଓ ପୂଥୀୟ ଓ ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କ ଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ ।
|
54. ଶଲ୍ମର ସନ୍ତାନଗଣ; ଯଥା, ବୈଥ୍ଲେହେମ୍ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମନହୋତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ ।
|
55. ଆଉ ଯାବେସ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ । ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତଠାରୁ ଉତ୍ପନ୍ନ କୀନୀୟ ଲୋକ ।
|