Oriya ବାଇବଲ |

ପ୍ରଥମ ବଂଶାବଳୀ total 29 ଅଧ୍ୟାୟଗୁଡ଼ିକ

ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 2
ପ୍ରଥମ ବଂଶାବଳୀ ଅଧ୍ୟାୟ 2

1 ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍, ଶିମୀୟୋନ୍, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୁନ୍;

2 ଦାନ, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍ ଓ ଆଶେର୍ ।

3 ଯିହୁଦାର ପୁତ୍ରଗଣ; ଯଥା ଏର୍ ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ । ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ ।

4 ପୁଣି ଯିହୁଦାର ପୁତ୍ରବଧୁ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା । ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

5 ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ୍ ।

6 ପୁଣି ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ୍ ଓ କଲ୍‍କୋଲ୍ ଓ ଦେରା; ସର୍ବସୁଦ୍ଧା ପାଞ୍ଚ ଜଣ ।

7 କମର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟଲଙ୍ଘନ କରିଥିଲା ।

8 ପୁଣି ଏଥନ୍ର ପୁତ୍ର ଅସରୀୟା ।

9 ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ୍ ଓ ରାମ୍ ଓ କାଲୁବାୟ,

ପ୍ରଥମ ବଂଶାବଳୀ ଅଧ୍ୟାୟ 2

10 ପୁଣି ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି ଅମ୍ମୀନାଦବ୍ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା ।

11 ଆଉ ନହଶୋନ୍ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;

12 ବୋୟଜ ଓବେଦ୍କୁ ଜାତ କଲା, ଓବେଦ୍ ଯିଶୀକି ଜାତ କଲା ।

13 ପୁଣି ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବକୁ ଓ ଦ୍ଵିତୀୟ ଅବୀନାଦବକୁ ଓ ତୃତୀୟ ଶମ୍ମକୁ;

14 ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;

ପ୍ରଥମ ବଂଶାବଳୀ ଅଧ୍ୟାୟ 2

15 ଷଷ୍ଠ ଓତ୍ସମକୁ, ସପ୍ତମ ଦାଉଦଙ୍କୁ ଜାତ କଲା;

16 ପୁଣି ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ । ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ୍, ଏ ତିନି ସରୁୟାର ପୁତ୍ର ।

17 ପୁଣି ଅବୀଗଲ ଅମାସାକୁ ଜାତ କଲାନ୍ତଏହି ଅମାସାର ପିତା ଇଶ୍ମାଏଲୀୟ ଯେଥର ଥିଲା ।

18 ଆଉ ହିଷ୍ରୋଣର ପୁତ୍ର କାଲେବ୍ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

19 ପୁଣି ଅସୂବା ମଲା ଉତ୍ତାରେ କାଲେବ୍ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା ।

20 ପୁଣି ହୂର ଊରିକି ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା ।

21 ଏଥିଉତ୍ତାରେ ହିଷ୍ରୋଣ୍ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକି ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା ।

22 ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

23 ଆଉ ଗଶୂର ଓ ଅରାମ୍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ । ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ ।

24 ପୁଣି ହିଷ୍ରୋଣ କାଲେବ୍-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟାହ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା ।

25 ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା ଓ ଓରଣ ଓ ଓତ୍ସମ୍ ଓ ଅହୀୟ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

26 ପୁଣି ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା ।

27 ଆଉ ଯିରହମେଲର ପ୍ରଥମଜାତ ଅରାମର ପୁତ୍ର ମାଷ୍ ଓ ଯାମୀନ୍ ଓ ଏକର ।

28 ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍ ଓ ଅବୀଶୂର ।

29 ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ୍ ଓ ସେ ତାହାର ଔରସରେ ଅହବାନ୍ ଓ ମୋଲୀଦକୁ ଜାତ କଲା ।

30 ପୁଣି ନାଦବର ପୁତ୍ର ସେଲଦ୍ ଓ ଅପ୍ପୟିମ୍; ମାତ୍ର ସେଲଦ୍ ନିଃସନ୍ତାନ ହୋଇ ମଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

31 ଆଉ ଅପ୍ପୟିମର ପୁତ୍ର ଯିଶୟି, ପୁଣି ଯିଶୟିର ପୁତ୍ର ଶେଶନ୍ । ଶେଶନ୍ର ପୁତ୍ର ଅହଲୟ ।

32 ପୁଣି ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ୍; ଯେଥର ନିଃସନ୍ତାନ ହୋଇ ମଲା ।

33 ପୁଣି ଯୋନାଥନ୍ର ପୁତ୍ର ପେଲତ୍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ ।

34 ଶେଶନ୍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ । ପୁଣି ଶେଶନ୍ର ଜଣେ ମିସ୍ରୀୟ ଦାସ ଥିଲା, ତାହାର ନାମ ଯାର୍ହା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

35 ଆଉ ଶେଶନ୍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରରେ ଅତ୍ତୟକୁ ଯାତ କଲା ।

36 ପୁଣି ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦକୁ ଜାତ କଲା,

37 ସାବଦ୍ ଇଫ୍ଲଲକୁ ଜାତ କଲା ଓ ଇଫ୍ଲଲ ଓବେଦ୍କୁ ଜାତ କଲା;

38 ଓବେଦ୍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;

39 ପୁଣି ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା;

ପ୍ରଥମ ବଂଶାବଳୀ ଅଧ୍ୟାୟ 2

40 ପୁଣି ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍କୁ ଜାତ କଲା;

41 ଶଲ୍ଲୁମ୍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା ।

42 ଯିରହମେଲର ଭ୍ରାତା କାଲେବ୍ର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମୋଶା ସୀଫ୍ର ପିତା ଥିଲା; ପୁଣି ହିବ୍ରୋଣର ପିତା ମାରେଶାର ପୁତ୍ରଗଣ ।

43 ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍, ଶେମା ।

44 ପୁଣି ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍ ଶମ୍ମୟକୁ ଜାତ କଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

45 ଆଉ ଶମ୍ମୟର ପୁତ୍ର ମାୟୋନ୍; ମାୟୋନ୍ ବୈଥ୍ସୂରର ପିତା ଥିଲା ।

46 ପୁଣି କାଲେବ୍ର ଉପପନିୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା ।

47 ଆଉ ଯେହଦୟର ପୁତ୍ର ରେଗମ୍ ଓ ଯୋଥମ୍ ଓ ଗେଶନ୍ ଓ ପେଲଟ ଓ ଐଫା ଓ ଶାଫ୍ ।

48 ପୁଣି କାଲେବ୍ର ଉପପନିୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା ।

49 ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଆକ୍ଷା କାଲେବ୍ର କନ୍ୟା ଥିଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

50 କାଲେବ୍ର ସନ୍ତାନଗଣ; ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍ କିରୀୟତ୍-ଯିୟାରୀମ୍ର ପିତା;

51 ଶଲ୍ମ ବୈଥ୍ଲେହମ୍ର ପିତା, ହାରେଫ୍ ବୈଥ୍ଗାଦରର ପିତା;

52 ଆଉ କିରୀୟତ୍-ଯିୟାରୀମ୍ର ପିତା ଶୋବଲର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ ।

53 ଆଉ କିରୀୟତ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ ଓ ପୂଥୀୟ ଓ ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କ ଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 2

54 ଶଲ୍ମର ସନ୍ତାନଗଣ; ଯଥା, ବୈଥ୍ଲେହେମ୍ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମନହୋତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ ।

55 ଆଉ ଯାବେସ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ । ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତଠାରୁ ଉତ୍ପନ୍ନ କୀନୀୟ ଲୋକ ।