ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ
1. ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ଵାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ ।
2. ପୁଣି ସେ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ ।
3. ଅର୍ଥାତ୍, ସେମାନେ ସ୍ଵର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ଵାରା ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ ।
4. ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ତରେ ପରସ୍ପର ଯୋଡ଼ ଦିଆଗଲା ।
5. ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିର୍ମିତ ହେଲା ।
6. ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ଵର୍ଣ୍ଣା-ଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
7. ପୁଣି ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ ।
8. ଅନନ୍ତର ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
9. ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ତ ଦୀର୍ଘ ଓ ଏକ ଚାଖଣ୍ତ ପ୍ରସ୍ଥ କଲେ ।
10. ପୁଣି, ତାହା ଚାରି ପଂକ୍ତି ମଣିରେ ଖଚିତ କଲେ; ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ,
11. ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ,
12. ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା,
13. ପୁଣି ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକା; ମଣି ଥିଲା; ଏହିସବୁ ମଣି ସ୍ଵର୍ଣ୍ଣାଧାରରେ ବସାଗଲା ।
14. ପୁଣି ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ସେମାନଙ୍କ ନାମାନୁସାରେ ଦ୍ଵାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ଵାଦଶ ବଂଶର ଏକ ଏକ ନାମ ରହିଲା ।
15. ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ଵାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ ।
16. ଦୁଇ ସ୍ଵର୍ଣ୍ଣାଧାରା ଓ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ ।
17. ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇଲେ ।
18. ପୁଣି ମୋଡ଼ା ଜଞ୍ଜିରର ଦୁଇ ମୁଣ୍ତ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ ।
19. ପୁଣି, ସେମାନେ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ ।
20. ସେମାନେ ଆଉ ଦୁଇ ସ୍ଵର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ ।
21. ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ଵାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା ।
22. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କଲେ ।
23. ସେହି ଚୋଗା ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ-ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ତି ନ ଯାଏ, ଏଥିପାଇଁ ସେହି ଗଳାର ଚାରି ପାଖରେ ବୁଣା କର୍ମ ଥିଲା ।
24. ପୁଣି ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ଵ ନିର୍ମାଣ କଲେ ।
25. ଆଉ ସେମାନେ ଡାଳିମ୍ଵ ମଧ୍ୟରେ ନିର୍ମଳ ସ୍ଵର୍ଣ୍ଣ ଦ୍ଵାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ଵର ମଧ୍ୟେ ମଧ୍ୟେ ରଖିଲେ;
26. ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ ଓ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ, ଏହିରୂପେ କଲେ ।
27. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ତନ୍ତୁବାୟ ନିର୍ମିତ ଜାମା
28. ଓ ଶୁଭ୍ର କ୍ଷୌମସୂତ୍ରନିର୍ମିତ ପାଗ ଓ ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ ।
29. ଆଉ ବଳା ଶୁଭ୍ର କ୍ଷୋମ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
30. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ ।
31. ପୁଣି ଊର୍ଦ୍ଧ୍ଵରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ ।
32. ଏହି ପ୍ରକାରେ ସମାଗମ-ତମ୍ଵୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ ।
33. ଅନନ୍ତର ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ଵୁ ଓ ତହିଁର ସକଳ ପାତ୍ର, ଘୁଣ୍ତି, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;
34. ପୁଣି ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଓ ଶିଶୁକଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର;
35. ସାକ୍ଷ୍ୟସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ
36. ମେଜ, ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୋଟୀ,
37. ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;
38. ଆଉ ସ୍ଵର୍ଣ୍ଣମୟ ବେଦି ଓ ଅଭିଷେକାର୍ଥକ ତୈଳ ଓ ଧୂପାର୍ଥକ ସୁଗନ୍ଧିଦ୍ରବ୍ୟ ଓ ତମ୍ଵୁ-ଦ୍ଵାରର ଆଚ୍ଛାଦନବସ୍ତ୍ର;
39. ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ,ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି;
40. ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, ତହିଁର ରଜ୍ଜ୍ଵୁ ଓ ମେଖ ଓ ସମାଗମ-ତମ୍ଵୁ ନିମନ୍ତେ ଆବାସର କାର୍ଯ୍ୟସମ୍ଵନ୍ଧୀୟ ସକଳ ପାତ୍ର;
41. ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ଵନ୍ଧୀୟ ବସ୍ତ୍ର,
42. ଇତ୍ୟାଦି ଯେ ଯେ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
43. ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।

Notes

No Verse Added

Total 40 Chapters, Current Chapter 39 of Total Chapters 40
ଯାତ୍ରା ପୁସ୍ତକ 39:18
1. ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ଵାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ
2. ପୁଣି ସେ ସୁବର୍ଣ୍ଣ ଦ୍ଵାରା ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ
3. ଅର୍ଥାତ୍, ସେମାନେ ସ୍ଵର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ଵାରା ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ
4. ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ତରେ ପରସ୍ପର ଯୋଡ଼ ଦିଆଗଲା
5. ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ଵାରା ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିର୍ମିତ ହେଲା
6. ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ସ୍ଵର୍ଣ୍ଣା-ଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
7. ପୁଣି ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ
8. ଅନନ୍ତର ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ଵାରା ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
9. ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ତ ଦୀର୍ଘ ଏକ ଚାଖଣ୍ତ ପ୍ରସ୍ଥ କଲେ
10. ପୁଣି, ତାହା ଚାରି ପଂକ୍ତି ମଣିରେ ଖଚିତ କଲେ; ତହିଁର ପ୍ରଥମ ପଂକ୍ତିରେ ଚୁଣି ପୀତମଣି ମରକତ,
11. ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ନୀଳକା; ହୀରକ,
12. ତୃତୀୟ ପଂକ୍ତିରେ ପେରୋଜ ଯିସ୍ମ କଟାହେଳା,
13. ପୁଣି ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ ଗୋମେଦକ ସୂର୍ଯ୍ୟକା; ମଣି ଥିଲା; ଏହିସବୁ ମଣି ସ୍ଵର୍ଣ୍ଣାଧାରରେ ବସାଗଲା
14. ପୁଣି ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ସେମାନଙ୍କ ନାମାନୁସାରେ ଦ୍ଵାଦଶ ହେଲା ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ଵାଦଶ ବଂଶର ଏକ ଏକ ନାମ ରହିଲା
15. ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ଵାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ
16. ଦୁଇ ସ୍ଵର୍ଣ୍ଣାଧାରା ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ
17. ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇଲେ
18. ପୁଣି ମୋଡ଼ା ଜଞ୍ଜିରର ଦୁଇ ମୁଣ୍ତ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ
19. ପୁଣି, ସେମାନେ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ
20. ସେମାନେ ଆଉ ଦୁଇ ସ୍ଵର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ
21. ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ଵାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା
22. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କଲେ
23. ସେହି ଚୋଗା ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ-ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ତି ଯାଏ, ଏଥିପାଇଁ ସେହି ଗଳାର ଚାରି ପାଖରେ ବୁଣା କର୍ମ ଥିଲା
24. ପୁଣି ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ଵ ନିର୍ମାଣ କଲେ
25. ଆଉ ସେମାନେ ଡାଳିମ୍ଵ ମଧ୍ୟରେ ନିର୍ମଳ ସ୍ଵର୍ଣ୍ଣ ଦ୍ଵାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ଵର ମଧ୍ୟେ ମଧ୍ୟେ ରଖିଲେ;
26. ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ, ଏହିରୂପେ କଲେ
27. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ତନ୍ତୁବାୟ ନିର୍ମିତ ଜାମା
28. ଶୁଭ୍ର କ୍ଷୌମସୂତ୍ରନିର୍ମିତ ପାଗ ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଶିରୋଭୂଷଣ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ
29. ଆଉ ବଳା ଶୁଭ୍ର କ୍ଷୋମ ନୀଳ ଧୂମ୍ର ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
30. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ
31. ପୁଣି ଊର୍ଦ୍ଧ୍ଵରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ
32. ଏହି ପ୍ରକାରେ ସମାଗମ-ତମ୍ଵୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ
33. ଅନନ୍ତର ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ଵୁ ତହିଁର ସକଳ ପାତ୍ର, ଘୁଣ୍ତି, ପଟା, ଅର୍ଗଳ, ଆଉ ସ୍ତମ୍ଭ ଚୁଙ୍ଗୀ;
34. ପୁଣି ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଶିଶୁକଚର୍ମ ନିର୍ମିତ ଛାତ ଆଚ୍ଛାଦନର ବିଚ୍ଛେଦବସ୍ତ୍ର;
35. ସାକ୍ଷ୍ୟସିନ୍ଦୁକ ତହିଁର ସାଙ୍ଗୀ ପାପାଚ୍ଛାଦନ
36. ମେଜ, ତହିଁର ସକଳ ପାତ୍ର ଦର୍ଶନୀୟ ରୋଟୀ,
37. ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ତହିଁର ସକଳ ପାତ୍ର ଦୀପାର୍ଥକ ତୈଳ;
38. ଆଉ ସ୍ଵର୍ଣ୍ଣମୟ ବେଦି ଅଭିଷେକାର୍ଥକ ତୈଳ ଧୂପାର୍ଥକ ସୁଗନ୍ଧିଦ୍ରବ୍ୟ ତମ୍ଵୁ-ଦ୍ଵାରର ଆଚ୍ଛାଦନବସ୍ତ୍ର;
39. ପିତ୍ତଳର ବେଦି ତହିଁର ପିତ୍ତଳ-ଝାଞ୍ଜିରୀ,ତହିଁର ସାଙ୍ଗୀ ସକଳ ପାତ୍ର, ପ୍ରକ୍ଷାଳନପାତ୍ର ତହିଁର ବୈଠିକି;
40. ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଚୁଙ୍ଗୀ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, ତହିଁର ରଜ୍ଜ୍ଵୁ ମେଖ ସମାଗମ-ତମ୍ଵୁ ନିମନ୍ତେ ଆବାସର କାର୍ଯ୍ୟସମ୍ଵନ୍ଧୀୟ ସକଳ ପାତ୍ର;
41. ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ଵନ୍ଧୀୟ ବସ୍ତ୍ର,
42. ଇତ୍ୟାଦି ଯେ ଯେ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
43. ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।
Total 40 Chapters, Current Chapter 39 of Total Chapters 40
×

Alert

×

oriya Letters Keypad References