ଯାତ୍ରା ପୁସ୍ତକ 39 : 1 (ORV)
ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ଵାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ ।
ଯାତ୍ରା ପୁସ୍ତକ 39 : 2 (ORV)
ପୁଣି ସେ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ ।
ଯାତ୍ରା ପୁସ୍ତକ 39 : 3 (ORV)
ଅର୍ଥାତ୍, ସେମାନେ ସ୍ଵର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ଵାରା ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ ।
ଯାତ୍ରା ପୁସ୍ତକ 39 : 4 (ORV)
ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ତରେ ପରସ୍ପର ଯୋଡ଼ ଦିଆଗଲା ।
ଯାତ୍ରା ପୁସ୍ତକ 39 : 5 (ORV)
ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିର୍ମିତ ହେଲା ।
ଯାତ୍ରା ପୁସ୍ତକ 39 : 6 (ORV)
ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ଵର୍ଣ୍ଣା-ଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 7 (ORV)
ପୁଣି ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ ।
ଯାତ୍ରା ପୁସ୍ତକ 39 : 8 (ORV)
ଅନନ୍ତର ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
ଯାତ୍ରା ପୁସ୍ତକ 39 : 9 (ORV)
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ତ ଦୀର୍ଘ ଓ ଏକ ଚାଖଣ୍ତ ପ୍ରସ୍ଥ କଲେ ।
ଯାତ୍ରା ପୁସ୍ତକ 39 : 10 (ORV)
ପୁଣି, ତାହା ଚାରି ପଂକ୍ତି ମଣିରେ ଖଚିତ କଲେ; ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ,
ଯାତ୍ରା ପୁସ୍ତକ 39 : 11 (ORV)
ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ,
ଯାତ୍ରା ପୁସ୍ତକ 39 : 12 (ORV)
ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା,
ଯାତ୍ରା ପୁସ୍ତକ 39 : 13 (ORV)
ପୁଣି ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକା; ମଣି ଥିଲା; ଏହିସବୁ ମଣି ସ୍ଵର୍ଣ୍ଣାଧାରରେ ବସାଗଲା ।
ଯାତ୍ରା ପୁସ୍ତକ 39 : 14 (ORV)
ପୁଣି ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ସେମାନଙ୍କ ନାମାନୁସାରେ ଦ୍ଵାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ଵାଦଶ ବଂଶର ଏକ ଏକ ନାମ ରହିଲା ।
ଯାତ୍ରା ପୁସ୍ତକ 39 : 15 (ORV)
ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ଵାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ ।
ଯାତ୍ରା ପୁସ୍ତକ 39 : 16 (ORV)
ଦୁଇ ସ୍ଵର୍ଣ୍ଣାଧାରା ଓ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ ।
ଯାତ୍ରା ପୁସ୍ତକ 39 : 17 (ORV)
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇଲେ ।
ଯାତ୍ରା ପୁସ୍ତକ 39 : 18 (ORV)
ପୁଣି ମୋଡ଼ା ଜଞ୍ଜିରର ଦୁଇ ମୁଣ୍ତ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ ।
ଯାତ୍ରା ପୁସ୍ତକ 39 : 19 (ORV)
ପୁଣି, ସେମାନେ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ ।
ଯାତ୍ରା ପୁସ୍ତକ 39 : 20 (ORV)
ସେମାନେ ଆଉ ଦୁଇ ସ୍ଵର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ ।
ଯାତ୍ରା ପୁସ୍ତକ 39 : 21 (ORV)
ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ଵାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା ।
ଯାତ୍ରା ପୁସ୍ତକ 39 : 22 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କଲେ ।
ଯାତ୍ରା ପୁସ୍ତକ 39 : 23 (ORV)
ସେହି ଚୋଗା ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ-ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ତି ନ ଯାଏ, ଏଥିପାଇଁ ସେହି ଗଳାର ଚାରି ପାଖରେ ବୁଣା କର୍ମ ଥିଲା ।
ଯାତ୍ରା ପୁସ୍ତକ 39 : 24 (ORV)
ପୁଣି ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ଵ ନିର୍ମାଣ କଲେ ।
ଯାତ୍ରା ପୁସ୍ତକ 39 : 25 (ORV)
ଆଉ ସେମାନେ ଡାଳିମ୍ଵ ମଧ୍ୟରେ ନିର୍ମଳ ସ୍ଵର୍ଣ୍ଣ ଦ୍ଵାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ଵର ମଧ୍ୟେ ମଧ୍ୟେ ରଖିଲେ;
ଯାତ୍ରା ପୁସ୍ତକ 39 : 26 (ORV)
ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ ଓ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ଵ, ଏହିରୂପେ କଲେ ।
ଯାତ୍ରା ପୁସ୍ତକ 39 : 27 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ତନ୍ତୁବାୟ ନିର୍ମିତ ଜାମା
ଯାତ୍ରା ପୁସ୍ତକ 39 : 28 (ORV)
ଓ ଶୁଭ୍ର କ୍ଷୌମସୂତ୍ରନିର୍ମିତ ପାଗ ଓ ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ ।
ଯାତ୍ରା ପୁସ୍ତକ 39 : 29 (ORV)
ଆଉ ବଳା ଶୁଭ୍ର କ୍ଷୋମ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 30 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ ।
ଯାତ୍ରା ପୁସ୍ତକ 39 : 31 (ORV)
ପୁଣି ଊର୍ଦ୍ଧ୍ଵରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ ।
ଯାତ୍ରା ପୁସ୍ତକ 39 : 32 (ORV)
ଏହି ପ୍ରକାରେ ସମାଗମ-ତମ୍ଵୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ ।
ଯାତ୍ରା ପୁସ୍ତକ 39 : 33 (ORV)
ଅନନ୍ତର ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ଵୁ ଓ ତହିଁର ସକଳ ପାତ୍ର, ଘୁଣ୍ତି, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;
ଯାତ୍ରା ପୁସ୍ତକ 39 : 34 (ORV)
ପୁଣି ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଓ ଶିଶୁକଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର;
ଯାତ୍ରା ପୁସ୍ତକ 39 : 35 (ORV)
ସାକ୍ଷ୍ୟସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ
ଯାତ୍ରା ପୁସ୍ତକ 39 : 36 (ORV)
ମେଜ, ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୋଟୀ,
ଯାତ୍ରା ପୁସ୍ତକ 39 : 37 (ORV)
ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;
ଯାତ୍ରା ପୁସ୍ତକ 39 : 38 (ORV)
ଆଉ ସ୍ଵର୍ଣ୍ଣମୟ ବେଦି ଓ ଅଭିଷେକାର୍ଥକ ତୈଳ ଓ ଧୂପାର୍ଥକ ସୁଗନ୍ଧିଦ୍ରବ୍ୟ ଓ ତମ୍ଵୁ-ଦ୍ଵାରର ଆଚ୍ଛାଦନବସ୍ତ୍ର;
ଯାତ୍ରା ପୁସ୍ତକ 39 : 39 (ORV)
ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ,ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି;
ଯାତ୍ରା ପୁସ୍ତକ 39 : 40 (ORV)
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, ତହିଁର ରଜ୍ଜ୍ଵୁ ଓ ମେଖ ଓ ସମାଗମ-ତମ୍ଵୁ ନିମନ୍ତେ ଆବାସର କାର୍ଯ୍ୟସମ୍ଵନ୍ଧୀୟ ସକଳ ପାତ୍ର;
ଯାତ୍ରା ପୁସ୍ତକ 39 : 41 (ORV)
ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ଵନ୍ଧୀୟ ବସ୍ତ୍ର,
ଯାତ୍ରା ପୁସ୍ତକ 39 : 42 (ORV)
ଇତ୍ୟାଦି ଯେ ଯେ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
ଯାତ୍ରା ପୁସ୍ତକ 39 : 43 (ORV)
ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43

BG:

Opacity:

Color:


Size:


Font: