ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ନିରାପତ୍ତା ପାଇଁ ପ୍ରାର୍ଥନା} [PS] ହେ ମୋହର ପରମେଶ୍ୱର, ମୋ’ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; [QBR] ମୋ’ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର। [QBR]
2. ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, [QBR] ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର। [QBR]
3. କାରଣ ଦେଖ, ସେମାନେ ମୋ’ ପ୍ରାଣ ପାଇଁ ଛକି ବସନ୍ତି; [QBR] ବଳବାନମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; [QBR] ହେ ସଦାପ୍ରଭୁ, ମୋହର ଅପରାଧ କିଅବା ମୋ’ ପାପ ସକାଶୁ ନୁହେଁ। [QBR]
4. ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି; [QBR] ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର। [QBR]
5. ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, [QBR] ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ; [QBR] କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। [ସେଲା] [QBR]
6. ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତି [QBR] ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। [QBR]
7. ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍‍ଗାର କରନ୍ତି; [QBR] ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; [QBR] କାରଣ ସେମାନେ କହନ୍ତି, କିଏ ଆମ୍ଭମାନଙ୍କୁ ଶୁଣିବ ? [QBR]
8. ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; [QBR] ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ। [QBR]
9. ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; [QBR] କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି। [QBR]
10. ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; [QBR] ପରମେଶ୍ୱର ମୋ’ ଶତ୍ରୁମାନଙ୍କ ଉପରେ ମୋ’ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ। [QBR]
11. ସେମାନଙ୍କୁ ବଧ କର ନାହିଁ, କେଜାଣି ମୋ’ ଲୋକମାନେ ପାସୋରି ଯିବେ; [QBR] ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୁ, [QBR] ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର। [QBR]
12. ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, [QBR] ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ [QBR] ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ। [QBR]
13. ଯେପରି ସେମାନେ ଆଉ ନ ଥିବେ, [QBR] ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର; [QBR] ପୁଣି, ପରମେଶ୍ୱର ଯେ ଯାକୁବ [* ଯାକୁବ ଅର୍ଥାତ୍ ଇସ୍ରାଏଲ] ମଧ୍ୟରେ, [QBR] ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। [ସେଲା] [QBR]
14. ଆଉ, ସେମାନେ ସନ୍ଧ୍ୟାବେଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତୁ [QBR] ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ। [QBR]
15. ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ। [QBR] ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ। [† ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ] [QBR]
16. ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି [QBR] ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; [QBR] କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ। [QBR]
17. ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; [QBR] ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର। [PE]

Notes

No Verse Added

Total 150 Chapters, Current Chapter 59 of Total Chapters 150
ଗୀତସଂହିତା 59:14
1. {ନିରାପତ୍ତା ପାଇଁ ପ୍ରାର୍ଥନା} PS ହେ ମୋହର ପରମେଶ୍ୱର, ମୋ’ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;
ମୋ’ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।
2. ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର,
ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
3. କାରଣ ଦେଖ, ସେମାନେ ମୋ’ ପ୍ରାଣ ପାଇଁ ଛକି ବସନ୍ତି;
ବଳବାନମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି;
ହେ ସଦାପ୍ରଭୁ, ମୋହର ଅପରାଧ କିଅବା ମୋ’ ପାପ ସକାଶୁ ନୁହେଁ।
4. ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି;
ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଦୃଷ୍ଟିପାତ କର।
5. ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର,
ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ;
କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। ସେଲା
6. ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତି
ନଗର ଚାରିଆଡ଼େ ଭ୍ରମଣ କରନ୍ତି।
7. ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍‍ଗାର କରନ୍ତି;
ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ;
କାରଣ ସେମାନେ କହନ୍ତି, କିଏ ଆମ୍ଭମାନଙ୍କୁ ଶୁଣିବ ?
8. ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି ହସିବ;
ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।
9. ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି;
କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
10. ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ;
ପରମେଶ୍ୱର ମୋ’ ଶତ୍ରୁମାନଙ୍କ ଉପରେ ମୋ’ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।
11. ସେମାନଙ୍କୁ ବଧ କର ନାହିଁ, କେଜାଣି ମୋ’ ଲୋକମାନେ ପାସୋରି ଯିବେ;
ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୁ,
ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।
12. ସେମାନଙ୍କ ମୁଖର ପାପ ସେମାନଙ୍କ ଓଷ୍ଠାଧରର ବାକ୍ୟ,
ପୁଣି, ସେମାନଙ୍କର କଥିତ ଅଭିଶାପ ମିଥ୍ୟା ସକାଶୁ
ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।
13. ଯେପରି ସେମାନେ ଆଉ ଥିବେ,
ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର;
ପୁଣି, ପରମେଶ୍ୱର ଯେ ଯାକୁବ * ଯାକୁବ ଅର୍ଥାତ୍ ଇସ୍ରାଏଲ ମଧ୍ୟରେ,
ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। ସେଲା
14. ଆଉ, ସେମାନେ ସନ୍ଧ୍ୟାବେଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତୁ
ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।
15. ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ।
ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ। ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ
16. ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି
ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି;
କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।
17. ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି;
ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର। PE
Total 150 Chapters, Current Chapter 59 of Total Chapters 150
×

Alert

×

oriya Letters Keypad References