ଗୀତସଂହିତା 59 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ଵରରେ ଦାଉଦଙ୍କର ଗୀତ; ମିକ୍ତାମ୍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ । ହେ ମୋହର ପରମେଶ୍ଵର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର ।
ଗୀତସଂହିତା 59 : 2 (ORV)
ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର ।
ଗୀତସଂହିତା 59 : 3 (ORV)
କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ ।
ଗୀତସଂହିତା 59 : 4 (ORV)
ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି; ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର ।
ଗୀତସଂହିତା 59 : 5 (ORV)
ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ଵର, ଇସ୍ରାଏଲର ପରମେଶ୍ଵର, ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ; କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ । [ସେଲା
ଗୀତସଂହିତା 59 : 6 (ORV)
ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶଦ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି ।
ଗୀତସଂହିତା 59 : 7 (ORV)
ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ଼୍‍ଗ ଥାଏ; କାରଣ କିଏ ଶୁଣିବ? ଏହା ସେମାନେ କହନ୍ତି,
ଗୀତସଂହିତା 59 : 8 (ORV)
ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ ।
ଗୀତସଂହିତା 59 : 9 (ORV)
ହେ ମୋହର ବଳ ସ୍ଵରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ଵର ମୋହର ଉଚ୍ଚ ଦୁର୍ଗ ଅଟନ୍ତି ।
ଗୀତସଂହିତା 59 : 10 (ORV)
ମୋହର ଦୟାବାନ ପରମେଶ୍ଵର ମୋହର ସମ୍ମୁଖବର୍ତ୍ତୀ ହେବେ; ପରମେଶ୍ଵର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ ।
ଗୀତସଂହିତା 59 : 11 (ORV)
ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ; ହେ ଆମ୍ଭମାନଙ୍କ ଢାଲ ସ୍ଵରୂପ ପ୍ରଭୋ, ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର ।
ଗୀତସଂହିତା 59 : 12 (ORV)
ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, ପୁଣି ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ ।
ଗୀତସଂହିତା 59 : 13 (ORV)
ଯେପରି ସେମାନେ ଆଉ ନ ଥିବେ, ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର; ପୁଣି, ପରମେଶ୍ଵର ଯେ ଯାକୁବ ମଧ୍ୟରେ, ପୃଥିବୀର ପ୍ରା; ପର୍ଯ୍ୟନ୍ତ କର୍ତ୍ତୃତ୍ଵ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ । [ସେଲା
ଗୀତସଂହିତା 59 : 14 (ORV)
ଆଉ, ସେମାନେ ସନ୍ଧ୍ୟାବେଳେ ଫେରି ଆସି କୁକ୍କୁର ପରି ଶଦ୍ଦ କରନ୍ତୁ ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ ।
ଗୀତସଂହିତା 59 : 15 (ORV)
ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ । ପୁଣି, ସେମାନେ ତୃପ୍ତ ନୋହିଲେ ରାତ୍ରିଯାକ ରହିବେ ।
ଗୀତସଂହିତା 59 : 16 (ORV)
ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ଵରରେ ଗାନ କରିବି; କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ଵରୂପ ହୋଇଅଛ ।
ଗୀତସଂହିତା 59 : 17 (ORV)
ହେ ମୋହର ବଳ ସ୍ଵରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; ଯେଣୁ ପରମେଶ୍ଵର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ଵର ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: