ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ
1. ଆଉ ତୁମ୍ଭେ ଧୂପ ଜ୍ଵଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ ।
2. ତାହା ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି ଦୁଇ ହସ୍ତ ଉଚ୍ଚ ହେବ; ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ ।
3. ତହିଁର ପୃଷ୍ଠ ଓ ଚାରିପାର୍ଶ୍ଵ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ଵର୍ଣ୍ଣର କାନ୍ଥି କରିବ ।
4. ପୁଣି ତହିଁର କାନ୍ଥି ତଳେ ଦୁଇପାର୍ଶ୍ଵର ଦୁଇ କୋଣ ନିକଟରେ ସ୍ଵର୍ଣ୍ଣର ଦୁଇ ଦୁଇ କଡ଼ା କରିବ; ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ ।
5. ସେହି ସାଙ୍ଗୀ ଶିଟୀମ୍ କାଷ୍ଠରେ ନିର୍ମାଣ କରି ସ୍ଵର୍ଣ୍ଣରେ ମଡ଼ାଇବ ।
6. ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ ।
7. ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ଵଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜ୍ଵଳାଇବ ।
8. ପୁଣି ସନ୍ଧ୍ୟା କାଳେ ହାରୋଣ ପ୍ରଦୀପ ଜ୍ଵଳାଇବା ସମୟରେ ଧୂପ ଜ୍ଵଳାଇବ, ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପ-ଦାହ ହେବ ।
9. ତୁମ୍ଭେମାନେ ତହିଁ ଉପରେ ଇତର ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ ।
10. ପୁଣି ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ଵାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର ।
11. ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
12. ଯେତେବେଳେ ତୁମ୍ଭେ ଗଣିତ ଲୋକମାନଙ୍କ ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ୍ତ କରିବେ, ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ ।
13. ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ ।
14. କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ ।
15. ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେଲା ବେଳେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି ଦରିଦ୍ର ତହିଁରୁ ଊଣା ଦେବ ନାହିଁ ।
16. ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ଵୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ ।
17. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
18. ତୁମ୍ଭେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ତ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି ସମାଗମ-ତମ୍ଵୁ ଓ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ ।
19. ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ ।
20. ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କରିବା ବେଳେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣା-ମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ବେଳେ ଯେପରି ନ ମରନ୍ତି,
21. ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ।
22. ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
23. ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ
24. ଓ ପାଞ୍ଚଶତ ଶେକଲ ଗୁଡ଼ତ୍ଵକ୍ଓ ଏକ ହିନ୍ ଜୀତ ତୈଳ ସଂଗ୍ରହ କରିବ ।
25. ଏହିସବୁ ଦ୍ଵାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ, ଅର୍ଥାତ୍, ଗନ୍ଧବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ, ତାହା ଅଭିଷେକାର୍ଥକ ପବିତ୍ର ତୈଳହେବ ।
26. ତାହା ତୁମ୍ଭେ ନେଇ ସମାଗମ-ତମ୍ଵୁ ଓ ସାକ୍ଷ୍ୟସିନ୍ଦୁକ,
27. ପୁଣି ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ପାତ୍ର,
28. ଆଉ ଧୂପବେଦି ଓ ତହିଁର ସକଳ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ଅଭିଷେକ କରିବ ।
29. ପୁଣି ଏହି ସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରଇ, ସେସବୁ ପବିତ୍ର ହେବ।
30. ପୁଣି ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜକକର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ।
31. ଆଉ ଇସ୍ରାଏଲ-ସନ୍ତାନଗଣକୁ କହିବ, ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ ।
32. ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ।
33. ଯେକେହି ତତ୍ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅନ୍ୟବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
34. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ ଓ ନଖୀ ଓ କୁନ୍ଦୁରୁ ଓ ନିର୍ମଳ ଲୋବାନ୍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର ।
35. ପୁଣି ତଦ୍ଦ୍ଵାରା ଗନ୍ଧବଣିକର କ୍ରିୟାରେପ୍ରସ୍ତୁତ ଓ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର ।
36. ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ଵୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟସିନ୍ଦୁକ ସମ୍ମୁଖରେ ରଖିବ; ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ ।
37. ପୁଣି ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ।
38. ଯେ କେହି ଆପଣା ଘ୍ରାଣାର୍ଥେ ତତ୍ତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Notes

No Verse Added

Total 40 Chapters, Current Chapter 30 of Total Chapters 40
ଯାତ୍ରା ପୁସ୍ତକ 30:36
1. ଆଉ ତୁମ୍ଭେ ଧୂପ ଜ୍ଵଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ
2. ତାହା ଏକ ହସ୍ତ ଦୀର୍ଘ ଏକ ହସ୍ତ ପ୍ରସ୍ଥ ଚତୁଷ୍କୋଣ ହେବ, ପୁଣି ଦୁଇ ହସ୍ତ ଉଚ୍ଚ ହେବ; ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ
3. ତହିଁର ପୃଷ୍ଠ ଚାରିପାର୍ଶ୍ଵ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ତହିଁର ଚାରିଆଡ଼େ ସ୍ଵର୍ଣ୍ଣର କାନ୍ଥି କରିବ
4. ପୁଣି ତହିଁର କାନ୍ଥି ତଳେ ଦୁଇପାର୍ଶ୍ଵର ଦୁଇ କୋଣ ନିକଟରେ ସ୍ଵର୍ଣ୍ଣର ଦୁଇ ଦୁଇ କଡ଼ା କରିବ; ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ
5. ସେହି ସାଙ୍ଗୀ ଶିଟୀମ୍ କାଷ୍ଠରେ ନିର୍ମାଣ କରି ସ୍ଵର୍ଣ୍ଣରେ ମଡ଼ାଇବ
6. ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ
7. ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ଵଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜ୍ଵଳାଇବ
8. ପୁଣି ସନ୍ଧ୍ୟା କାଳେ ହାରୋଣ ପ୍ରଦୀପ ଜ୍ଵଳାଇବା ସମୟରେ ଧୂପ ଜ୍ଵଳାଇବ, ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପ-ଦାହ ହେବ
9. ତୁମ୍ଭେମାନେ ତହିଁ ଉପରେ ଇତର ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ
10. ପୁଣି ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ଵାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର
11. ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
12. ଯେତେବେଳେ ତୁମ୍ଭେ ଗଣିତ ଲୋକମାନଙ୍କ ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ୍ତ କରିବେ, ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ
13. ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ
14. କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ
15. ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେଲା ବେଳେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି ଦରିଦ୍ର ତହିଁରୁ ଊଣା ଦେବ ନାହିଁ
16. ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ଵୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ
17. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
18. ତୁମ୍ଭେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ତ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି ସମାଗମ-ତମ୍ଵୁ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ
19. ଆଉ ହାରୋଣ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କରିବେ
20. ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କରିବା ବେଳେ ଯେପରି ମରନ୍ତି, ଏଥିପାଇଁ ଜଳରେ ଆପଣା-ମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ବେଳେ ଯେପରି ମରନ୍ତି,
21. ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ପଦ ଧୌତ କରିବେ; ଏହା ତାହାର ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି
22. ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
23. ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି ଅଢ଼ାଇଶତ ଶେକଲ ସୁଗନ୍ଧି ବଚ
24. ପାଞ୍ଚଶତ ଶେକଲ ଗୁଡ଼ତ୍ଵକ୍ଓ ଏକ ହିନ୍ ଜୀତ ତୈଳ ସଂଗ୍ରହ କରିବ
25. ଏହିସବୁ ଦ୍ଵାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ, ଅର୍ଥାତ୍, ଗନ୍ଧବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ, ତାହା ଅଭିଷେକାର୍ଥକ ପବିତ୍ର ତୈଳହେବ
26. ତାହା ତୁମ୍ଭେ ନେଇ ସମାଗମ-ତମ୍ଵୁ ସାକ୍ଷ୍ୟସିନ୍ଦୁକ,
27. ପୁଣି ମେଜ ତହିଁର ସକଳ ପାତ୍ର ଦୀପବୃକ୍ଷ ତହିଁର ସକଳ ପାତ୍ର,
28. ଆଉ ଧୂପବେଦି ତହିଁର ସକଳ ପାତ୍ର ପ୍ରକ୍ଷାଳନପାତ୍ର ତହିଁର ବୈଠିକି ଅଭିଷେକ କରିବ
29. ପୁଣି ଏହି ସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରଇ, ସେସବୁ ପବିତ୍ର ହେବ।
30. ପୁଣି ତୁମ୍ଭେ ହାରୋଣକୁ ତାହାର ପୁତ୍ରଗଣକୁ ଆମ୍ଭର ଯାଜକକର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ।
31. ଆଉ ଇସ୍ରାଏଲ-ସନ୍ତାନଗଣକୁ କହିବ, ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ
32. ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ।
33. ଯେକେହି ତତ୍ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅନ୍ୟବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
34. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ ନଖୀ କୁନ୍ଦୁରୁ ନିର୍ମଳ ଲୋବାନ୍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର
35. ପୁଣି ତଦ୍ଦ୍ଵାରା ଗନ୍ଧବଣିକର କ୍ରିୟାରେପ୍ରସ୍ତୁତ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର
36. ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ଵୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟସିନ୍ଦୁକ ସମ୍ମୁଖରେ ରଖିବ; ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ
37. ପୁଣି ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ
38. ଯେ କେହି ଆପଣା ଘ୍ରାଣାର୍ଥେ ତତ୍ତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Total 40 Chapters, Current Chapter 30 of Total Chapters 40
×

Alert

×

oriya Letters Keypad References