ଯାତ୍ରା ପୁସ୍ତକ 30 : 1 (ORV)
ଆଉ ତୁମ୍ଭେ ଧୂପ ଜ୍ଵଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ ।
ଯାତ୍ରା ପୁସ୍ତକ 30 : 2 (ORV)
ତାହା ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି ଦୁଇ ହସ୍ତ ଉଚ୍ଚ ହେବ; ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ ।
ଯାତ୍ରା ପୁସ୍ତକ 30 : 3 (ORV)
ତହିଁର ପୃଷ୍ଠ ଓ ଚାରିପାର୍ଶ୍ଵ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ଵର୍ଣ୍ଣର କାନ୍ଥି କରିବ ।
ଯାତ୍ରା ପୁସ୍ତକ 30 : 4 (ORV)
ପୁଣି ତହିଁର କାନ୍ଥି ତଳେ ଦୁଇପାର୍ଶ୍ଵର ଦୁଇ କୋଣ ନିକଟରେ ସ୍ଵର୍ଣ୍ଣର ଦୁଇ ଦୁଇ କଡ଼ା କରିବ; ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ ।
ଯାତ୍ରା ପୁସ୍ତକ 30 : 5 (ORV)
ସେହି ସାଙ୍ଗୀ ଶିଟୀମ୍ କାଷ୍ଠରେ ନିର୍ମାଣ କରି ସ୍ଵର୍ଣ୍ଣରେ ମଡ଼ାଇବ ।
ଯାତ୍ରା ପୁସ୍ତକ 30 : 6 (ORV)
ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ ।
ଯାତ୍ରା ପୁସ୍ତକ 30 : 7 (ORV)
ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ଵଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜ୍ଵଳାଇବ ।
ଯାତ୍ରା ପୁସ୍ତକ 30 : 8 (ORV)
ପୁଣି ସନ୍ଧ୍ୟା କାଳେ ହାରୋଣ ପ୍ରଦୀପ ଜ୍ଵଳାଇବା ସମୟରେ ଧୂପ ଜ୍ଵଳାଇବ, ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପ-ଦାହ ହେବ ।
ଯାତ୍ରା ପୁସ୍ତକ 30 : 9 (ORV)
ତୁମ୍ଭେମାନେ ତହିଁ ଉପରେ ଇତର ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ ।
ଯାତ୍ରା ପୁସ୍ତକ 30 : 10 (ORV)
ପୁଣି ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ଵାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର ।
ଯାତ୍ରା ପୁସ୍ତକ 30 : 11 (ORV)
ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
ଯାତ୍ରା ପୁସ୍ତକ 30 : 12 (ORV)
ଯେତେବେଳେ ତୁମ୍ଭେ ଗଣିତ ଲୋକମାନଙ୍କ ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ୍ତ କରିବେ, ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ ।
ଯାତ୍ରା ପୁସ୍ତକ 30 : 13 (ORV)
ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ ।
ଯାତ୍ରା ପୁସ୍ତକ 30 : 14 (ORV)
କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ ।
ଯାତ୍ରା ପୁସ୍ତକ 30 : 15 (ORV)
ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେଲା ବେଳେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି ଦରିଦ୍ର ତହିଁରୁ ଊଣା ଦେବ ନାହିଁ ।
ଯାତ୍ରା ପୁସ୍ତକ 30 : 16 (ORV)
ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ଵୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ ।
ଯାତ୍ରା ପୁସ୍ତକ 30 : 17 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 30 : 18 (ORV)
ତୁମ୍ଭେ ପ୍ରକ୍ଷାଳନାର୍ଥେ ପିତ୍ତଳର କୁଣ୍ତ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି ସମାଗମ-ତମ୍ଵୁ ଓ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ ।
ଯାତ୍ରା ପୁସ୍ତକ 30 : 19 (ORV)
ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ ।
ଯାତ୍ରା ପୁସ୍ତକ 30 : 20 (ORV)
ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କରିବା ବେଳେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣା-ମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ବେଳେ ଯେପରି ନ ମରନ୍ତି,
ଯାତ୍ରା ପୁସ୍ତକ 30 : 21 (ORV)
ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ।
ଯାତ୍ରା ପୁସ୍ତକ 30 : 22 (ORV)
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 30 : 23 (ORV)
ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ
ଯାତ୍ରା ପୁସ୍ତକ 30 : 24 (ORV)
ଓ ପାଞ୍ଚଶତ ଶେକଲ ଗୁଡ଼ତ୍ଵକ୍ଓ ଏକ ହିନ୍ ଜୀତ ତୈଳ ସଂଗ୍ରହ କରିବ ।
ଯାତ୍ରା ପୁସ୍ତକ 30 : 25 (ORV)
ଏହିସବୁ ଦ୍ଵାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ, ଅର୍ଥାତ୍, ଗନ୍ଧବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ, ତାହା ଅଭିଷେକାର୍ଥକ ପବିତ୍ର ତୈଳହେବ ।
ଯାତ୍ରା ପୁସ୍ତକ 30 : 26 (ORV)
ତାହା ତୁମ୍ଭେ ନେଇ ସମାଗମ-ତମ୍ଵୁ ଓ ସାକ୍ଷ୍ୟସିନ୍ଦୁକ,
ଯାତ୍ରା ପୁସ୍ତକ 30 : 27 (ORV)
ପୁଣି ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ପାତ୍ର,
ଯାତ୍ରା ପୁସ୍ତକ 30 : 28 (ORV)
ଆଉ ଧୂପବେଦି ଓ ତହିଁର ସକଳ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ଅଭିଷେକ କରିବ ।
ଯାତ୍ରା ପୁସ୍ତକ 30 : 29 (ORV)
ପୁଣି ଏହି ସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରଇ, ସେସବୁ ପବିତ୍ର ହେବ।
ଯାତ୍ରା ପୁସ୍ତକ 30 : 30 (ORV)
ପୁଣି ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜକକର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ।
ଯାତ୍ରା ପୁସ୍ତକ 30 : 31 (ORV)
ଆଉ ଇସ୍ରାଏଲ-ସନ୍ତାନଗଣକୁ କହିବ, ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ ।
ଯାତ୍ରା ପୁସ୍ତକ 30 : 32 (ORV)
ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ।
ଯାତ୍ରା ପୁସ୍ତକ 30 : 33 (ORV)
ଯେକେହି ତତ୍ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅନ୍ୟବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
ଯାତ୍ରା ପୁସ୍ତକ 30 : 34 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ ଓ ନଖୀ ଓ କୁନ୍ଦୁରୁ ଓ ନିର୍ମଳ ଲୋବାନ୍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର ।
ଯାତ୍ରା ପୁସ୍ତକ 30 : 35 (ORV)
ପୁଣି ତଦ୍ଦ୍ଵାରା ଗନ୍ଧବଣିକର କ୍ରିୟାରେପ୍ରସ୍ତୁତ ଓ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର ।
ଯାତ୍ରା ପୁସ୍ତକ 30 : 36 (ORV)
ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ଵୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟସିନ୍ଦୁକ ସମ୍ମୁଖରେ ରଖିବ; ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ ।
ଯାତ୍ରା ପୁସ୍ତକ 30 : 37 (ORV)
ପୁଣି ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ।
ଯାତ୍ରା ପୁସ୍ତକ 30 : 38 (ORV)
ଯେ କେହି ଆପଣା ଘ୍ରାଣାର୍ଥେ ତତ୍ତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: