7. କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ ।
|
8. ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?
|
12. ସୁବର୍ଣ୍ଣ କର୍ଣ୍ଣକୁଣ୍ତଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି ।
|
13. ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ଵସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ଵାସ ଦିଏ ।
|
16. ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ ।
|
17. ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ଵଚିତ୍ ପଡ଼ୁ । ନୋହିଲେ ତୁମ୍ଭ ବିଷୟରେ କ୍ଳା; ହୋଇ ସେ ତୁମ୍ଭକୁ ଘୃଣା କରିବ ।
|
20. ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ସୋରା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି ।
|