Oriya ବାଇବଲ |
ହିତୋପଦେଶ total 31 ଅଧ୍ୟାୟଗୁଡ଼ିକ
ହିତୋପଦେଶ
ହିତୋପଦେଶ ଅଧ୍ୟାୟ 25
ହିତୋପଦେଶ ଅଧ୍ୟାୟ 25
1 ନିମ୍ନଲିଖିତ ହିତୋପଦେଶସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଷକୀୟର ଲୋକମାନେ ତାହା ଉତ୍ତାରିଥିଲେ ।
2 ବିଷୟ ଗୋପନ କରିବା ପରମେଶ୍ଵରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ ।
3 ଉଚ୍ଚତା ହେତୁ ସ୍ଵର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ ।
4 ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରି ପାଇଁ ଏକ ପାତ୍ର ବାହାର ହେବ ।
ହିତୋପଦେଶ ଅଧ୍ୟାୟ 25
5 ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ ।
6 ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ ।
7 କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ ।
8 ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?
ହିତୋପଦେଶ ଅଧ୍ୟାୟ 25
9 ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି ପରର ଗୋପନୀୟ କଥା ପ୍ରକାଶ କର ନାହିଁ ।
10 ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ ।
11 ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ ।
12 ସୁବର୍ଣ୍ଣ କର୍ଣ୍ଣକୁଣ୍ତଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି ।
ହିତୋପଦେଶ ଅଧ୍ୟାୟ 25
13 ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ଵସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ଵାସ ଦିଏ ।
14 ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି ।
15 ଦୀର୍ଘସହିଷ୍ଣୁତା ଦ୍ଵାରା ଶାସନକର୍ତ୍ତା ମଣାଯାଏ, ପୁଣି କୋମଳ ଜିହ୍ଵା ଅସ୍ଥି ଭଗ୍ନ କରେ ।
16 ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ ।
ହିତୋପଦେଶ ଅଧ୍ୟାୟ 25
17 ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ଵଚିତ୍ ପଡ଼ୁ । ନୋହିଲେ ତୁମ୍ଭ ବିଷୟରେ କ୍ଳା; ହୋଇ ସେ ତୁମ୍ଭକୁ ଘୃଣା କରିବ ।
18 ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟାସାକ୍ଷ୍ୟଦିଏ, ସେ ଗଦା ଓ ଖଡ଼୍ଗ ଓ ତୀକ୍ଷ୍ଣ ତୀର ସ୍ଵରୂପ;
19 ଦୁର୍ଦ୍ଦଶା ସମୟରେ ବିଶ୍ଵାସଘାତକ ଲୋକଠାରେ ବିଶ୍ଵାସ, ଭଗ୍ନ ଦ; ଓ ଖଞ୍ଜଖସା ଚରଣ ତୁଲ୍ୟ ।
20 ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ସୋରା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି ।
ହିତୋପଦେଶ ଅଧ୍ୟାୟ 25
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;
22 ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ଵଳ; ଅଙ୍ଗାର ରାଶି କରି ଥୋଇବ, ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ ।
23 ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ଵା କ୍ରୋଧଦୃଷ୍ଟିର ଉତ୍ପାଦକ ।
24 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ ।
ହିତୋପଦେଶ ଅଧ୍ୟାୟ 25
25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ ।
26 ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ ।
27 ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ ।
28 ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ ।