4. ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପ ସକଳ ଜାଳିବ ।
|
9. ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ ।
|
13. ପୁଣି ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ ।
|
15. ପୁଣି ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକକର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ଵର ମୂଳ ହେବ ।
|
17. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ଵିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା ।
|
20. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;
|
22. ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା-ନୁସାରେ ସେ ଆବାସର ଉତ୍ତର ପାର୍ଶ୍ଵରେ ବିଚ୍ଛେଦବସ୍ତ୍ରର ବାହାରେ ସମାଗମ-ତମ୍ଵୁରେ ମେଜ ରଖିଲେ;
|
24. ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ଵରେ ସମାଗମ-ତମ୍ଵୁରେ ଦୀପବୃକ୍ଷ ରଖିଲେ
|
26. ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ଵୁରେ ବିଚ୍ଛେଦବସ୍ତ୍ର ସମ୍ମୁଖରେ ସ୍ଵର୍ଣ୍ଣ-ବେଦି ରଖିଲେ
|
30. ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା-ନୁସାରେ ସେ ସମାଗମ-ତମ୍ଵୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।
|
32. ଯେକୌଣସି ସମୟରେ ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।
|
33. ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ଵାରରେ ଆଚ୍ଛାଦନବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ ।
|
35. ତହିଁରେ ମୋଶା ସମାଗମ-ତମ୍ଵୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା ।
|
37. ମାତ୍ର ମେଘ ଯେତେବେଳେ ଊର୍ଦ୍ଧ୍ଵରେ ନିଆଗଲା ନାହିଁ, ସେତେବେଳେ ଊର୍ଦ୍ଧ୍ଵରେ ନିଆ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ ।
|
38. କାରଣ ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।
|