ଯାତ୍ରା ପୁସ୍ତକ 40 : 1 (ORV)
ଅଭିଷେକ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 40 : 2 (ORV)
ତୁମ୍ଭେ ପ୍ରଥମ ମାସରେପ୍ରଥମ ଦିନରେ ସମାଗମ-ତମ୍ଵୁର ଆବାସ ସ୍ଥାପନ କରିବ ।
ଯାତ୍ରା ପୁସ୍ତକ 40 : 3 (ORV)
ପୁଣି ତହିଁ ମଧ୍ୟରେ ସାକ୍ଷ୍ୟସିନ୍ଦୁକ ରଖି ବିଚ୍ଛେଦବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।
ଯାତ୍ରା ପୁସ୍ତକ 40 : 4 (ORV)
ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପ ସକଳ ଜାଳିବ ।
ଯାତ୍ରା ପୁସ୍ତକ 40 : 5 (ORV)
ସାକ୍ଷ୍ୟସିନ୍ଦୁକ ସମ୍ମୁଖରେ ସ୍ଵର୍ଣ୍ଣର ଧୂପବେଦି ରଖିବ, ପୁଣି ଆବାସ-ଦ୍ଵାରର ଆଚ୍ଛାଦନବସ୍ତ୍ର ଟଙ୍ଗାଇବ।
ଯାତ୍ରା ପୁସ୍ତକ 40 : 6 (ORV)
ଆଉ ସମାଗମ-ତମ୍ଵୁର ଆବାସ ଦ୍ଵାର ସମ୍ଵୁଖରେ ହୋମବେଦିରଖିବ ।
ଯାତ୍ରା ପୁସ୍ତକ 40 : 7 (ORV)
ସମାଗମ-ତମ୍ଵୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନପାତ୍ର ରଖି ତହିଁରେ ଜଳ ଦେବ।
ଯାତ୍ରା ପୁସ୍ତକ 40 : 8 (ORV)
ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ଵାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ ।
ଯାତ୍ରା ପୁସ୍ତକ 40 : 9 (ORV)
ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ ।
ଯାତ୍ରା ପୁସ୍ତକ 40 : 10 (ORV)
ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ ।
ଯାତ୍ରା ପୁସ୍ତକ 40 : 11 (ORV)
ଆଉ ତୁମ୍ଭେ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ ।
ଯାତ୍ରା ପୁସ୍ତକ 40 : 12 (ORV)
ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ଵୁର ଦ୍ଵାର ନିକଟକୁ ଆଣି ଜଳରେ ସ୍ନାନ କରାଇବ।
ଯାତ୍ରା ପୁସ୍ତକ 40 : 13 (ORV)
ପୁଣି ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ ।
ଯାତ୍ରା ପୁସ୍ତକ 40 : 14 (ORV)
ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ ।
ଯାତ୍ରା ପୁସ୍ତକ 40 : 15 (ORV)
ପୁଣି ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକକର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ଵର ମୂଳ ହେବ ।
ଯାତ୍ରା ପୁସ୍ତକ 40 : 16 (ORV)
ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କଲେ ।
ଯାତ୍ରା ପୁସ୍ତକ 40 : 17 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ଵିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା ।
ଯାତ୍ରା ପୁସ୍ତକ 40 : 18 (ORV)
ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ ।
ଯାତ୍ରା ପୁସ୍ତକ 40 : 19 (ORV)
ତହୁଁ ସେ ଆବାସ ଉପରେ ତମ୍ଵୁ ବିସ୍ତାର କଲେ ଓ ତମ୍ଵୁ ଉପରେ ଛାତ ଦେଲେ;
ଯାତ୍ରା ପୁସ୍ତକ 40 : 20 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;
ଯାତ୍ରା ପୁସ୍ତକ 40 : 21 (ORV)
ପୁଣି ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇ ସାକ୍ଷ୍ୟସିନ୍ଦୁକ ଆଚ୍ଛାଦନ କଲେ ।
ଯାତ୍ରା ପୁସ୍ତକ 40 : 22 (ORV)
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା-ନୁସାରେ ସେ ଆବାସର ଉତ୍ତର ପାର୍ଶ୍ଵରେ ବିଚ୍ଛେଦବସ୍ତ୍ରର ବାହାରେ ସମାଗମ-ତମ୍ଵୁରେ ମେଜ ରଖିଲେ;
ଯାତ୍ରା ପୁସ୍ତକ 40 : 23 (ORV)
ପୁଣି ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୋଟୀ ରଖିଲେ।
ଯାତ୍ରା ପୁସ୍ତକ 40 : 24 (ORV)
ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ଵରେ ସମାଗମ-ତମ୍ଵୁରେ ଦୀପବୃକ୍ଷ ରଖିଲେ
ଯାତ୍ରା ପୁସ୍ତକ 40 : 25 (ORV)
ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ।
ଯାତ୍ରା ପୁସ୍ତକ 40 : 26 (ORV)
ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ଵୁରେ ବିଚ୍ଛେଦବସ୍ତ୍ର ସମ୍ମୁଖରେ ସ୍ଵର୍ଣ୍ଣ-ବେଦି ରଖିଲେ
ଯାତ୍ରା ପୁସ୍ତକ 40 : 27 (ORV)
ଓ ତହିଁ ଉପରେ ସୁଗନ୍ଧିଧୂପ ଜାଳିଲେ।
ଯାତ୍ରା ପୁସ୍ତକ 40 : 28 (ORV)
ପୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ଵାରରେ ଆଚ୍ଛାଦନବସ୍ତ୍ର ଟଙ୍ଗାଇଲେ
ଯାତ୍ରା ପୁସ୍ତକ 40 : 29 (ORV)
ଓ ସମାଗମ-ତମ୍ଵୁର ଆବାସ-ଦ୍ଵାର ନିକଟରେ ହୋମବେଦି ରଖିତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ ।
ଯାତ୍ରା ପୁସ୍ତକ 40 : 30 (ORV)
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା-ନୁସାରେ ସେ ସମାଗମ-ତମ୍ଵୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।
ଯାତ୍ରା ପୁସ୍ତକ 40 : 31 (ORV)
ତହିଁରେ ମୋଶା ଓ ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ ।
ଯାତ୍ରା ପୁସ୍ତକ 40 : 32 (ORV)
ଯେକୌଣସି ସମୟରେ ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।
ଯାତ୍ରା ପୁସ୍ତକ 40 : 33 (ORV)
ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ଵାରରେ ଆଚ୍ଛାଦନବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ ।
ଯାତ୍ରା ପୁସ୍ତକ 40 : 34 (ORV)
ଅନନ୍ତର ମେଘସେହି ସମାଗମ-ତମ୍ଵୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା ।
ଯାତ୍ରା ପୁସ୍ତକ 40 : 35 (ORV)
ତହିଁରେ ମୋଶା ସମାଗମ-ତମ୍ଵୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା ।
ଯାତ୍ରା ପୁସ୍ତକ 40 : 36 (ORV)
ପୁଣି ଆବାସ-ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ଆପଣା-ମାନଙ୍କ ଯାତ୍ରାରେ ଅଗ୍ରସର ହେଲେ।
ଯାତ୍ରା ପୁସ୍ତକ 40 : 37 (ORV)
ମାତ୍ର ମେଘ ଯେତେବେଳେ ଊର୍ଦ୍ଧ୍ଵରେ ନିଆଗଲା ନାହିଁ, ସେତେବେଳେ ଊର୍ଦ୍ଧ୍ଵରେ ନିଆ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ ।
ଯାତ୍ରା ପୁସ୍ତକ 40 : 38 (ORV)
କାରଣ ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: