1. ଅନନ୍ତର ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ- ସନ୍ତାନମାନଙ୍କ ବଂଶ ପାଇଁ ଦ୍ଵିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା ।
|
8. ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ । ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା ।
|
9. ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ ।
|
10. ଅନନ୍ତର ସବୂଲୂନ୍-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା ।
|
11. ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା ।
|
12. ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତରେ ବାହାରି ଯାଫୀୟକୁ ଉଠିଗଲା ।
|
13. ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାତ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣକୁ ଗଲା ।
|
14. ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା ।
|
22. ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବୈଥ୍ଶେମଶ୍ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରା; ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର ।
|
27. ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ୍-ଦାଗୁନ୍ ଆଡ଼େ ବୁଲି ବୈଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନ୍ସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
|
29. ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକ୍ଷୀବ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରା; ଥିଲା ।
|
33. ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଆଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରା; ଥିଲା ।
|
34. ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ୍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା ।
|
38. ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବୈଥଂନାତ୍ ଓ ବୈଥ୍ଶେମଶ୍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର ।
|
47. ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ ।
|
49. ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ ।
|
50. ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ ।
|
51. ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ଵୁଦ୍ଵାର ନିକଟରେ ଗୁଲିବାଣ୍ଟ ଦ୍ଵାରା ଏହିସବୁ ଅଧିକାର ବାଣ୍ଟି ଦେଲେ । ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ ।
|