ଯିହୋଶୂୟ 19 : 1 (ORV)
ଅନନ୍ତର ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ- ସନ୍ତାନମାନଙ୍କ ବଂଶ ପାଇଁ ଦ୍ଵିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା ।
ଯିହୋଶୂୟ 19 : 2 (ORV)
ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେରଶେବା ବା ଶେବା ଓ ମୋଲାଦା
ଯିହୋଶୂୟ 19 : 3 (ORV)
ଓ ହତ୍ସରଶୀୟାଲ ଓ ବାଲା ଓ ଏତ୍ସମ୍
ଯିହୋଶୂୟ 19 : 4 (ORV)
ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା
ଯିହୋଶୂୟ 19 : 5 (ORV)
ଓ ସିକ୍ଲଗ୍ ଓ ବୈଥ୍-ମର୍କାବୋତ୍ ଓ ହତ୍ସର-ସୂଷୀମ୍
ଯିହୋଶୂୟ 19 : 6 (ORV)
ଓ ବୈଥ୍ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର ।
ଯିହୋଶୂୟ 19 : 7 (ORV)
ଐନ୍ ଓ ରିମ୍ମୋନ୍ ଓ ଏଥର ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର
ଯିହୋଶୂୟ 19 : 8 (ORV)
ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ । ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା ।
ଯିହୋଶୂୟ 19 : 9 (ORV)
ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ ।
ଯିହୋଶୂୟ 19 : 10 (ORV)
ଅନନ୍ତର ସବୂଲୂନ୍-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା ।
ଯିହୋଶୂୟ 19 : 11 (ORV)
ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା ।
ଯିହୋଶୂୟ 19 : 12 (ORV)
ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତରେ ବାହାରି ଯାଫୀୟକୁ ଉଠିଗଲା ।
ଯିହୋଶୂୟ 19 : 13 (ORV)
ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାତ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣକୁ ଗଲା ।
ଯିହୋଶୂୟ 19 : 14 (ORV)
ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା ।
ଯିହୋଶୂୟ 19 : 15 (ORV)
ପୁଣି କଟତ୍ ଓ ନହଲୋଲ ଓ ଶିମ୍ରୋଣ ଓ ଯିଦାଲା ଓ ବୈଥ୍ଲେହିମ; ଗ୍ରାମ ସମେତ ଏହି ବାର ନଗର ।
ଯିହୋଶୂୟ 19 : 16 (ORV)
ଗ୍ରାମ ସମେତ ଏସବୁ ନଗର ସବୂଲୂନ୍-ସନ୍ତାନ-ମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା ।
ଯିହୋଶୂୟ 19 : 17 (ORV)
ଅନନ୍ତର ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା ।
ଯିହୋଶୂୟ 19 : 18 (ORV)
ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ସୁନେମ
ଯିହୋଶୂୟ 19 : 19 (ORV)
ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍
ଯିହୋଶୂୟ 19 : 20 (ORV)
ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ
ଯିହୋଶୂୟ 19 : 21 (ORV)
ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବୈଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା ।
ଯିହୋଶୂୟ 19 : 22 (ORV)
ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବୈଥ୍ଶେମଶ୍ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରା; ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର ।
ଯିହୋଶୂୟ 19 : 23 (ORV)
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା ।
ଯିହୋଶୂୟ 19 : 24 (ORV)
ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା ।
ଯିହୋଶୂୟ 19 : 25 (ORV)
ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ
ଯିହୋଶୂୟ 19 : 26 (ORV)
ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା ।
ଯିହୋଶୂୟ 19 : 27 (ORV)
ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ୍-ଦାଗୁନ୍ ଆଡ଼େ ବୁଲି ବୈଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନ୍ସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
ଯିହୋଶୂୟ 19 : 28 (ORV)
ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
ଯିହୋଶୂୟ 19 : 29 (ORV)
ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକ୍ଷୀବ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରା; ଥିଲା ।
ଯିହୋଶୂୟ 19 : 30 (ORV)
ମଧ୍ୟ ଉମ୍ମା ଓ ଅଫେକ୍ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା ।
ଯିହୋଶୂୟ 19 : 31 (ORV)
ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା ।
ଯିହୋଶୂୟ 19 : 32 (ORV)
ଅନନ୍ତର ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା ।
ଯିହୋଶୂୟ 19 : 33 (ORV)
ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଆଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରା; ଥିଲା ।
ଯିହୋଶୂୟ 19 : 34 (ORV)
ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ୍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା ।
ଯିହୋଶୂୟ 19 : 35 (ORV)
ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍
ଯିହୋଶୂୟ 19 : 36 (ORV)
ଓ ଆଦାମା ଓ ରାମା ଓ ହାତ୍ସୋର
ଯିହୋଶୂୟ 19 : 37 (ORV)
ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାତ୍ସୋର ଯିହୋ.୨୦:୭
ଯିହୋଶୂୟ 19 : 38 (ORV)
ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବୈଥଂନାତ୍ ଓ ବୈଥ୍ଶେମଶ୍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର ।
ଯିହୋଶୂୟ 19 : 39 (ORV)
ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନ-ମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ।
ଯିହୋଶୂୟ 19 : 40 (ORV)
ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା ।
ଯିହୋଶୂୟ 19 : 41 (ORV)
ସେମାନଙ୍କ ଅଧିକାରର ସୀମା ସରୀୟ ଓ ଇଷ୍ଟାୟୋଲ ଓ ଇରଶେମଶ୍ ଯିହୋ.୧୫:୩୩
ଯିହୋଶୂୟ 19 : 42 (ORV)
ଓ ଶାଲବୀମ୍ ଓ ଅୟାଲୋନ୍ ଓ ଯିତ୍ଲା
ଯିହୋଶୂୟ 19 : 43 (ORV)
ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
ଯିହୋଶୂୟ 19 : 44 (ORV)
ଓ ଇଲତ୍କୀ ଓ ଗିବୋଥୋନ ଓ ବାଲତ୍
ଯିହୋଶୂୟ 19 : 45 (ORV)
ଓ ଯିହୂଦ୍ ଓ ବନେବରକ୍ ଓ ଗାଥ-ରିମ୍ମୋନ୍
ଯିହୋଶୂୟ 19 : 46 (ORV)
ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ ।
ଯିହୋଶୂୟ 19 : 47 (ORV)
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼୍‍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ ।
ଯିହୋଶୂୟ 19 : 48 (ORV)
ଆପଣା ଆପଣା ବଂଶାନୁସାରେ ଦାନ୍ ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
ଯିହୋଶୂୟ 19 : 49 (ORV)
ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ ।
ଯିହୋଶୂୟ 19 : 50 (ORV)
ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ ।
ଯିହୋଶୂୟ 19 : 51 (ORV)
ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ଵୁଦ୍ଵାର ନିକଟରେ ଗୁଲିବାଣ୍ଟ ଦ୍ଵାରା ଏହିସବୁ ଅଧିକାର ବାଣ୍ଟି ଦେଲେ । ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51

BG:

Opacity:

Color:


Size:


Font: