ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ
1. ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ବେଳେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି ।
2. ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି ।
3. ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍ଠାରୁ ଯାତ୍ରା କଲେ;
4. ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ଵାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ବେଳେ ଇସ୍ରାଏଲ-ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ଵହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ତ ଦେଇଥିଲେ ।
5. ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ ।
6. ପୁଣି ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ ।
7. ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ ।
8. ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ ।
9. ପୁଣି ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ ।
10. ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କଲେ ।
11. ପୁଣି ସେମାନେ ସୂଫ ସମୁଦ୍ର ନିକଟରୁ ଯାତ୍ରା କରି ସୀନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ ।
12. ପୁଣି ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ ।
13. ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ ।
14. ପୁଣି ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା ।
15. ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
16. ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍-ହତ୍ତାବାରେ ଛାଉଣି ସ୍ଥାପନ କଲେ ।
17. ପୁଣି ସେମାନେ କିବ୍ରୋତ୍ ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ ।
18. ପୁଣି ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ ଗଣ.୧୨:୧୬
19. ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ-ପେରସରେ ଛାଉଣି ସ୍ଥାପନ କଲେ ।
20. ପୁଣି ସେମାନେ ରିମ୍ମୋନ-ପେରସରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ ।
21. ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ ।
22. ପୁଣି ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
23. ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ ।
24. ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
25. ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
26. ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ ।
27. ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
28. ଓ ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣି ସ୍ଥାପନ କଲେ
29. ଓ ସେମାନେ ମିତ୍କାରୁ ଯାତ୍ରା କରି ହଶ୍ମୋନାରେ ଛାଉଣି ସ୍ଥାପନ କଲେ,
30. ଓ ସେମାନେ ହଶ୍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ ।
31. ପୁଣି ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
32. ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ
33. ଓ ସେମାନେ ହୋର୍ହଗିଦ୍ଗଦରୁ ଯାତ୍ରା କରି ଯଟ୍ବାଥାରେ ଛାଉଣି ସ୍ଥାପନ କଲେ,
34. ଓ ସେମାନେ ଯଟ୍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ ।
35. ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ ।
36. ପୁଣି ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
37. ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତର ସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ ।
38. ଏଉତ୍ତାରୁ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ ।
39. ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା ।
40. ଅନନ୍ତର କିଣାନର ଦକ୍ଷିଣ-ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ଵାଦ ଶୁଣିଲେ ।
41. ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍ମୋନାରେ ଛାଉଣି ସ୍ଥାପନ କଲେ,
42. ଓ ସେମାନେ ସଲ୍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
43. ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ ।
44. ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଚାଉଣି ସ୍ଥାପନ କଲେ,
45. ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗାଦରେ ଛାଉଣି ସ୍ଥାପନ କଲେ,
46. ଓ ସେମାନେ ଦୀବୋନ୍-ଗାଦରୁ ଯାତ୍ରା କରି ଅଲମୋନ-ଦିବ୍ଲାଥୟିମରେ ଛାଉଣି ସ୍ଥାପନ କଲେ ।
47. ତହୁଁ ସେମାନେ ଅଲମୋନ-ଦିବ୍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ ପର୍ବତରେ ଛାଉଣି ସ୍ଥାପନ କଲେ ।
48. ପୁଣି ସେମାନେ ଅବାରୀମ ପର୍ବତରୁ ଯାତ୍ରା କରି ଯିରୀହୋ-ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ ।
49. ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବୈତ୍ଯିଶୀମୋତଠାରୁ ଆବେଲ ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ ।
50. ଅନନ୍ତର ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
51. ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
52. ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ ।
53. ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ ।
54. ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ଵାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ ।
55. ମାତ୍ର ଯେବେ ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ଵରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ଵରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ ।
56. ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା ।

Notes

No Verse Added

Total 36 Chapters, Current Chapter 33 of Total Chapters 36
ଗଣନା ପୁସ୍ତକ 33
1. ଇସ୍ରାଏଲ-ସନ୍ତାନଗଣ ମୋଶା ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ବେଳେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି
2. ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି
3. ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍ଠାରୁ ଯାତ୍ରା କଲେ;
4. ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ଵାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ବେଳେ ଇସ୍ରାଏଲ-ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ଵହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ତ ଦେଇଥିଲେ
5. ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ
6. ପୁଣି ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ
7. ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ମିଗ୍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ
8. ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ
9. ପୁଣି ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ
10. ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କଲେ
11. ପୁଣି ସେମାନେ ସୂଫ ସମୁଦ୍ର ନିକଟରୁ ଯାତ୍ରା କରି ସୀନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
12. ପୁଣି ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ
13. ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ
14. ପୁଣି ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ଥିଲା
15. ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
16. ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍-ହତ୍ତାବାରେ ଛାଉଣି ସ୍ଥାପନ କଲେ
17. ପୁଣି ସେମାନେ କିବ୍ରୋତ୍ ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ
18. ପୁଣି ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ ଗଣ.୧୨:୧୬
19. ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ-ପେରସରେ ଛାଉଣି ସ୍ଥାପନ କଲେ
20. ପୁଣି ସେମାନେ ରିମ୍ମୋନ-ପେରସରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ
21. ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ
22. ପୁଣି ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
23. ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ
24. ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
25. ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
26. ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ
27. ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
28. ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣି ସ୍ଥାପନ କଲେ
29. ସେମାନେ ମିତ୍କାରୁ ଯାତ୍ରା କରି ହଶ୍ମୋନାରେ ଛାଉଣି ସ୍ଥାପନ କଲେ,
30. ସେମାନେ ହଶ୍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ
31. ପୁଣି ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
32. ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ
33. ସେମାନେ ହୋର୍ହଗିଦ୍ଗଦରୁ ଯାତ୍ରା କରି ଯଟ୍ବାଥାରେ ଛାଉଣି ସ୍ଥାପନ କଲେ,
34. ସେମାନେ ଯଟ୍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ
35. ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ
36. ପୁଣି ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
37. ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତର ସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ
38. ଏଉତ୍ତାରୁ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ
39. ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା
40. ଅନନ୍ତର କିଣାନର ଦକ୍ଷିଣ-ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ଵାଦ ଶୁଣିଲେ
41. ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍ମୋନାରେ ଛାଉଣି ସ୍ଥାପନ କଲେ,
42. ସେମାନେ ସଲ୍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
43. ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ
44. ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଚାଉଣି ସ୍ଥାପନ କଲେ,
45. ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗାଦରେ ଛାଉଣି ସ୍ଥାପନ କଲେ,
46. ସେମାନେ ଦୀବୋନ୍-ଗାଦରୁ ଯାତ୍ରା କରି ଅଲମୋନ-ଦିବ୍ଲାଥୟିମରେ ଛାଉଣି ସ୍ଥାପନ କଲେ
47. ତହୁଁ ସେମାନେ ଅଲମୋନ-ଦିବ୍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ ପର୍ବତରେ ଛାଉଣି ସ୍ଥାପନ କଲେ
48. ପୁଣି ସେମାନେ ଅବାରୀମ ପର୍ବତରୁ ଯାତ୍ରା କରି ଯିରୀହୋ-ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ
49. ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବୈତ୍ଯିଶୀମୋତଠାରୁ ଆବେଲ ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ
50. ଅନନ୍ତର ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
51. ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
52. ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ
53. ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ
54. ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ଵାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ
55. ମାତ୍ର ଯେବେ ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ଵରୂପ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ଵରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ
56. ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା
Total 36 Chapters, Current Chapter 33 of Total Chapters 36
×

Alert

×

oriya Letters Keypad References