ଗଣନା ପୁସ୍ତକ 33 : 1 (ORV)
ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ବେଳେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି ।
ଗଣନା ପୁସ୍ତକ 33 : 2 (ORV)
ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି ।
ଗଣନା ପୁସ୍ତକ 33 : 3 (ORV)
ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍ଠାରୁ ଯାତ୍ରା କଲେ;
ଗଣନା ପୁସ୍ତକ 33 : 4 (ORV)
ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ଵାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ବେଳେ ଇସ୍ରାଏଲ-ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ଵହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ତ ଦେଇଥିଲେ ।
ଗଣନା ପୁସ୍ତକ 33 : 5 (ORV)
ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 6 (ORV)
ପୁଣି ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 7 (ORV)
ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 8 (ORV)
ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 9 (ORV)
ପୁଣି ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 10 (ORV)
ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 11 (ORV)
ପୁଣି ସେମାନେ ସୂଫ ସମୁଦ୍ର ନିକଟରୁ ଯାତ୍ରା କରି ସୀନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 12 (ORV)
ପୁଣି ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 13 (ORV)
ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 14 (ORV)
ପୁଣି ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା ।
ଗଣନା ପୁସ୍ତକ 33 : 15 (ORV)
ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
ଗଣନା ପୁସ୍ତକ 33 : 16 (ORV)
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍-ହତ୍ତାବାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 17 (ORV)
ପୁଣି ସେମାନେ କିବ୍ରୋତ୍ ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 18 (ORV)
ପୁଣି ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ ଗଣ.୧୨:୧୬
ଗଣନା ପୁସ୍ତକ 33 : 19 (ORV)
ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ-ପେରସରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 20 (ORV)
ପୁଣି ସେମାନେ ରିମ୍ମୋନ-ପେରସରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 21 (ORV)
ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 22 (ORV)
ପୁଣି ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 23 (ORV)
ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 24 (ORV)
ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 25 (ORV)
ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 26 (ORV)
ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 27 (ORV)
ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 28 (ORV)
ଓ ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣି ସ୍ଥାପନ କଲେ
ଗଣନା ପୁସ୍ତକ 33 : 29 (ORV)
ଓ ସେମାନେ ମିତ୍କାରୁ ଯାତ୍ରା କରି ହଶ୍ମୋନାରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 30 (ORV)
ଓ ସେମାନେ ହଶ୍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 31 (ORV)
ପୁଣି ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 32 (ORV)
ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ
ଗଣନା ପୁସ୍ତକ 33 : 33 (ORV)
ଓ ସେମାନେ ହୋର୍ହଗିଦ୍ଗଦରୁ ଯାତ୍ରା କରି ଯଟ୍ବାଥାରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 34 (ORV)
ଓ ସେମାନେ ଯଟ୍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 35 (ORV)
ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 36 (ORV)
ପୁଣି ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
ଗଣନା ପୁସ୍ତକ 33 : 37 (ORV)
ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତର ସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 38 (ORV)
ଏଉତ୍ତାରୁ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ ।
ଗଣନା ପୁସ୍ତକ 33 : 39 (ORV)
ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା ।
ଗଣନା ପୁସ୍ତକ 33 : 40 (ORV)
ଅନନ୍ତର କିଣାନର ଦକ୍ଷିଣ-ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ଵାଦ ଶୁଣିଲେ ।
ଗଣନା ପୁସ୍ତକ 33 : 41 (ORV)
ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍ମୋନାରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 42 (ORV)
ଓ ସେମାନେ ସଲ୍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 43 (ORV)
ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 44 (ORV)
ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଚାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 45 (ORV)
ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗାଦରେ ଛାଉଣି ସ୍ଥାପନ କଲେ,
ଗଣନା ପୁସ୍ତକ 33 : 46 (ORV)
ଓ ସେମାନେ ଦୀବୋନ୍-ଗାଦରୁ ଯାତ୍ରା କରି ଅଲମୋନ-ଦିବ୍ଲାଥୟିମରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 47 (ORV)
ତହୁଁ ସେମାନେ ଅଲମୋନ-ଦିବ୍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ ପର୍ବତରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 48 (ORV)
ପୁଣି ସେମାନେ ଅବାରୀମ ପର୍ବତରୁ ଯାତ୍ରା କରି ଯିରୀହୋ-ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ ।
ଗଣନା ପୁସ୍ତକ 33 : 49 (ORV)
ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବୈତ୍ଯିଶୀମୋତଠାରୁ ଆବେଲ ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ ।
ଗଣନା ପୁସ୍ତକ 33 : 50 (ORV)
ଅନନ୍ତର ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 33 : 51 (ORV)
ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
ଗଣନା ପୁସ୍ତକ 33 : 52 (ORV)
ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ ।
ଗଣନା ପୁସ୍ତକ 33 : 53 (ORV)
ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ ।
ଗଣନା ପୁସ୍ତକ 33 : 54 (ORV)
ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ଵାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ ।
ଗଣନା ପୁସ୍ତକ 33 : 55 (ORV)
ମାତ୍ର ଯେବେ ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ଵରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ଵରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ ।
ଗଣନା ପୁସ୍ତକ 33 : 56 (ORV)
ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56

BG:

Opacity:

Color:


Size:


Font: