ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହୋଶୂୟ
1. ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ୍ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି ।
2. ହିଷ୍ବୋନ୍ ନିବାସୀ ଇମୋରୀୟମାନଙ୍କ ସୀହୋନ୍ ରାଜା, ସେ ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ
3. ଓ ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ଵ କଲେ ।
4. ପୁଣି ବାଶନୀୟ ଓଗ୍ ରାଜାର ଅଞ୍ଚଳ (ଅଧିକାର କଲେନ୍ତ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ବାସ କଲା,
5. ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ଵ କଲେ ।
6. ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧବଂଶକୁ ଦେଲେ ।
7. ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନ୍ର ସମସ୍ଥଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟୀରଗାମୀ ହାଲକ୍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
8. ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପିରିଷୀୟ, ହିବ୍ବୀୟ ଓ ଯିବୁଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ଵ ସ୍ଵ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;
9. ଯିରୀହୋର ରାଜା, ଏକ; ବୈଥେଲର ନିକଟସ୍ଥ ଅୟର ରାଜା ଏକ;
10. ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
11. ଯର୍ମୂତର ରାଜା, ଏକ; ଲାଖୀଶ୍ର ରାଜା, ଏକ;
12. ଇଗ୍ଲୋନ୍ର ରାଜା, ଏକ; ଗେଷରର ରାଜା, ଏକ;
13. ଦବୀରର ରାଜା, ଏକ; ଗେଦରର ରାଜା, ଏକ;
14. ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
15. ଲିବ୍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
16. ମକ୍କେଦାର ରାଜା, ଏକ; ବୈଥେଲ୍ର ରାଜା, ଏକ;
17. ତପୂହର ରାଜା, ଏକ; ହେଫରର ରାଜା, ଏକ;
18. ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
19. ମାଦୋନର ରାଜା, ଏକ; ହାତ୍ସୋରର ରାଜା, ଏକ;
20. ଶିମ୍ରୋଣମରୋଣର ରାଜା, ଏକ; ଅକ୍ଷଫର ରାଜା, ଏକ;
21. ତାନକର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
22. କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିଯାମର ରାଜା, ଏକ;
23. ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍ଗଲ୍ସ୍ଥ ଗୋୟିମର ରାଜା, ଏକ;
24. ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତ୍ରିଂଶ ରାଜା ।

Notes

No Verse Added

Total 24 Chapters, Current Chapter 12 of Total Chapters 24
ଯିହୋଶୂୟ 12:52
1. ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ୍ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି
2. ହିଷ୍ବୋନ୍ ନିବାସୀ ଇମୋରୀୟମାନଙ୍କ ସୀହୋନ୍ ରାଜା, ସେ ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଗିଲୀୟଦର ଅର୍ଦ୍ଧଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ
3. ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ବୈଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ଵ କଲେ
4. ପୁଣି ବାଶନୀୟ ଓଗ୍ ରାଜାର ଅଞ୍ଚଳ (ଅଧିକାର କଲେନ୍ତ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍ ଇଦ୍ରିୟୀରେ ବାସ କଲା,
5. ପୁଣି ସେ ହର୍ମୋଣ ପର୍ବତରେ ସଲଖାରେ ଗଶୂରୀୟମାନଙ୍କ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ଵ କଲେ
6. ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଗାଦୀୟ ଲୋକମାନଙ୍କୁ ମନଃଶିର ଅର୍ଦ୍ଧବଂଶକୁ ଦେଲେ
7. ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନ୍ର ସମସ୍ଥଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟୀରଗାମୀ ହାଲକ୍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
8. ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ତଳଭୂମି ପଦାଭୂମି ଅଧିତ୍ୟକା ପ୍ରାନ୍ତର ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ କିଣାନୀୟ ପିରିଷୀୟ, ହିବ୍ବୀୟ ଯିବୁଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ଵ ସ୍ଵ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;
9. ଯିରୀହୋର ରାଜା, ଏକ; ବୈଥେଲର ନିକଟସ୍ଥ ଅୟର ରାଜା ଏକ;
10. ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
11. ଯର୍ମୂତର ରାଜା, ଏକ; ଲାଖୀଶ୍ର ରାଜା, ଏକ;
12. ଇଗ୍ଲୋନ୍ର ରାଜା, ଏକ; ଗେଷରର ରାଜା, ଏକ;
13. ଦବୀରର ରାଜା, ଏକ; ଗେଦରର ରାଜା, ଏକ;
14. ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
15. ଲିବ୍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
16. ମକ୍କେଦାର ରାଜା, ଏକ; ବୈଥେଲ୍ର ରାଜା, ଏକ;
17. ତପୂହର ରାଜା, ଏକ; ହେଫରର ରାଜା, ଏକ;
18. ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
19. ମାଦୋନର ରାଜା, ଏକ; ହାତ୍ସୋରର ରାଜା, ଏକ;
20. ଶିମ୍ରୋଣମରୋଣର ରାଜା, ଏକ; ଅକ୍ଷଫର ରାଜା, ଏକ;
21. ତାନକର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
22. କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିଯାମର ରାଜା, ଏକ;
23. ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍ଗଲ୍ସ୍ଥ ଗୋୟିମର ରାଜା, ଏକ;
24. ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତ୍ରିଂଶ ରାଜା
Total 24 Chapters, Current Chapter 12 of Total Chapters 24
×

Alert

×

oriya Letters Keypad References