ଯିହୋଶୂୟ 12 : 1 (ORV)
ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ୍ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି ।
ଯିହୋଶୂୟ 12 : 2 (ORV)
ହିଷ୍ବୋନ୍ ନିବାସୀ ଇମୋରୀୟମାନଙ୍କ ସୀହୋନ୍ ରାଜା, ସେ ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ
ଯିହୋଶୂୟ 12 : 3 (ORV)
ଓ ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ଵ କଲେ ।
ଯିହୋଶୂୟ 12 : 4 (ORV)
ପୁଣି ବାଶନୀୟ ଓଗ୍ ରାଜାର ଅଞ୍ଚଳ (ଅଧିକାର କଲେନ୍ତ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ବାସ କଲା,
ଯିହୋଶୂୟ 12 : 5 (ORV)
ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ଵ କଲେ ।
ଯିହୋଶୂୟ 12 : 6 (ORV)
ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧବଂଶକୁ ଦେଲେ ।
ଯିହୋଶୂୟ 12 : 7 (ORV)
ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନ୍ର ସମସ୍ଥଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟୀରଗାମୀ ହାଲକ୍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
ଯିହୋଶୂୟ 12 : 8 (ORV)
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପିରିଷୀୟ, ହିବ୍ବୀୟ ଓ ଯିବୁଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ଵ ସ୍ଵ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;
ଯିହୋଶୂୟ 12 : 9 (ORV)
ଯିରୀହୋର ରାଜା, ଏକ; ବୈଥେଲର ନିକଟସ୍ଥ ଅୟର ରାଜା ଏକ;
ଯିହୋଶୂୟ 12 : 10 (ORV)
ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
ଯିହୋଶୂୟ 12 : 11 (ORV)
ଯର୍ମୂତର ରାଜା, ଏକ; ଲାଖୀଶ୍ର ରାଜା, ଏକ;
ଯିହୋଶୂୟ 12 : 12 (ORV)
ଇଗ୍ଲୋନ୍ର ରାଜା, ଏକ; ଗେଷରର ରାଜା, ଏକ;
ଯିହୋଶୂୟ 12 : 13 (ORV)
ଦବୀରର ରାଜା, ଏକ; ଗେଦରର ରାଜା, ଏକ;
ଯିହୋଶୂୟ 12 : 14 (ORV)
ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
ଯିହୋଶୂୟ 12 : 15 (ORV)
ଲିବ୍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
ଯିହୋଶୂୟ 12 : 16 (ORV)
ମକ୍କେଦାର ରାଜା, ଏକ; ବୈଥେଲ୍ର ରାଜା, ଏକ;
ଯିହୋଶୂୟ 12 : 17 (ORV)
ତପୂହର ରାଜା, ଏକ; ହେଫରର ରାଜା, ଏକ;
ଯିହୋଶୂୟ 12 : 18 (ORV)
ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
ଯିହୋଶୂୟ 12 : 19 (ORV)
ମାଦୋନର ରାଜା, ଏକ; ହାତ୍ସୋରର ରାଜା, ଏକ;
ଯିହୋଶୂୟ 12 : 20 (ORV)
ଶିମ୍ରୋଣମରୋଣର ରାଜା, ଏକ; ଅକ୍ଷଫର ରାଜା, ଏକ;
ଯିହୋଶୂୟ 12 : 21 (ORV)
ତାନକର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
ଯିହୋଶୂୟ 12 : 22 (ORV)
କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିଯାମର ରାଜା, ଏକ;
ଯିହୋଶୂୟ 12 : 23 (ORV)
ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍ଗଲ୍ସ୍ଥ ଗୋୟିମର ରାଜା, ଏକ;
ଯିହୋଶୂୟ 12 : 24 (ORV)
ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତ୍ରିଂଶ ରାଜା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: