ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ହୋଶେୟ
1. ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି ।
2. ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ଵର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ ।
3. ଯାହା ଭଲ, ତାହା ଇସ୍ରାଏଲ ପକାଇ ଦେଇଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ ।
4. ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ । ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି ।
5. ହେ ଶମରିୟେ, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି । ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି । ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?
6. କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକର ଏହା ନିର୍ମାଣ କରିଅଛି, ତାହା ଈଶ୍ଵର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ ।
7. କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ । ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ ।
8. ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି ।
9. କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି ।
10. ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବର୍ତ୍ତନ ଦେଲେ ହେଁ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ହେତୁରୁ ନ୍ୟୂନ ହେବାକୁ ଲାଗିଲେଣି ।
11. କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି ।
12. ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ ।
13. ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ । ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି। ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରି ଯିବେ ।
14. କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀରବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସଳକ ଗ୍ରାସ କରିବ ।

Notes

No Verse Added

Total 14 Chapters, Current Chapter 8 of Total Chapters 14
1 2 3 4 5 6 7 8 9 10 11 12 13 14
ହୋଶେୟ 8:1
1. ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି
2. ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ଵର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ
3. ଯାହା ଭଲ, ତାହା ଇସ୍ରାଏଲ ପକାଇ ଦେଇଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ
4. ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି
5. ହେ ଶମରିୟେ, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?
6. କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକର ଏହା ନିର୍ମାଣ କରିଅଛି, ତାହା ଈଶ୍ଵର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ
7. କାରଣ ସେମାନେ ବାୟୁ ବୁଣନ୍ତି ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ
8. ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି
9. କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି
10. ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବର୍ତ୍ତନ ଦେଲେ ହେଁ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ହେତୁରୁ ନ୍ୟୂନ ହେବାକୁ ଲାଗିଲେଣି
11. କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି
12. ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ
13. ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି। ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରି ଯିବେ
14. କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଯିହୁଦା ଅନେକ ପ୍ରାଚୀରବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ତାହା ତହିଁର ଦୁର୍ଗସଳକ ଗ୍ରାସ କରିବ
Total 14 Chapters, Current Chapter 8 of Total Chapters 14
1 2 3 4 5 6 7 8 9 10 11 12 13 14
×

Alert

×

oriya Letters Keypad References