ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ହୋଶେୟ

Notes

No Verse Added

ହୋଶେୟ ଅଧ୍ୟାୟ 8

1. ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି । 2. ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ଵର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ । 3. ଯାହା ଭଲ, ତାହା ଇସ୍ରାଏଲ ପକାଇ ଦେଇଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ । 4. ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ । ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି । 5. ହେ ଶମରିୟେ, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି । ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି । ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ? 6. କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକର ଏହା ନିର୍ମାଣ କରିଅଛି, ତାହା ଈଶ୍ଵର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ । 7. କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ । ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ । 8. ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି । 9. କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି । 10. ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବର୍ତ୍ତନ ଦେଲେ ହେଁ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ହେତୁରୁ ନ୍ୟୂନ ହେବାକୁ ଲାଗିଲେଣି । 11. କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି । 12. ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ । 13. ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ । ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି। ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରି ଯିବେ । 14. କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀରବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସଳକ ଗ୍ରାସ କରିବ ।
1. ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି । .::. 2. ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ଵର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ । .::. 3. ଯାହା ଭଲ, ତାହା ଇସ୍ରାଏଲ ପକାଇ ଦେଇଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ । .::. 4. ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ । ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି । .::. 5. ହେ ଶମରିୟେ, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି । ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି । ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ? .::. 6. କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକର ଏହା ନିର୍ମାଣ କରିଅଛି, ତାହା ଈଶ୍ଵର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ । .::. 7. କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ । ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ । .::. 8. ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି । .::. 9. କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି । .::. 10. ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବର୍ତ୍ତନ ଦେଲେ ହେଁ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ହେତୁରୁ ନ୍ୟୂନ ହେବାକୁ ଲାଗିଲେଣି । .::. 11. କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି । .::. 12. ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ । .::. 13. ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ । ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି। ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରି ଯିବେ । .::. 14. କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀରବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସଳକ ଗ୍ରାସ କରିବ । .::.
  • ହୋଶେୟ ଅଧ୍ୟାୟ 1  
  • ହୋଶେୟ ଅଧ୍ୟାୟ 2  
  • ହୋଶେୟ ଅଧ୍ୟାୟ 3  
  • ହୋଶେୟ ଅଧ୍ୟାୟ 4  
  • ହୋଶେୟ ଅଧ୍ୟାୟ 5  
  • ହୋଶେୟ ଅଧ୍ୟାୟ 6  
  • ହୋଶେୟ ଅଧ୍ୟାୟ 7  
  • ହୋଶେୟ ଅଧ୍ୟାୟ 8  
  • ହୋଶେୟ ଅଧ୍ୟାୟ 9  
  • ହୋଶେୟ ଅଧ୍ୟାୟ 10  
  • ହୋଶେୟ ଅଧ୍ୟାୟ 11  
  • ହୋଶେୟ ଅଧ୍ୟାୟ 12  
  • ହୋଶେୟ ଅଧ୍ୟାୟ 13  
  • ହୋଶେୟ ଅଧ୍ୟାୟ 14  
×

Alert

×

oriya Letters Keypad References