ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଲେବୀୟ ପୁସ୍ତକ

ରେକର୍ଡଗୁଡିକ

ଲେବୀୟ ପୁସ୍ତକ ଅଧ୍ୟାୟ 2

1 ଆଉ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ-ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁଦେବ; 2 ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠିଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ତତ୍-ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ । 3 ଏହି ଭକ୍ଷ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣରଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର । 4 ଆଉ ଯେବେ ତୁମ୍ଭେ ଭକ୍ଷ୍ୟ-ନୈବେଦ୍ୟ ରୂପେ ତନ୍ଦୁରରେ ପକ୍ଵ ଦ୍ରବ୍ୟ ଦିଅ, ତେବେ ତାହା ତୈଳମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ । 5 ଆଉ ଯେବେ ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ-ନୈବେଦ୍ୟ ହୁଏ, ତେବେ ତାହା ତୈଳମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ । 6 ତୁମ୍ଭେ ତାହା ଖଣ୍ତ ଖଣ୍ତ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ-ନୈବେଦ୍ୟ । 7 ଆଉ ଯେବେ କରେଇରେ ପକ୍ଵ ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ-ନୈବେଦ୍ୟ ହୁଏ, ତେବେ ତାହା ତୈଳପକ୍ଵ ସରୁ ମଇଦାର ହେବ । 8 ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ-ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ । 9 ପୁଣି, ଯାଜକ ସେହି ଭକ୍ଷ୍ୟ-ନୈବେଦ୍ୟରୁ ତତ୍-ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ । 10 ପୁଣି ସେହି ଭକ୍ଷ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର । 11 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ-ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଦ କରିବ ନାହିଁ । 12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ । 13 ଆଉ ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟକୁ ତୁମ୍ଭ ପରମେଶ୍ଵରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ । 14 ପୁଣି ଯେବେ ତୁମ୍ଭେ ଆପଣା ପ୍ରଥମଜାତ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ । 15 ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ-ନୈବେଦ୍ୟ । 16 ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ।
1. ଆଉ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ-ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁଦେବ; 2. ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠିଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ତତ୍-ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ । 3. ଏହି ଭକ୍ଷ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣରଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର । 4. ଆଉ ଯେବେ ତୁମ୍ଭେ ଭକ୍ଷ୍ୟ-ନୈବେଦ୍ୟ ରୂପେ ତନ୍ଦୁରରେ ପକ୍ଵ ଦ୍ରବ୍ୟ ଦିଅ, ତେବେ ତାହା ତୈଳମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ । 5. ଆଉ ଯେବେ ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ-ନୈବେଦ୍ୟ ହୁଏ, ତେବେ ତାହା ତୈଳମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ । 6. ତୁମ୍ଭେ ତାହା ଖଣ୍ତ ଖଣ୍ତ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ-ନୈବେଦ୍ୟ । 7. ଆଉ ଯେବେ କରେଇରେ ପକ୍ଵ ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ-ନୈବେଦ୍ୟ ହୁଏ, ତେବେ ତାହା ତୈଳପକ୍ଵ ସରୁ ମଇଦାର ହେବ । 8. ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ-ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ । 9. ପୁଣି, ଯାଜକ ସେହି ଭକ୍ଷ୍ୟ-ନୈବେଦ୍ୟରୁ ତତ୍-ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ । 10. ପୁଣି ସେହି ଭକ୍ଷ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର । 11. ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ-ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଦ କରିବ ନାହିଁ । 12. ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ । 13. ଆଉ ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟକୁ ତୁମ୍ଭ ପରମେଶ୍ଵରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ । 14. ପୁଣି ଯେବେ ତୁମ୍ଭେ ଆପଣା ପ୍ରଥମଜାତ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ । 15. ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ-ନୈବେଦ୍ୟ । 16. ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ।
  • ଲେବୀୟ ପୁସ୍ତକ ଅଧ୍ୟାୟ 1  
  • ଲେବୀୟ ପୁସ୍ତକ ଅଧ୍ୟାୟ 2  
  • ଲେବୀୟ ପୁସ୍ତକ ଅଧ୍ୟାୟ 3  
  • ଲେବୀୟ ପୁସ୍ତକ ଅଧ୍ୟାୟ 4  
  • ଲେବୀୟ ପୁସ୍ତକ ଅଧ୍ୟାୟ 5  
  • ଲେବୀୟ ପୁସ୍ତକ ଅଧ୍ୟାୟ 6  
  • ଲେବୀୟ ପୁସ୍ତକ ଅଧ୍ୟାୟ 7  
  • ଲେବୀୟ ପୁସ୍ତକ ଅଧ୍ୟାୟ 8  
  • ଲେବୀୟ ପୁସ୍ତକ ଅଧ୍ୟାୟ 9  
  • ଲେବୀୟ ପୁସ୍ତକ ଅଧ୍ୟାୟ 10  
  • ଲେବୀୟ ପୁସ୍ତକ ଅଧ୍ୟାୟ 11  
  • ଲେବୀୟ ପୁସ୍ତକ ଅଧ୍ୟାୟ 12  
  • ଲେବୀୟ ପୁସ୍ତକ ଅଧ୍ୟାୟ 13  
  • ଲେବୀୟ ପୁସ୍ତକ ଅଧ୍ୟାୟ 14  
  • ଲେବୀୟ ପୁସ୍ତକ ଅଧ୍ୟାୟ 15  
  • ଲେବୀୟ ପୁସ୍ତକ ଅଧ୍ୟାୟ 16  
  • ଲେବୀୟ ପୁସ୍ତକ ଅଧ୍ୟାୟ 17  
  • ଲେବୀୟ ପୁସ୍ତକ ଅଧ୍ୟାୟ 18  
  • ଲେବୀୟ ପୁସ୍ତକ ଅଧ୍ୟାୟ 19  
  • ଲେବୀୟ ପୁସ୍ତକ ଅଧ୍ୟାୟ 20  
  • ଲେବୀୟ ପୁସ୍ତକ ଅଧ୍ୟାୟ 21  
  • ଲେବୀୟ ପୁସ୍ତକ ଅଧ୍ୟାୟ 22  
  • ଲେବୀୟ ପୁସ୍ତକ ଅଧ୍ୟାୟ 23  
  • ଲେବୀୟ ପୁସ୍ତକ ଅଧ୍ୟାୟ 24  
  • ଲେବୀୟ ପୁସ୍ତକ ଅଧ୍ୟାୟ 25  
  • ଲେବୀୟ ପୁସ୍ତକ ଅଧ୍ୟାୟ 26  
  • ଲେବୀୟ ପୁସ୍ତକ ଅଧ୍ୟାୟ 27  
×

Alert

×

Oriya Letters Keypad References