ଲେବୀୟ ପୁସ୍ତକ ଅଧ୍ୟାୟ 2
6 ତୁମ୍ଭେ ତାହା ଖଣ୍ତ ଖଣ୍ତ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ-ନୈବେଦ୍ୟ ।
7 ଆଉ ଯେବେ କରେଇରେ ପକ୍ଵ ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ-ନୈବେଦ୍ୟ ହୁଏ, ତେବେ ତାହା ତୈଳପକ୍ଵ ସରୁ ମଇଦାର ହେବ ।
8 ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ-ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ ।
9 ପୁଣି, ଯାଜକ ସେହି ଭକ୍ଷ୍ୟ-ନୈବେଦ୍ୟରୁ ତତ୍-ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ ।
6