ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ

Notes

No Verse Added

ଯିହିଜିକଲ ଅଧ୍ୟାୟ 43

1. ଏଥି ଉତ୍ତାରେ ସେ ମୋତେ ଦ୍ଵାରକୁ, ଅର୍ଥାତ୍, ପୂର୍ବାଭିମୁଖ ଦ୍ଵାର ନିକଟକୁ ଆଣିଲେ; 2. ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶଦ୍ଦ ଜଳରାଶିର ଶଦ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା । 3. ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି । 4. ପୁଣି, ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା । 5. ଅନନ୍ତର ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା । 6. ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ । 7. ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ-ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜଗଣର ଶବ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ । 8. ସେମାନେ ଆମ୍ଭର ଦ୍ଵାର ପ୍ରବେଶ-ସ୍ଥାନ ନିକଟରେ ଆପଣାମାନଙ୍କର ଦ୍ଵାର ପ୍ରବେଶ-ସ୍ଥାନ ଓ ଆମ୍ଭ ଦ୍ଵାରବନ୍ଧ ନିକଟରେ ଆପଣାମାନଙ୍କର ଦ୍ଵାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା, ପୁଣି ଆପଣାମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ଵାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି; ଏନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ । 9. ଏବେ ସେମାନେ ଆପଣାମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣାମାନଙ୍କର ରାଜଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ, ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା । 10. ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ-ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ; ଆଉ, ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ । 11. ପୁଣି, ସେମାନେ ଯେବେ ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ-ସ୍ଥାନ ଓ ପ୍ରବେଶ-ସ୍ଥାନ, ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ । 12. ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ । ଦେଖ, ଏହା ହିଁ ଗୃହର ବ୍ୟବସ୍ଥା । 13. ପୁଣି, ହାତ ଅନୁସାରେ ଯଜ୍ଞବେଦିର ପରିମାଣ ଏହି; (ପ୍ରତି ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ) ବେଦିର ମୂଳ ଏକ ହାତ ଓ ପ୍ରସ୍ଥ ଏକ ହାତ, ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରା; ଧାର ଏକ ଚାଖଣ୍ତ ପରିମିତ ହେବ; ଏହା ଯଜ୍ଞବେଦିର ତଳଭାଗ । 14. ପୁଣି, ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ । ଆଉ, ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ ଚାରି ହାତ ଓ ପ୍ରସ୍ଥ ଏକ ହାତ ହେବ । 15. ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ । 16. ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ । 17. ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ । 18. ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ପ୍ରୋକ୍ଷଣ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ଵନ୍ଧୀୟ ବିଧି ଏହି । 19. ପ୍ରଭୁ ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ । 20. ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକି ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ । 21. ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ । 22. ପୁଣି, ତୁମ୍ଭେ ଦ୍ଵିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ; ଆଉ, ସେମାନେ ବୃଷ ନେଇ ଯେପରି କରିଥିଲେ, ସେପରି ଯଜ୍ଞବେଦିକି ଶୁଚି କରିବେ । 23. ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ । 24. ପୁଣି, ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେସବୁର ଉପରେ ଲବଣ ପ୍ରକ୍ଷେପ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ । 25. ସାତ ଦିନଯାଏ ପ୍ରତି ଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ; ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ । 26. ସାତ ଦିନଯାଏ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ । 27. ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
1. ଏଥି ଉତ୍ତାରେ ସେ ମୋତେ ଦ୍ଵାରକୁ, ଅର୍ଥାତ୍, ପୂର୍ବାଭିମୁଖ ଦ୍ଵାର ନିକଟକୁ ଆଣିଲେ; .::. 2. ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶଦ୍ଦ ଜଳରାଶିର ଶଦ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା । .::. 3. ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି । .::. 4. ପୁଣି, ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା । .::. 5. ଅନନ୍ତର ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା । .::. 6. ପୁଣି, ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ । .::. 7. ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ-ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜଗଣର ଶବ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ । .::. 8. ସେମାନେ ଆମ୍ଭର ଦ୍ଵାର ପ୍ରବେଶ-ସ୍ଥାନ ନିକଟରେ ଆପଣାମାନଙ୍କର ଦ୍ଵାର ପ୍ରବେଶ-ସ୍ଥାନ ଓ ଆମ୍ଭ ଦ୍ଵାରବନ୍ଧ ନିକଟରେ ଆପଣାମାନଙ୍କର ଦ୍ଵାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା, ପୁଣି ଆପଣାମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ଵାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି; ଏନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ । .::. 9. ଏବେ ସେମାନେ ଆପଣାମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣାମାନଙ୍କର ରାଜଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ, ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା । .::. 10. ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ-ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ; ଆଉ, ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ । .::. 11. ପୁଣି, ସେମାନେ ଯେବେ ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ-ସ୍ଥାନ ଓ ପ୍ରବେଶ-ସ୍ଥାନ, ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ । .::. 12. ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ । ଦେଖ, ଏହା ହିଁ ଗୃହର ବ୍ୟବସ୍ଥା । .::. 13. ପୁଣି, ହାତ ଅନୁସାରେ ଯଜ୍ଞବେଦିର ପରିମାଣ ଏହି; (ପ୍ରତି ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ) ବେଦିର ମୂଳ ଏକ ହାତ ଓ ପ୍ରସ୍ଥ ଏକ ହାତ, ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରା; ଧାର ଏକ ଚାଖଣ୍ତ ପରିମିତ ହେବ; ଏହା ଯଜ୍ଞବେଦିର ତଳଭାଗ । .::. 14. ପୁଣି, ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ । ଆଉ, ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ ଚାରି ହାତ ଓ ପ୍ରସ୍ଥ ଏକ ହାତ ହେବ । .::. 15. ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ । .::. 16. ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ । .::. 17. ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ । .::. 18. ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ପ୍ରୋକ୍ଷଣ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ଵନ୍ଧୀୟ ବିଧି ଏହି । .::. 19. ପ୍ରଭୁ ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ । .::. 20. ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକି ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ । .::. 21. ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ । .::. 22. ପୁଣି, ତୁମ୍ଭେ ଦ୍ଵିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ; ଆଉ, ସେମାନେ ବୃଷ ନେଇ ଯେପରି କରିଥିଲେ, ସେପରି ଯଜ୍ଞବେଦିକି ଶୁଚି କରିବେ । .::. 23. ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ । .::. 24. ପୁଣି, ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେସବୁର ଉପରେ ଲବଣ ପ୍ରକ୍ଷେପ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ । .::. 25. ସାତ ଦିନଯାଏ ପ୍ରତି ଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ; ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ । .::. 26. ସାତ ଦିନଯାଏ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ । .::. 27. ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । .::.
  • ଯିହିଜିକଲ ଅଧ୍ୟାୟ 1  
  • ଯିହିଜିକଲ ଅଧ୍ୟାୟ 2  
  • ଯିହିଜିକଲ ଅଧ୍ୟାୟ 3  
  • ଯିହିଜିକଲ ଅଧ୍ୟାୟ 4  
  • ଯିହିଜିକଲ ଅଧ୍ୟାୟ 5  
  • ଯିହିଜିକଲ ଅଧ୍ୟାୟ 6  
  • ଯିହିଜିକଲ ଅଧ୍ୟାୟ 7  
  • ଯିହିଜିକଲ ଅଧ୍ୟାୟ 8  
  • ଯିହିଜିକଲ ଅଧ୍ୟାୟ 9  
  • ଯିହିଜିକଲ ଅଧ୍ୟାୟ 10  
  • ଯିହିଜିକଲ ଅଧ୍ୟାୟ 11  
  • ଯିହିଜିକଲ ଅଧ୍ୟାୟ 12  
  • ଯିହିଜିକଲ ଅଧ୍ୟାୟ 13  
  • ଯିହିଜିକଲ ଅଧ୍ୟାୟ 14  
  • ଯିହିଜିକଲ ଅଧ୍ୟାୟ 15  
  • ଯିହିଜିକଲ ଅଧ୍ୟାୟ 16  
  • ଯିହିଜିକଲ ଅଧ୍ୟାୟ 17  
  • ଯିହିଜିକଲ ଅଧ୍ୟାୟ 18  
  • ଯିହିଜିକଲ ଅଧ୍ୟାୟ 19  
  • ଯିହିଜିକଲ ଅଧ୍ୟାୟ 20  
  • ଯିହିଜିକଲ ଅଧ୍ୟାୟ 21  
  • ଯିହିଜିକଲ ଅଧ୍ୟାୟ 22  
  • ଯିହିଜିକଲ ଅଧ୍ୟାୟ 23  
  • ଯିହିଜିକଲ ଅଧ୍ୟାୟ 24  
  • ଯିହିଜିକଲ ଅଧ୍ୟାୟ 25  
  • ଯିହିଜିକଲ ଅଧ୍ୟାୟ 26  
  • ଯିହିଜିକଲ ଅଧ୍ୟାୟ 27  
  • ଯିହିଜିକଲ ଅଧ୍ୟାୟ 28  
  • ଯିହିଜିକଲ ଅଧ୍ୟାୟ 29  
  • ଯିହିଜିକଲ ଅଧ୍ୟାୟ 30  
  • ଯିହିଜିକଲ ଅଧ୍ୟାୟ 31  
  • ଯିହିଜିକଲ ଅଧ୍ୟାୟ 32  
  • ଯିହିଜିକଲ ଅଧ୍ୟାୟ 33  
  • ଯିହିଜିକଲ ଅଧ୍ୟାୟ 34  
  • ଯିହିଜିକଲ ଅଧ୍ୟାୟ 35  
  • ଯିହିଜିକଲ ଅଧ୍ୟାୟ 36  
  • ଯିହିଜିକଲ ଅଧ୍ୟାୟ 37  
  • ଯିହିଜିକଲ ଅଧ୍ୟାୟ 38  
  • ଯିହିଜିକଲ ଅଧ୍ୟାୟ 39  
  • ଯିହିଜିକଲ ଅଧ୍ୟାୟ 40  
  • ଯିହିଜିକଲ ଅଧ୍ୟାୟ 41  
  • ଯିହିଜିକଲ ଅଧ୍ୟାୟ 42  
  • ଯିହିଜିକଲ ଅଧ୍ୟାୟ 43  
  • ଯିହିଜିକଲ ଅଧ୍ୟାୟ 44  
  • ଯିହିଜିକଲ ଅଧ୍ୟାୟ 45  
  • ଯିହିଜିକଲ ଅଧ୍ୟାୟ 46  
  • ଯିହିଜିକଲ ଅଧ୍ୟାୟ 47  
  • ଯିହିଜିକଲ ଅଧ୍ୟାୟ 48  
Common Bible Languages
West Indian Languages
×

Alert

×

oriya Letters Keypad References