ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ

Notes

No Verse Added

ଯିହିଜିକଲ ଅଧ୍ୟାୟ 2

1. ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା । 2. ସେ କଥା କହିବା ବେଳେ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି । 3. ପୁଣି, ସେ ମୋତେ କହିଲେ,ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି । 4. ସେହି ସନ୍ତାନମାନେ ନିର୍ଲଜ୍ଜମୁଖ ଓ କଠିନଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି । 5. ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ । 6. ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି ଓ ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ । 7. ସେମାନେ ଅତ୍ୟ; ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ । 8. ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ-ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର । 9. ତହିଁରେ ମୁଁ ଅନାନ୍ତେ, ଦେଖ, ଖଣ୍ତେ ହସ୍ତ ମୋʼ ଆଡ଼େ ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକଖଣ୍ତ ନଳାକାର ପୁସ୍ତକ ଥିଲା; 10. ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା ।
1. ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା । .::. 2. ସେ କଥା କହିବା ବେଳେ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି । .::. 3. ପୁଣି, ସେ ମୋତେ କହିଲେ,ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି । .::. 4. ସେହି ସନ୍ତାନମାନେ ନିର୍ଲଜ୍ଜମୁଖ ଓ କଠିନଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି । .::. 5. ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ । .::. 6. ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି ଓ ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ । .::. 7. ସେମାନେ ଅତ୍ୟ; ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ । .::. 8. ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ-ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର । .::. 9. ତହିଁରେ ମୁଁ ଅନାନ୍ତେ, ଦେଖ, ଖଣ୍ତେ ହସ୍ତ ମୋʼ ଆଡ଼େ ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକଖଣ୍ତ ନଳାକାର ପୁସ୍ତକ ଥିଲା; .::. 10. ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା । .::.
  • ଯିହିଜିକଲ ଅଧ୍ୟାୟ 1  
  • ଯିହିଜିକଲ ଅଧ୍ୟାୟ 2  
  • ଯିହିଜିକଲ ଅଧ୍ୟାୟ 3  
  • ଯିହିଜିକଲ ଅଧ୍ୟାୟ 4  
  • ଯିହିଜିକଲ ଅଧ୍ୟାୟ 5  
  • ଯିହିଜିକଲ ଅଧ୍ୟାୟ 6  
  • ଯିହିଜିକଲ ଅଧ୍ୟାୟ 7  
  • ଯିହିଜିକଲ ଅଧ୍ୟାୟ 8  
  • ଯିହିଜିକଲ ଅଧ୍ୟାୟ 9  
  • ଯିହିଜିକଲ ଅଧ୍ୟାୟ 10  
  • ଯିହିଜିକଲ ଅଧ୍ୟାୟ 11  
  • ଯିହିଜିକଲ ଅଧ୍ୟାୟ 12  
  • ଯିହିଜିକଲ ଅଧ୍ୟାୟ 13  
  • ଯିହିଜିକଲ ଅଧ୍ୟାୟ 14  
  • ଯିହିଜିକଲ ଅଧ୍ୟାୟ 15  
  • ଯିହିଜିକଲ ଅଧ୍ୟାୟ 16  
  • ଯିହିଜିକଲ ଅଧ୍ୟାୟ 17  
  • ଯିହିଜିକଲ ଅଧ୍ୟାୟ 18  
  • ଯିହିଜିକଲ ଅଧ୍ୟାୟ 19  
  • ଯିହିଜିକଲ ଅଧ୍ୟାୟ 20  
  • ଯିହିଜିକଲ ଅଧ୍ୟାୟ 21  
  • ଯିହିଜିକଲ ଅଧ୍ୟାୟ 22  
  • ଯିହିଜିକଲ ଅଧ୍ୟାୟ 23  
  • ଯିହିଜିକଲ ଅଧ୍ୟାୟ 24  
  • ଯିହିଜିକଲ ଅଧ୍ୟାୟ 25  
  • ଯିହିଜିକଲ ଅଧ୍ୟାୟ 26  
  • ଯିହିଜିକଲ ଅଧ୍ୟାୟ 27  
  • ଯିହିଜିକଲ ଅଧ୍ୟାୟ 28  
  • ଯିହିଜିକଲ ଅଧ୍ୟାୟ 29  
  • ଯିହିଜିକଲ ଅଧ୍ୟାୟ 30  
  • ଯିହିଜିକଲ ଅଧ୍ୟାୟ 31  
  • ଯିହିଜିକଲ ଅଧ୍ୟାୟ 32  
  • ଯିହିଜିକଲ ଅଧ୍ୟାୟ 33  
  • ଯିହିଜିକଲ ଅଧ୍ୟାୟ 34  
  • ଯିହିଜିକଲ ଅଧ୍ୟାୟ 35  
  • ଯିହିଜିକଲ ଅଧ୍ୟାୟ 36  
  • ଯିହିଜିକଲ ଅଧ୍ୟାୟ 37  
  • ଯିହିଜିକଲ ଅଧ୍ୟାୟ 38  
  • ଯିହିଜିକଲ ଅଧ୍ୟାୟ 39  
  • ଯିହିଜିକଲ ଅଧ୍ୟାୟ 40  
  • ଯିହିଜିକଲ ଅଧ୍ୟାୟ 41  
  • ଯିହିଜିକଲ ଅଧ୍ୟାୟ 42  
  • ଯିହିଜିକଲ ଅଧ୍ୟାୟ 43  
  • ଯିହିଜିକଲ ଅଧ୍ୟାୟ 44  
  • ଯିହିଜିକଲ ଅଧ୍ୟାୟ 45  
  • ଯିହିଜିକଲ ଅଧ୍ୟାୟ 46  
  • ଯିହିଜିକଲ ଅଧ୍ୟାୟ 47  
  • ଯିହିଜିକଲ ଅଧ୍ୟାୟ 48  
Common Bible Languages
West Indian Languages
×

Alert

×

oriya Letters Keypad References