ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା

Notes

No Verse Added

ଗୀତସଂହିତା ଅଧ୍ୟାୟ 40

1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୁକ୍ତି ଶୁଣିଲେ । 2. ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଗୀତ. ୬୯:୨,୧୪ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ । 3. ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କଠାରେ ବିଶ୍ଵାସ କରିବେ । 4. ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ଵାସଭୂମି କରେ, ପୁଣି ଅହଂକାରୀକି ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ । 5. ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ତୁମ୍ଭର କୃତ ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଙ୍କଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ । 6. ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ । 7. ତେବେ ମୁଁ କହିଲି, ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି । 8. ହେ ମୋହର ପରମେଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି । 9. ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ । 10. ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ ମୁଁ ତୁମ୍ଭର ବିଶ୍ଵସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ । 11. ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ । 12. କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି । 13. ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ଵର ହୁଅ । 14. ମୋʼ ପ୍ରାଣନାଶର ଅନ୍ଵେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ । 15. ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ। 16. ଯେଉଁମାନେ ତୁମ୍ଭର ଅନ୍ଵେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ । 17. ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ଵର, ବିଳମ୍ଵ କର ନାହିଁ ।
1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୁକ୍ତି ଶୁଣିଲେ । .::. 2. ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଗୀତ. ୬୯:୨,୧୪ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ । .::. 3. ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କଠାରେ ବିଶ୍ଵାସ କରିବେ । .::. 4. ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ଵାସଭୂମି କରେ, ପୁଣି ଅହଂକାରୀକି ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ । .::. 5. ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ତୁମ୍ଭର କୃତ ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଙ୍କଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ । .::. 6. ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ । .::. 7. ତେବେ ମୁଁ କହିଲି, ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି । .::. 8. ହେ ମୋହର ପରମେଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି । .::. 9. ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ । .::. 10. ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ ମୁଁ ତୁମ୍ଭର ବିଶ୍ଵସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ । .::. 11. ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ । .::. 12. କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି । .::. 13. ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ଵର ହୁଅ । .::. 14. ମୋʼ ପ୍ରାଣନାଶର ଅନ୍ଵେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ । .::. 15. ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ। .::. 16. ଯେଉଁମାନେ ତୁମ୍ଭର ଅନ୍ଵେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ । .::. 17. ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ଵର, ବିଳମ୍ଵ କର ନାହିଁ । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
  • ଗୀତସଂହିତା ଅଧ୍ୟାୟ 43  
  • ଗୀତସଂହିତା ଅଧ୍ୟାୟ 44  
  • ଗୀତସଂହିତା ଅଧ୍ୟାୟ 45  
  • ଗୀତସଂହିତା ଅଧ୍ୟାୟ 46  
  • ଗୀତସଂହିତା ଅଧ୍ୟାୟ 47  
  • ଗୀତସଂହିତା ଅଧ୍ୟାୟ 48  
  • ଗୀତସଂହିତା ଅଧ୍ୟାୟ 49  
  • ଗୀତସଂହିତା ଅଧ୍ୟାୟ 50  
  • ଗୀତସଂହିତା ଅଧ୍ୟାୟ 51  
  • ଗୀତସଂହିତା ଅଧ୍ୟାୟ 52  
  • ଗୀତସଂହିତା ଅଧ୍ୟାୟ 53  
  • ଗୀତସଂହିତା ଅଧ୍ୟାୟ 54  
  • ଗୀତସଂହିତା ଅଧ୍ୟାୟ 55  
  • ଗୀତସଂହିତା ଅଧ୍ୟାୟ 56  
  • ଗୀତସଂହିତା ଅଧ୍ୟାୟ 57  
  • ଗୀତସଂହିତା ଅଧ୍ୟାୟ 58  
  • ଗୀତସଂହିତା ଅଧ୍ୟାୟ 59  
  • ଗୀତସଂହିତା ଅଧ୍ୟାୟ 60  
  • ଗୀତସଂହିତା ଅଧ୍ୟାୟ 61  
  • ଗୀତସଂହିତା ଅଧ୍ୟାୟ 62  
  • ଗୀତସଂହିତା ଅଧ୍ୟାୟ 63  
  • ଗୀତସଂହିତା ଅଧ୍ୟାୟ 64  
  • ଗୀତସଂହିତା ଅଧ୍ୟାୟ 65  
  • ଗୀତସଂହିତା ଅଧ୍ୟାୟ 66  
  • ଗୀତସଂହିତା ଅଧ୍ୟାୟ 67  
  • ଗୀତସଂହିତା ଅଧ୍ୟାୟ 68  
  • ଗୀତସଂହିତା ଅଧ୍ୟାୟ 69  
  • ଗୀତସଂହିତା ଅଧ୍ୟାୟ 70  
  • ଗୀତସଂହିତା ଅଧ୍ୟାୟ 71  
  • ଗୀତସଂହିତା ଅଧ୍ୟାୟ 72  
  • ଗୀତସଂହିତା ଅଧ୍ୟାୟ 73  
  • ଗୀତସଂହିତା ଅଧ୍ୟାୟ 74  
  • ଗୀତସଂହିତା ଅଧ୍ୟାୟ 75  
  • ଗୀତସଂହିତା ଅଧ୍ୟାୟ 76  
  • ଗୀତସଂହିତା ଅଧ୍ୟାୟ 77  
  • ଗୀତସଂହିତା ଅଧ୍ୟାୟ 78  
  • ଗୀତସଂହିତା ଅଧ୍ୟାୟ 79  
  • ଗୀତସଂହିତା ଅଧ୍ୟାୟ 80  
  • ଗୀତସଂହିତା ଅଧ୍ୟାୟ 81  
  • ଗୀତସଂହିତା ଅଧ୍ୟାୟ 82  
  • ଗୀତସଂହିତା ଅଧ୍ୟାୟ 83  
  • ଗୀତସଂହିତା ଅଧ୍ୟାୟ 84  
  • ଗୀତସଂହିତା ଅଧ୍ୟାୟ 85  
  • ଗୀତସଂହିତା ଅଧ୍ୟାୟ 86  
  • ଗୀତସଂହିତା ଅଧ୍ୟାୟ 87  
  • ଗୀତସଂହିତା ଅଧ୍ୟାୟ 88  
  • ଗୀତସଂହିତା ଅଧ୍ୟାୟ 89  
  • ଗୀତସଂହିତା ଅଧ୍ୟାୟ 90  
  • ଗୀତସଂହିତା ଅଧ୍ୟାୟ 91  
  • ଗୀତସଂହିତା ଅଧ୍ୟାୟ 92  
  • ଗୀତସଂହିତା ଅଧ୍ୟାୟ 93  
  • ଗୀତସଂହିତା ଅଧ୍ୟାୟ 94  
  • ଗୀତସଂହିତା ଅଧ୍ୟାୟ 95  
  • ଗୀତସଂହିତା ଅଧ୍ୟାୟ 96  
  • ଗୀତସଂହିତା ଅଧ୍ୟାୟ 97  
  • ଗୀତସଂହିତା ଅଧ୍ୟାୟ 98  
  • ଗୀତସଂହିତା ଅଧ୍ୟାୟ 99  
  • ଗୀତସଂହିତା ଅଧ୍ୟାୟ 100  
  • ଗୀତସଂହିତା ଅଧ୍ୟାୟ 101  
  • ଗୀତସଂହିତା ଅଧ୍ୟାୟ 102  
  • ଗୀତସଂହିତା ଅଧ୍ୟାୟ 103  
  • ଗୀତସଂହିତା ଅଧ୍ୟାୟ 104  
  • ଗୀତସଂହିତା ଅଧ୍ୟାୟ 105  
  • ଗୀତସଂହିତା ଅଧ୍ୟାୟ 106  
  • ଗୀତସଂହିତା ଅଧ୍ୟାୟ 107  
  • ଗୀତସଂହିତା ଅଧ୍ୟାୟ 108  
  • ଗୀତସଂହିତା ଅଧ୍ୟାୟ 109  
  • ଗୀତସଂହିତା ଅଧ୍ୟାୟ 110  
  • ଗୀତସଂହିତା ଅଧ୍ୟାୟ 111  
  • ଗୀତସଂହିତା ଅଧ୍ୟାୟ 112  
  • ଗୀତସଂହିତା ଅଧ୍ୟାୟ 113  
  • ଗୀତସଂହିତା ଅଧ୍ୟାୟ 114  
  • ଗୀତସଂହିତା ଅଧ୍ୟାୟ 115  
  • ଗୀତସଂହିତା ଅଧ୍ୟାୟ 116  
  • ଗୀତସଂହିତା ଅଧ୍ୟାୟ 117  
  • ଗୀତସଂହିତା ଅଧ୍ୟାୟ 118  
  • ଗୀତସଂହିତା ଅଧ୍ୟାୟ 119  
  • ଗୀତସଂହିତା ଅଧ୍ୟାୟ 120  
  • ଗୀତସଂହିତା ଅଧ୍ୟାୟ 121  
  • ଗୀତସଂହିତା ଅଧ୍ୟାୟ 122  
  • ଗୀତସଂହିତା ଅଧ୍ୟାୟ 123  
  • ଗୀତସଂହିତା ଅଧ୍ୟାୟ 124  
  • ଗୀତସଂହିତା ଅଧ୍ୟାୟ 125  
  • ଗୀତସଂହିତା ଅଧ୍ୟାୟ 126  
  • ଗୀତସଂହିତା ଅଧ୍ୟାୟ 127  
  • ଗୀତସଂହିତା ଅଧ୍ୟାୟ 128  
  • ଗୀତସଂହିତା ଅଧ୍ୟାୟ 129  
  • ଗୀତସଂହିତା ଅଧ୍ୟାୟ 130  
  • ଗୀତସଂହିତା ଅଧ୍ୟାୟ 131  
  • ଗୀତସଂହିତା ଅଧ୍ୟାୟ 132  
  • ଗୀତସଂହିତା ଅଧ୍ୟାୟ 133  
  • ଗୀତସଂହିତା ଅଧ୍ୟାୟ 134  
  • ଗୀତସଂହିତା ଅଧ୍ୟାୟ 135  
  • ଗୀତସଂହିତା ଅଧ୍ୟାୟ 136  
  • ଗୀତସଂହିତା ଅଧ୍ୟାୟ 137  
  • ଗୀତସଂହିତା ଅଧ୍ୟାୟ 138  
  • ଗୀତସଂହିତା ଅଧ୍ୟାୟ 139  
  • ଗୀତସଂହିତା ଅଧ୍ୟାୟ 140  
  • ଗୀତସଂହିତା ଅଧ୍ୟାୟ 141  
  • ଗୀତସଂହିତା ଅଧ୍ୟାୟ 142  
  • ଗୀତସଂହିତା ଅଧ୍ୟାୟ 143  
  • ଗୀତସଂହିତା ଅଧ୍ୟାୟ 144  
  • ଗୀତସଂହିତା ଅଧ୍ୟାୟ 145  
  • ଗୀତସଂହିତା ଅଧ୍ୟାୟ 146  
  • ଗୀତସଂହିତା ଅଧ୍ୟାୟ 147  
  • ଗୀତସଂହିତା ଅଧ୍ୟାୟ 148  
  • ଗୀତସଂହିତା ଅଧ୍ୟାୟ 149  
  • ଗୀତସଂହିତା ଅଧ୍ୟାୟ 150  
Common Bible Languages
West Indian Languages
×

Alert

×

oriya Letters Keypad References