ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 28

1 ଅନନ୍ତର ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କି, ବଂଶାଧି-ପତିଗଣଙ୍କୁ ଓ ପାଳି କ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ର-ମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ । 2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି। 3 ମାତ୍ର ପରମେଶ୍ଵର ମୋତେ କହିଲେ, ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ । 4 ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା-ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼଠାରେ ସନ୍ତୁଷ୍ଟ ହେଲେ; 5 ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି । 6 ଆଉ, ସେ ମୋତେ କହିଅଛନ୍ତି, ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା । 7 ଆଉ, ଆଜିର ନ୍ୟାୟ ଯେବେ ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା । 8 ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ଵେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ । 9 ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ଵରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯେବେ ତୁମ୍ଭେ ତାହାଙ୍କର ଅନ୍ଵେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯେବେ ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ । 10 ଏବେ ସାବଧାନ ହୁଅ; କାରଣ ପବିତ୍ର ଆବାସ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି; ବଳବାନ ହୁଅ ଓ ତାହା କର । 11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ତାର ଓ ତହିଁ ଗୃହର ଓ ତହିଁ ଭଣ୍ତାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ; 12 ଆହୁରି, ସେ ଆତ୍ମାଙ୍କ ଦ୍ଵାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ଵରଙ୍କ ଗୃହର ଭଣ୍ତାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ତାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ; 13 ମଧ୍ୟ ଯାଜକ ଓ ଲେବୀୟମାନଙ୍କ ପାଳି ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସମସ୍ତ କାର୍ଯ୍ୟ ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହରେ ସେବାର୍ଥକ ସମସ୍ତ ପାତ୍ର ନିମନ୍ତେ; 14 ଯଥା, ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍, ସ୍ଵର୍ଣ୍ଣମୟ ପାତ୍ର ନିମନ୍ତେ ସୁନା; ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍, ରୌପ୍ୟମୟ ପାତ୍ର ନିମନ୍ତେ ରୂପା ତୌଲି ଦେଲେ; 15 ମଧ୍ୟ ସ୍ଵର୍ଣ୍ଣମୟ ଦୀପବୃକ୍ଷସକଳ ନିମନ୍ତେ ଓ ତହିଁର ପ୍ରଦୀପ ନିମନ୍ତେ ତୌଲି ଦେଲେ, ଅର୍ଥାତ୍, ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ସୁନା ତୌଲି ଦେଲେ; ପୁଣି ରୌପ୍ୟମୟ ଦୀପବୃକ୍ଷସକଳ, ଅର୍ଥାତ୍, ପ୍ରତ୍ୟେକ ଦୀପବୃକ୍ଷର ବ୍ୟବହାରାନୁସାରେ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ରୂପା ତୌଲି ଦେଲେ; 16 ଆଉ, ଦର୍ଶନୀୟ ରୋଟୀର ମେଜସକଳ ମଧ୍ୟରୁ ପ୍ରତ୍ୟେକ ସ୍ଵର୍ଣ୍ଣମୟ ମେଜ ନିମନ୍ତେ ସୁନା ଓ ରୌପ୍ୟମୟ ମେଜସକଳ ନିମନ୍ତେ ରୂପା ତୌଲି ଦେଲେ; 17 ଆଉ, ତ୍ରିଶୂଳ ଓ କୁଣ୍ତ ଓ ପାତ୍ରସକଳ ନିମନ୍ତେ ନିର୍ମଳ ସ୍ଵର୍ଣ୍ଣ; ପୁଣି ସ୍ଵର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ; 18 ଆଉ, ଧୂପବେଦି ନିମନ୍ତେ ନିର୍ମଳ ସ୍ଵର୍ଣ୍ଣର ପରିମାଣ; ଆଉ ରଥ, ଅର୍ଥାତ୍, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଚ୍ଛାଦନକାରୀ ବିସ୍ତୃତପକ୍ଷ କିରୂବମାନଙ୍କ ନମୁନା ନିମନ୍ତେ ସ୍ଵର୍ଣ୍ଣ ଦେଲେ । 19 ଦାଉଦ କହିଲେ, ଏହିସବୁ, ଅର୍ଥାତ୍, ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତ-ଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି । 20 ଏଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର; ଭୟ ନ କର, ଅବା ନିରାଶ ନ ହୁଅ; କାରଣ ଆମ୍ଭର ପରମେଶ୍ଵର, ସଦାପ୍ରଭୁ ପରମେଶ୍ଵର ତୁମ୍ଭର ସହବର୍ତ୍ତୀ ଅଛନ୍ତି; ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସକଳ କର୍ମ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କି ତୁମ୍ଭକୁ ତ୍ୟାଗ କରିବେ ନାହିଁ । 21 ଆଉ ଦେଖ, ପରମେଶ୍ଵରଙ୍କ ଗୃହର ସମସ୍ତ ସେବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପାଳି ଅଛି; ଆଉ ସର୍ବପ୍ରକାର ସେବା ନିମନ୍ତେ ସର୍ବପ୍ରକାର କାର୍ଯ୍ୟରେ ଇଚ୍ଛୁକ ଓ ନିପୁଣ ଲୋକେ ତୁମ୍ଭ ନିକଟରେ ରହିବେ; ମଧ୍ୟ ସେନାପତିଗଣ ଓ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ତୁମ୍ଭର ଆଜ୍ଞାଧୀନ ହେବେ ।
1. ଅନନ୍ତର ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କି, ବଂଶାଧି-ପତିଗଣଙ୍କୁ ଓ ପାଳି କ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ର-ମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ । 2. ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି। 3. ମାତ୍ର ପରମେଶ୍ଵର ମୋତେ କହିଲେ, ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ । 4. ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା-ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼଠାରେ ସନ୍ତୁଷ୍ଟ ହେଲେ; 5. ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି । 6. ଆଉ, ସେ ମୋତେ କହିଅଛନ୍ତି, ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା । 7. ଆଉ, ଆଜିର ନ୍ୟାୟ ଯେବେ ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା । 8. ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ଵେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ । 9. ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ଵରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯେବେ ତୁମ୍ଭେ ତାହାଙ୍କର ଅନ୍ଵେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯେବେ ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ । 10. ଏବେ ସାବଧାନ ହୁଅ; କାରଣ ପବିତ୍ର ଆବାସ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି; ବଳବାନ ହୁଅ ଓ ତାହା କର । 11. ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ତାର ଓ ତହିଁ ଗୃହର ଓ ତହିଁ ଭଣ୍ତାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ; 12. ଆହୁରି, ସେ ଆତ୍ମାଙ୍କ ଦ୍ଵାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ଵରଙ୍କ ଗୃହର ଭଣ୍ତାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ତାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ; 13. ମଧ୍ୟ ଯାଜକ ଓ ଲେବୀୟମାନଙ୍କ ପାଳି ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସମସ୍ତ କାର୍ଯ୍ୟ ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହରେ ସେବାର୍ଥକ ସମସ୍ତ ପାତ୍ର ନିମନ୍ତେ; 14. ଯଥା, ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍, ସ୍ଵର୍ଣ୍ଣମୟ ପାତ୍ର ନିମନ୍ତେ ସୁନା; ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍, ରୌପ୍ୟମୟ ପାତ୍ର ନିମନ୍ତେ ରୂପା ତୌଲି ଦେଲେ; 15. ମଧ୍ୟ ସ୍ଵର୍ଣ୍ଣମୟ ଦୀପବୃକ୍ଷସକଳ ନିମନ୍ତେ ଓ ତହିଁର ପ୍ରଦୀପ ନିମନ୍ତେ ତୌଲି ଦେଲେ, ଅର୍ଥାତ୍, ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ସୁନା ତୌଲି ଦେଲେ; ପୁଣି ରୌପ୍ୟମୟ ଦୀପବୃକ୍ଷସକଳ, ଅର୍ଥାତ୍, ପ୍ରତ୍ୟେକ ଦୀପବୃକ୍ଷର ବ୍ୟବହାରାନୁସାରେ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ରୂପା ତୌଲି ଦେଲେ; 16. ଆଉ, ଦର୍ଶନୀୟ ରୋଟୀର ମେଜସକଳ ମଧ୍ୟରୁ ପ୍ରତ୍ୟେକ ସ୍ଵର୍ଣ୍ଣମୟ ମେଜ ନିମନ୍ତେ ସୁନା ଓ ରୌପ୍ୟମୟ ମେଜସକଳ ନିମନ୍ତେ ରୂପା ତୌଲି ଦେଲେ; 17. ଆଉ, ତ୍ରିଶୂଳ ଓ କୁଣ୍ତ ଓ ପାତ୍ରସକଳ ନିମନ୍ତେ ନିର୍ମଳ ସ୍ଵର୍ଣ୍ଣ; ପୁଣି ସ୍ଵର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ; 18. ଆଉ, ଧୂପବେଦି ନିମନ୍ତେ ନିର୍ମଳ ସ୍ଵର୍ଣ୍ଣର ପରିମାଣ; ଆଉ ରଥ, ଅର୍ଥାତ୍, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଚ୍ଛାଦନକାରୀ ବିସ୍ତୃତପକ୍ଷ କିରୂବମାନଙ୍କ ନମୁନା ନିମନ୍ତେ ସ୍ଵର୍ଣ୍ଣ ଦେଲେ । 19. ଦାଉଦ କହିଲେ, ଏହିସବୁ, ଅର୍ଥାତ୍, ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତ-ଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି । 20. ଏଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର; ଭୟ ନ କର, ଅବା ନିରାଶ ନ ହୁଅ; କାରଣ ଆମ୍ଭର ପରମେଶ୍ଵର, ସଦାପ୍ରଭୁ ପରମେଶ୍ଵର ତୁମ୍ଭର ସହବର୍ତ୍ତୀ ଅଛନ୍ତି; ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସକଳ କର୍ମ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କି ତୁମ୍ଭକୁ ତ୍ୟାଗ କରିବେ ନାହିଁ । 21. ଆଉ ଦେଖ, ପରମେଶ୍ଵରଙ୍କ ଗୃହର ସମସ୍ତ ସେବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପାଳି ଅଛି; ଆଉ ସର୍ବପ୍ରକାର ସେବା ନିମନ୍ତେ ସର୍ବପ୍ରକାର କାର୍ଯ୍ୟରେ ଇଚ୍ଛୁକ ଓ ନିପୁଣ ଲୋକେ ତୁମ୍ଭ ନିକଟରେ ରହିବେ; ମଧ୍ୟ ସେନାପତିଗଣ ଓ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ତୁମ୍ଭର ଆଜ୍ଞାଧୀନ ହେବେ ।
  • ପ୍ରଥମ ବଂଶାବଳୀ ଅଧ୍ୟାୟ 1  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 2  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 3  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 4  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 5  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 6  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 7  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 8  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 9  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 10  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 11  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 12  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 13  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 14  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 15  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 16  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 17  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 18  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 19  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 20  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 21  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 22  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 23  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 24  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 25  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 26  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 27  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 28  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 29  
×

Alert

×

Oriya Letters Keypad References