ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 7

1 ଇଷାଖରର ପୁତ୍ରଗଣ; ତାଲୟ ଓ ପୂୟ, ଯାଶୂବ୍ ଓ ଶିମ୍ରୋଣ, ଚାରି ଜଣ । 2 ଆଉ ତୋଲୟର ପୁତ୍ରଗଣ; ଉଷି ଓ ରଫାୟ ଓ ଯିରୀୟେଲ ଓ ଯହମୟ ଓ ଯିବ୍ସମ୍ ଓ ଶେମୁୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା । 3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ । ଏସମସ୍ତେ ପ୍ରଧାନ ଲୋକ ଥିଲେ । 4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ଵ ସ୍ଵ ପିତୃ-ବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ । 5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଶୀ ହଜାର ଥିଲେ । 6 ଆଉ ବିନ୍ୟାମୀନର ପୁତ୍ରଗଣ; ବେଲା ଓ ବେଖର୍ ଓ ଯିଦୀୟେଲ, ତିନି ଜଣ । 7 ଆଉ ବେଲାର ପୁତ୍ରଗଣ; ଇଷ୍ବୋନ୍ ଓ ଉଷ ଓ ଉଷୀୟେଲ ଓ ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ । 8 ଆଉ ବେଖରର ପୁତ୍ରଗଣ; ସମୀର୍ ଓ ଯୋୟାଶ୍ ଓ ଇଲୀୟେଷର୍ ଓ ଇଲୀୟୋ-ଐନୟ ଓ ଅମ୍ରି ଓ ଯିରେମୋତ୍ ଓ ଅବୀୟ ଓ ଅନାଥୋତ୍ ଓ ଆଲେମତ୍ । ଏ ସମସ୍ତେ ବେଖରର ସନ୍ତାନ । 9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ଵ ସ୍ଵ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ । 10 ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର; 11 ଯିହୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ । 12 ଶୁପ୍‍ପୀମ୍ ମଧ୍ୟ ଓ ହୁପ୍‍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ । 13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍ ଓ ଗୂନି ଓ ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ । 14 ମନଃଶିର ପୁତ୍ରଗଣ; ଅସ୍ରୀୟେଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା; (ତାହାର ଅରାମୀୟା ଉପପନିୀ, ଗିଲୀୟଦର ପିତା ମାଖୀର୍କୁ ପ୍ରସବ କଲା; 15 ଏହି ମାଖୀର୍ ହୁପ୍‍ପୀମ୍ ଓ ଶୁପ୍‍ପୀମ୍ ସମ୍ଵନ୍ଧୀୟା ଏକ ସ୍ତ୍ରୀକି ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା); ଆଉ ଦ୍ଵିତୀୟର ନାମ ସଲ୍ଫାଦ୍ ଓ ସଲ୍ଫାଦର କନ୍ୟାମାନେ ଥିଲେ । 16 ଆଉ ମାଖୀର୍ର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି ତାହାର ପୁତ୍ର ଉଲମ୍ ଓ ରେକମ୍ । 17 ଉଲମ୍ର ପୁତ୍ରଗଣ, ବଦାନ୍ । ଏମାନେ ମନଃଶିର ପୌତ୍ର ମାଖୀର୍ର ପୁତ୍ର ଗିଲୀୟଦର ସନ୍ତାନ । 18 ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ ଓ ଅବୀୟେଷର ଓ ମହଲାକୁ ପ୍ରସବ କଲା । 19 ଆଉ ଶମୀଦାର ପୁତ୍ର ଅହୀୟନ୍ ଓ ଶେଖମ୍ ଓ ଲିକ୍ହି ଓ ଅନୀୟାମ୍ । 20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍, 21 ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ ଓ ଏତ୍ସର ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ । 22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ । 23 ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା । 24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନୀଚତର ବୈଥୋରୋଣ ଓ ଉଷେନ୍ ଶୀରା ନିର୍ମାଣ କଲା । 25 ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ; 26 ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମ୍ମୀହୂଦ୍, ତାହାର ପୁତ୍ର ଇଲୀଶାମା; 27 ତାହାର ପୁତ୍ର ନୂନ୍, ତାହାର ପୁତ୍ର ଯିହୋଶୂୟ । 28 ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା; 29 ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ଵସ୍ଥ ବୈଥ୍ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ ଥିଲା । ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ । 30 ଆଶେର୍ର ସନ୍ତାନଗଣ; ଯିମ୍ନ ଓ ଯିଶ୍ବ ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କର ଭଗିନୀ ସେରହ । 31 ବରୀୟର ପୁତ୍ର ହେବର୍ ଓ ବିର୍ଷୋତର ପିତା ମଲ୍‍କୀୟେଲ । 32 ପୁଣି ହେବର୍, ଯଫ୍ଲେଟ୍ ଓ ଶୋମର ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା । 33 ଯଫ୍ଲେଟର ପୁତ୍ର ପାସକ ଓ ବିମ୍ହଲ୍ ଓ ଅଶ୍ଵତ୍ । ଏମାନେ ଯଫ୍ଲେଟର ସନ୍ତାନ । 34 ଆଉ ଶେମରର ପୁତ୍ର ଅହି ଓ ରୋହଗ, ଯିହୁବ୍ବ ଓ ଅରାମ । 35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ ଓ ଯିମ୍ନ ଓ ଶେଲଶ୍ ଓ ଆମଲ । 36 ଶୋଫହର ପୁତ୍ର ସୂହ ଓ ହର୍ଣ୍ଣେଫର୍ ଓ ଶୂୟାଲ୍ ଓ ବେରୀ ଓ ଯିମ୍ର; 37 ବେତ୍ସର ଓ ହୋଦ୍ ଓ ଶମ୍ମ ଓ ଶିଲ୍ଶ ଓ ଯିତ୍ରନ୍ ଓ ବେରା । 38 ଯେଥରର ପୁତ୍ର ଯିଫୁନ୍ନି ଓ ପିଷ୍ପ ଓ ଅରା । 39 ଆଉ ଉଲ୍ଲର ପୁତ୍ର ଆରହ ଓ ହନ୍ନୀୟେଲ ଓ ରିତ୍ସୀୟ । 40 ଏସମସ୍ତେ ଆଶେର୍ର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ । ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା ।
1 ଇଷାଖରର ପୁତ୍ରଗଣ; ତାଲୟ ଓ ପୂୟ, ଯାଶୂବ୍ ଓ ଶିମ୍ରୋଣ, ଚାରି ଜଣ । .::. 2 ଆଉ ତୋଲୟର ପୁତ୍ରଗଣ; ଉଷି ଓ ରଫାୟ ଓ ଯିରୀୟେଲ ଓ ଯହମୟ ଓ ଯିବ୍ସମ୍ ଓ ଶେମୁୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା । .::. 3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ । ଏସମସ୍ତେ ପ୍ରଧାନ ଲୋକ ଥିଲେ । .::. 4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ଵ ସ୍ଵ ପିତୃ-ବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ । .::. 5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଶୀ ହଜାର ଥିଲେ । .::. 6 ଆଉ ବିନ୍ୟାମୀନର ପୁତ୍ରଗଣ; ବେଲା ଓ ବେଖର୍ ଓ ଯିଦୀୟେଲ, ତିନି ଜଣ । .::. 7 ଆଉ ବେଲାର ପୁତ୍ରଗଣ; ଇଷ୍ବୋନ୍ ଓ ଉଷ ଓ ଉଷୀୟେଲ ଓ ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ । .::. 8 ଆଉ ବେଖରର ପୁତ୍ରଗଣ; ସମୀର୍ ଓ ଯୋୟାଶ୍ ଓ ଇଲୀୟେଷର୍ ଓ ଇଲୀୟୋ-ଐନୟ ଓ ଅମ୍ରି ଓ ଯିରେମୋତ୍ ଓ ଅବୀୟ ଓ ଅନାଥୋତ୍ ଓ ଆଲେମତ୍ । ଏ ସମସ୍ତେ ବେଖରର ସନ୍ତାନ । .::. 9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ଵ ସ୍ଵ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ । .::. 10 ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର; .::. 11 ଯିହୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ । .::. 12 ଶୁପ୍‍ପୀମ୍ ମଧ୍ୟ ଓ ହୁପ୍‍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ । .::. 13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍ ଓ ଗୂନି ଓ ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ । .::. 14 ମନଃଶିର ପୁତ୍ରଗଣ; ଅସ୍ରୀୟେଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା; (ତାହାର ଅରାମୀୟା ଉପପନିୀ, ଗିଲୀୟଦର ପିତା ମାଖୀର୍କୁ ପ୍ରସବ କଲା; .::. 15 ଏହି ମାଖୀର୍ ହୁପ୍‍ପୀମ୍ ଓ ଶୁପ୍‍ପୀମ୍ ସମ୍ଵନ୍ଧୀୟା ଏକ ସ୍ତ୍ରୀକି ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା); ଆଉ ଦ୍ଵିତୀୟର ନାମ ସଲ୍ଫାଦ୍ ଓ ସଲ୍ଫାଦର କନ୍ୟାମାନେ ଥିଲେ । .::. 16 ଆଉ ମାଖୀର୍ର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି ତାହାର ପୁତ୍ର ଉଲମ୍ ଓ ରେକମ୍ । .::. 17 ଉଲମ୍ର ପୁତ୍ରଗଣ, ବଦାନ୍ । ଏମାନେ ମନଃଶିର ପୌତ୍ର ମାଖୀର୍ର ପୁତ୍ର ଗିଲୀୟଦର ସନ୍ତାନ । .::. 18 ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ ଓ ଅବୀୟେଷର ଓ ମହଲାକୁ ପ୍ରସବ କଲା । .::. 19 ଆଉ ଶମୀଦାର ପୁତ୍ର ଅହୀୟନ୍ ଓ ଶେଖମ୍ ଓ ଲିକ୍ହି ଓ ଅନୀୟାମ୍ । .::. 20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍, .::. 21 ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ ଓ ଏତ୍ସର ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ । .::. 22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ । .::. 23 ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା । .::. 24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନୀଚତର ବୈଥୋରୋଣ ଓ ଉଷେନ୍ ଶୀରା ନିର୍ମାଣ କଲା । .::. 25 ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ; .::. 26 ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମ୍ମୀହୂଦ୍, ତାହାର ପୁତ୍ର ଇଲୀଶାମା; .::. 27 ତାହାର ପୁତ୍ର ନୂନ୍, ତାହାର ପୁତ୍ର ଯିହୋଶୂୟ । .::. 28 ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା; .::. 29 ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ଵସ୍ଥ ବୈଥ୍ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ ଥିଲା । ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ । .::. 30 ଆଶେର୍ର ସନ୍ତାନଗଣ; ଯିମ୍ନ ଓ ଯିଶ୍ବ ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କର ଭଗିନୀ ସେରହ । .::. 31 ବରୀୟର ପୁତ୍ର ହେବର୍ ଓ ବିର୍ଷୋତର ପିତା ମଲ୍‍କୀୟେଲ । .::. 32 ପୁଣି ହେବର୍, ଯଫ୍ଲେଟ୍ ଓ ଶୋମର ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା । .::. 33 ଯଫ୍ଲେଟର ପୁତ୍ର ପାସକ ଓ ବିମ୍ହଲ୍ ଓ ଅଶ୍ଵତ୍ । ଏମାନେ ଯଫ୍ଲେଟର ସନ୍ତାନ । .::. 34 ଆଉ ଶେମରର ପୁତ୍ର ଅହି ଓ ରୋହଗ, ଯିହୁବ୍ବ ଓ ଅରାମ । .::. 35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ ଓ ଯିମ୍ନ ଓ ଶେଲଶ୍ ଓ ଆମଲ । .::. 36 ଶୋଫହର ପୁତ୍ର ସୂହ ଓ ହର୍ଣ୍ଣେଫର୍ ଓ ଶୂୟାଲ୍ ଓ ବେରୀ ଓ ଯିମ୍ର; .::. 37 ବେତ୍ସର ଓ ହୋଦ୍ ଓ ଶମ୍ମ ଓ ଶିଲ୍ଶ ଓ ଯିତ୍ରନ୍ ଓ ବେରା । .::. 38 ଯେଥରର ପୁତ୍ର ଯିଫୁନ୍ନି ଓ ପିଷ୍ପ ଓ ଅରା । .::. 39 ଆଉ ଉଲ୍ଲର ପୁତ୍ର ଆରହ ଓ ହନ୍ନୀୟେଲ ଓ ରିତ୍ସୀୟ । .::. 40 ଏସମସ୍ତେ ଆଶେର୍ର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ । ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା । .::.
  • ପ୍ରଥମ ବଂଶାବଳୀ ଅଧ୍ୟାୟ 1  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 2  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 3  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 4  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 5  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 6  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 7  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 8  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 9  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 10  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 11  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 12  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 13  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 14  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 15  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 16  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 17  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 18  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 19  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 20  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 21  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 22  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 23  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 24  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 25  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 26  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 27  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 28  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 29  
×

Alert

×

Oriya Letters Keypad References