Oriya ବାଇବଲ |
ପ୍ରଥମ ବଂଶାବଳୀ total 29 ଅଧ୍ୟାୟଗୁଡ଼ିକ
ପ୍ରଥମ ବଂଶାବଳୀ
ପ୍ରଥମ ବଂଶାବଳୀ ଅଧ୍ୟାୟ 7
ପ୍ରଥମ ବଂଶାବଳୀ ଅଧ୍ୟାୟ 7
1 ଇଷାଖରର ପୁତ୍ରଗଣ; ତାଲୟ ଓ ପୂୟ, ଯାଶୂବ୍ ଓ ଶିମ୍ରୋଣ, ଚାରି ଜଣ ।
2 ଆଉ ତୋଲୟର ପୁତ୍ରଗଣ; ଉଷି ଓ ରଫାୟ ଓ ଯିରୀୟେଲ ଓ ଯହମୟ ଓ ଯିବ୍ସମ୍ ଓ ଶେମୁୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା ।
3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ । ଏସମସ୍ତେ ପ୍ରଧାନ ଲୋକ ଥିଲେ ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ଵ ସ୍ଵ ପିତୃ-ବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ ।
5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଶୀ ହଜାର ଥିଲେ ।
6 ଆଉ ବିନ୍ୟାମୀନର ପୁତ୍ରଗଣ; ବେଲା ଓ ବେଖର୍ ଓ ଯିଦୀୟେଲ, ତିନି ଜଣ ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
7 ଆଉ ବେଲାର ପୁତ୍ରଗଣ; ଇଷ୍ବୋନ୍ ଓ ଉଷ ଓ ଉଷୀୟେଲ ଓ ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ ।
8 ଆଉ ବେଖରର ପୁତ୍ରଗଣ; ସମୀର୍ ଓ ଯୋୟାଶ୍ ଓ ଇଲୀୟେଷର୍ ଓ ଇଲୀୟୋ-ଐନୟ ଓ ଅମ୍ରି ଓ ଯିରେମୋତ୍ ଓ ଅବୀୟ ଓ ଅନାଥୋତ୍ ଓ ଆଲେମତ୍ । ଏ ସମସ୍ତେ ବେଖରର ସନ୍ତାନ ।
9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ଵ ସ୍ଵ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
10 ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର;
11 ଯିହୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ ।
12 ଶୁପ୍ପୀମ୍ ମଧ୍ୟ ଓ ହୁପ୍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ ।
13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍ ଓ ଗୂନି ଓ ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
14 ମନଃଶିର ପୁତ୍ରଗଣ; ଅସ୍ରୀୟେଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା; (ତାହାର ଅରାମୀୟା ଉପପନିୀ, ଗିଲୀୟଦର ପିତା ମାଖୀର୍କୁ ପ୍ରସବ କଲା;
15 ଏହି ମାଖୀର୍ ହୁପ୍ପୀମ୍ ଓ ଶୁପ୍ପୀମ୍ ସମ୍ଵନ୍ଧୀୟା ଏକ ସ୍ତ୍ରୀକି ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା); ଆଉ ଦ୍ଵିତୀୟର ନାମ ସଲ୍ଫାଦ୍ ଓ ସଲ୍ଫାଦର କନ୍ୟାମାନେ ଥିଲେ ।
16 ଆଉ ମାଖୀର୍ର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି ତାହାର ପୁତ୍ର ଉଲମ୍ ଓ ରେକମ୍ ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
17 ଉଲମ୍ର ପୁତ୍ରଗଣ, ବଦାନ୍ । ଏମାନେ ମନଃଶିର ପୌତ୍ର ମାଖୀର୍ର ପୁତ୍ର ଗିଲୀୟଦର ସନ୍ତାନ ।
18 ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ ଓ ଅବୀୟେଷର ଓ ମହଲାକୁ ପ୍ରସବ କଲା ।
19 ଆଉ ଶମୀଦାର ପୁତ୍ର ଅହୀୟନ୍ ଓ ଶେଖମ୍ ଓ ଲିକ୍ହି ଓ ଅନୀୟାମ୍ ।
20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍,
ପ୍ରଥମ ବଂଶାବଳୀ ଅଧ୍ୟାୟ 7
21 ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ ଓ ଏତ୍ସର ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ ।
22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ ।
23 ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନୀଚତର ବୈଥୋରୋଣ ଓ ଉଷେନ୍ ଶୀରା ନିର୍ମାଣ କଲା ।
25 ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
26 ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମ୍ମୀହୂଦ୍, ତାହାର ପୁତ୍ର ଇଲୀଶାମା;
27 ତାହାର ପୁତ୍ର ନୂନ୍, ତାହାର ପୁତ୍ର ଯିହୋଶୂୟ ।
28 ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା;
ପ୍ରଥମ ବଂଶାବଳୀ ଅଧ୍ୟାୟ 7
29 ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ଵସ୍ଥ ବୈଥ୍ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ ଥିଲା । ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ ।
30 ଆଶେର୍ର ସନ୍ତାନଗଣ; ଯିମ୍ନ ଓ ଯିଶ୍ବ ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କର ଭଗିନୀ ସେରହ ।
31 ବରୀୟର ପୁତ୍ର ହେବର୍ ଓ ବିର୍ଷୋତର ପିତା ମଲ୍କୀୟେଲ ।
32 ପୁଣି ହେବର୍, ଯଫ୍ଲେଟ୍ ଓ ଶୋମର ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
33 ଯଫ୍ଲେଟର ପୁତ୍ର ପାସକ ଓ ବିମ୍ହଲ୍ ଓ ଅଶ୍ଵତ୍ । ଏମାନେ ଯଫ୍ଲେଟର ସନ୍ତାନ ।
34 ଆଉ ଶେମରର ପୁତ୍ର ଅହି ଓ ରୋହଗ, ଯିହୁବ୍ବ ଓ ଅରାମ ।
35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ ଓ ଯିମ୍ନ ଓ ଶେଲଶ୍ ଓ ଆମଲ ।
36 ଶୋଫହର ପୁତ୍ର ସୂହ ଓ ହର୍ଣ୍ଣେଫର୍ ଓ ଶୂୟାଲ୍ ଓ ବେରୀ ଓ ଯିମ୍ର;
37 ବେତ୍ସର ଓ ହୋଦ୍ ଓ ଶମ୍ମ ଓ ଶିଲ୍ଶ ଓ ଯିତ୍ରନ୍ ଓ ବେରା ।
ପ୍ରଥମ ବଂଶାବଳୀ ଅଧ୍ୟାୟ 7
38 ଯେଥରର ପୁତ୍ର ଯିଫୁନ୍ନି ଓ ପିଷ୍ପ ଓ ଅରା ।
39 ଆଉ ଉଲ୍ଲର ପୁତ୍ର ଆରହ ଓ ହନ୍ନୀୟେଲ ଓ ରିତ୍ସୀୟ ।
40 ଏସମସ୍ତେ ଆଶେର୍ର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ । ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା ।