ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ମାଥିଉଲିଖିତ ସୁସମାଚାର

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 20

1 କାରଣ ସ୍ଵର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । 2 ଆଉ, ସେ ମୂଲିଆମାନଙ୍କ ସହିତ ଦିନକୁ ଆଠ ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । 3 ପୁଣି, ପ୍ରାୟ ନଅଟା ସମୟରେ ସେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4 ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି ଯାହା ନ୍ୟାଯ୍ୟ, ତାହା ତୁମ୍ଭମାନଙ୍କୁ ଦେବି; ଆଉ, ସେମାନେ ଗଲେ । 5 ପୁନଶ୍ଚ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ । 6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ? 7 ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ । 8 ପରେ ସନ୍ଧ୍ୟା ହୁଅନ୍ତେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ । 9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଆଠ ଅଣା ଲେଖାଏଁ ପାଇଲେ । 10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଆଠ ଅଣା ଲେଖାଏଁ ପାଇଲେ । 11 କିନ୍ତୁ ତାହା ପାଇ ସେମାନେ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12 ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ । 13 କିନ୍ତୁସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋʼ ସାଙ୍ଗରେ ଆଠ ଅଣାଟିଏ ଚୁକ୍ତି କରି ନ ଥିଲୁ? 14 ତୋର ଯାହା, ତାହା ଘେନି ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା । 15 ନିଜ ସମ୍ପତ୍ତିକି ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ? 16 ସେହିପରି ଶେଷରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ । 17 ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ଵାଦଶଙ୍କୁ ଅନ୍ତର କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, 18 ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ, 19 ପୁଣି ସେମାନେ ତାହାଙ୍କୁ ପ୍ରାଣଦଣ୍ତାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ । 20 ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ । 21 ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଜଣେ ବାମ ପାର୍ଶ୍ଵରେ ବସନ୍ତି, ଏହା ଆଜ୍ଞା କରନ୍ତୁ । 22 କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର? 23 ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ଵରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ଵାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । 24 ଅନ୍ୟ ଦଶ ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ । 25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ବିଜାତିମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ଏହା ତୁମ୍ଭେମାନେ ଜାଣ । 26 ତୁମ୍ଭମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,ଣଣପ୍ର.ପିତ. ୫:୩ 27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, 28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ଵରୂପ ପ୍ରାଣ ଦେବାକୁ ଆସିଅଛନ୍ତି । 29 ସେମାନେ ଯିରୀଖୋରୁ ବାହାରିଯିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ । 30 ଆଉ ଦେଖ, ପଥ ପାର୍ଶ୍ଵରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? 33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । 34 ଆଉ, ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍କ୍ଷଣାତ୍ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।
1 କାରଣ ସ୍ଵର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । .::. 2 ଆଉ, ସେ ମୂଲିଆମାନଙ୍କ ସହିତ ଦିନକୁ ଆଠ ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । .::. 3 ପୁଣି, ପ୍ରାୟ ନଅଟା ସମୟରେ ସେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, .::. 4 ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି ଯାହା ନ୍ୟାଯ୍ୟ, ତାହା ତୁମ୍ଭମାନଙ୍କୁ ଦେବି; ଆଉ, ସେମାନେ ଗଲେ । .::. 5 ପୁନଶ୍ଚ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ । .::. 6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ? .::. 7 ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ । .::. 8 ପରେ ସନ୍ଧ୍ୟା ହୁଅନ୍ତେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ । .::. 9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଆଠ ଅଣା ଲେଖାଏଁ ପାଇଲେ । .::. 10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଆଠ ଅଣା ଲେଖାଏଁ ପାଇଲେ । .::. 11 କିନ୍ତୁ ତାହା ପାଇ ସେମାନେ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, .::. 12 ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ । .::. 13 କିନ୍ତୁସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋʼ ସାଙ୍ଗରେ ଆଠ ଅଣାଟିଏ ଚୁକ୍ତି କରି ନ ଥିଲୁ? .::. 14 ତୋର ଯାହା, ତାହା ଘେନି ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା । .::. 15 ନିଜ ସମ୍ପତ୍ତିକି ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ? .::. 16 ସେହିପରି ଶେଷରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ । .::. 17 ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ଵାଦଶଙ୍କୁ ଅନ୍ତର କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, .::. 18 ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ, .::. 19 ପୁଣି ସେମାନେ ତାହାଙ୍କୁ ପ୍ରାଣଦଣ୍ତାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ । .::. 20 ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ । .::. 21 ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଜଣେ ବାମ ପାର୍ଶ୍ଵରେ ବସନ୍ତି, ଏହା ଆଜ୍ଞା କରନ୍ତୁ । .::. 22 କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର? .::. 23 ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ଵରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ଵାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । .::. 24 ଅନ୍ୟ ଦଶ ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ । .::. 25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ବିଜାତିମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ଏହା ତୁମ୍ଭେମାନେ ଜାଣ । .::. 26 ତୁମ୍ଭମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,ଣଣପ୍ର.ପିତ. ୫:୩ .::. 27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, .::. 28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ଵରୂପ ପ୍ରାଣ ଦେବାକୁ ଆସିଅଛନ୍ତି । .::. 29 ସେମାନେ ଯିରୀଖୋରୁ ବାହାରିଯିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ । .::. 30 ଆଉ ଦେଖ, ପଥ ପାର୍ଶ୍ଵରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । .::. 31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । .::. 32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? .::. 33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । .::. 34 ଆଉ, ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍କ୍ଷଣାତ୍ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ । .::.
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 1  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 2  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 3  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 4  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 5  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 6  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 7  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 8  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 9  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 10  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 11  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 12  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 14  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 15  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 16  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 17  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 18  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 19  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 20  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 21  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 22  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 23  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 24  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 25  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 26  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 27  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 28  
×

Alert

×

Oriya Letters Keypad References