ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ମାଥିଉଲିଖିତ ସୁସମାଚାର

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 2

1 ହେରୋଦ ରାଜାଙ୍କ ସମୟରେ ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ଣପରେ, ଦେଖ, ପୂର୍ବଦେଶର କେତେକ ପଣ୍ତିତ ଯିରୂଶାଲମକୁ ଆସି କହିଲେ, 2 ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ । 3 ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; 4 ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ । 5 ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖାଅଛି, 6 ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଉତ୍ପନ୍ନ ହେବେ । 7 ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ । 8 ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ଵନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ଵାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା । 9 ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା । 10 ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, 11 ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ । 12 ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ । 13 ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ । 14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ, 15 ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ଵାନ କଲୁ । 16 ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ । 17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା, 18 ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ । 19 ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ, 20 ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ ସେମାନଙ୍କର ମୃତ୍ୟୁ ଘଟିଅଛି । 21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଆସିଲେ । 22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୁଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ 23 ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, ସେ ନାଜରିତୀୟ ବୋଲି ଖ୍ୟାତ ହେବେ ।
1 ହେରୋଦ ରାଜାଙ୍କ ସମୟରେ ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ଣପରେ, ଦେଖ, ପୂର୍ବଦେଶର କେତେକ ପଣ୍ତିତ ଯିରୂଶାଲମକୁ ଆସି କହିଲେ, .::. 2 ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ । .::. 3 ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; .::. 4 ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ । .::. 5 ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖାଅଛି, .::. 6 ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଉତ୍ପନ୍ନ ହେବେ । .::. 7 ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ । .::. 8 ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ଵନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ଵାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା । .::. 9 ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା । .::. 10 ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, .::. 11 ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ । .::. 12 ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ । .::. 13 ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ । .::. 14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ, .::. 15 ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ଵାନ କଲୁ । .::. 16 ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ । .::. 17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା, .::. 18 ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ । .::. 19 ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ, .::. 20 ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ ସେମାନଙ୍କର ମୃତ୍ୟୁ ଘଟିଅଛି । .::. 21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଆସିଲେ । .::. 22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୁଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ .::. 23 ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, ସେ ନାଜରିତୀୟ ବୋଲି ଖ୍ୟାତ ହେବେ । .::.
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 1  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 2  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 3  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 4  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 5  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 6  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 7  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 8  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 9  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 10  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 11  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 12  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 14  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 15  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 16  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 17  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 18  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 19  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 20  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 21  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 22  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 23  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 24  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 25  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 26  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 27  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 28  
×

Alert

×

Oriya Letters Keypad References