ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆୟୁବ ପୁସ୍ତକ

ଆୟୁବ ପୁସ୍ତକ ଅଧ୍ୟାୟ 4

1 ଏଥିରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, 2 କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କʼଣ ଦୁଃଖିତ ହେବ? ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷା; କରିପାରେ? 3 ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ । 4 ତୁମ୍ଭର ବାକ୍ୟ ପତନୋଦ୍ୟତ ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ। 5 ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳା; ହେଉଅଛ; ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ । 6 ପରମେଶ୍ଵର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ଵାସ ଭୂମି ନୁହେଁ କି? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି? 7 ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି? ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି? 8 ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି । 9 ସେମାନେ ପରମେଶ୍ଵରଙ୍କ ନିଶ୍ଵାସ ଦ୍ଵାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ଵାରା ସଂହାରିତ ହୁଅନ୍ତି । 10 ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦ; ଭଗ୍ନ ହୁଏ । 11 ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯାʼନ୍ତି । 12 କଥା ଗୋଟିଏ ଗୁପ୍ତରେ ମୋʼ କତିରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍ ଶଦ୍ଦ ପାଇଲା । 13 ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି, ଏପରି ରାତ୍ରିର ସ୍ଵପ୍ନଦର୍ଶନରୁ ଜାତ ଭାବନା ସମୟରେ, 14 ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ଵାରା ମୋହର ଅସ୍ଥିସବୁ ଥରହର ହେଲା । 15 ତହିଁରେ ମୋʼ ସମ୍ମୁଖରେ ଏକ ଆତ୍ମା ଚାଲିଗଲା; ମୋʼ ଶରୀର ରୋମାଞ୍ଚିତ ହୋଇ ଉଠିଲା । 16 ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ; ମୋʼ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା; ସବୁ ନିଃଶଦ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି, 17 ମର୍ତ୍ତ୍ୟ-ମନୁଷ୍ୟ କʼଣ ପରମେଶ୍ଵରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କʼଣ ଅଧିକ ଶୁଚି ହେବ? 18 ଦେଖ, ସେ ଆପଣା ଦାସଗଣକୁ ବିଶ୍ଵାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି; 19 ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି । 20 ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି; ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ । 21 ସେମାନଙ୍କ ତମ୍ଵୁ-ରଜ୍ଜୁ କʼଣ ସେମାନଙ୍କ ଅନ୍ତରରେ ଛିଣ୍ତା ନ ଯାଏ? ସେମାନେ ଜ୍ଞାନରହିତ ହୋଇ ମରନ୍ତି ।
1 ଏଥିରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, .::. 2 କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କʼଣ ଦୁଃଖିତ ହେବ? ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷା; କରିପାରେ? .::. 3 ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ । .::. 4 ତୁମ୍ଭର ବାକ୍ୟ ପତନୋଦ୍ୟତ ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ। .::. 5 ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳା; ହେଉଅଛ; ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ । .::. 6 ପରମେଶ୍ଵର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ଵାସ ଭୂମି ନୁହେଁ କି? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି? .::. 7 ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି? ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି? .::. 8 ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି । .::. 9 ସେମାନେ ପରମେଶ୍ଵରଙ୍କ ନିଶ୍ଵାସ ଦ୍ଵାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ଵାରା ସଂହାରିତ ହୁଅନ୍ତି । .::. 10 ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦ; ଭଗ୍ନ ହୁଏ । .::. 11 ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯାʼନ୍ତି । .::. 12 କଥା ଗୋଟିଏ ଗୁପ୍ତରେ ମୋʼ କତିରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍ ଶଦ୍ଦ ପାଇଲା । .::. 13 ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି, ଏପରି ରାତ୍ରିର ସ୍ଵପ୍ନଦର୍ଶନରୁ ଜାତ ଭାବନା ସମୟରେ, .::. 14 ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ଵାରା ମୋହର ଅସ୍ଥିସବୁ ଥରହର ହେଲା । .::. 15 ତହିଁରେ ମୋʼ ସମ୍ମୁଖରେ ଏକ ଆତ୍ମା ଚାଲିଗଲା; ମୋʼ ଶରୀର ରୋମାଞ୍ଚିତ ହୋଇ ଉଠିଲା । .::. 16 ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ; ମୋʼ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା; ସବୁ ନିଃଶଦ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି, .::. 17 ମର୍ତ୍ତ୍ୟ-ମନୁଷ୍ୟ କʼଣ ପରମେଶ୍ଵରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କʼଣ ଅଧିକ ଶୁଚି ହେବ? .::. 18 ଦେଖ, ସେ ଆପଣା ଦାସଗଣକୁ ବିଶ୍ଵାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି; .::. 19 ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି । .::. 20 ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି; ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ । .::. 21 ସେମାନଙ୍କ ତମ୍ଵୁ-ରଜ୍ଜୁ କʼଣ ସେମାନଙ୍କ ଅନ୍ତରରେ ଛିଣ୍ତା ନ ଯାଏ? ସେମାନେ ଜ୍ଞାନରହିତ ହୋଇ ମରନ୍ତି । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
×

Alert

×

Oriya Letters Keypad References