ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆୟୁବ ପୁସ୍ତକ

ଆୟୁବ ପୁସ୍ତକ ଅଧ୍ୟାୟ 13

1 ଦେଖ, ମୋହର ଚକ୍ଷୁ ଏସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି । 2 ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ । 3 ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ଵରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ । 4 ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ । 5 ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହ;! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା । 6 ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର । 7 ତୁମ୍ଭେମାନେ କʼଣ ପରମେଶ୍ଵରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ? 8 ତୁମ୍ଭେମାନେ କʼଣ ତାହାଙ୍କର ମୁଖାପେକ୍ଷା କରିବ, ତୁମ୍ଭେମାନେ କʼଣ ପରମେଶ୍ଵରଙ୍କ ପକ୍ଷରେ ବିରୋଧ କରିବ? 9 ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ? କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କʼଣ ତାହାଙ୍କୁ ଭୁଲାଇବ? 10 ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ, ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ । 11 ତାହାଙ୍କର ମହତ୍ତ୍ଵ କʼଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କʼଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ? 12 ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ । 13 ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ, ହେଉ । 14 ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି? 15 ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି । 16 ଏହା ହିଁ ମୋହର ମୁକ୍ତି ସ୍ଵରୂପ ହେବ; କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ । 17 ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ । 18 ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି; ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି । 19 ମୋʼ ସଙ୍ଗେ ଯେ ବିବାଦ କରିବ, ସେ କିଏ? କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି । 20 କେବଳ ଦୁଇ କଥା ମୋʼ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ । 21 ତୁମ୍ଭ ହସ୍ତ ମୋʼଠାରୁ ଦୂରକୁ କାଢ଼ିନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ । 22 ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି; ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ । 23 ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ । 24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ? 25 ତୁମ୍ଭେ କʼଣ ଉଡ଼ନ୍ତା ପତ୍ରକୁ ଡରାଇବ? ଓ ତୁମ୍ଭେ କʼଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ? 26 କାରଣ ତୁମ୍ଭେ ମୋʼ ବିରୁଦ୍ଧରେ ତିକ୍ତ କଥା ଲେଖୁ ଅଛ ଓ ମୋʼ ଯୌବନ-କାଳର ଅପରାଧ ଭୋଗ କରାଉଅଛ; 27 ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ; ତୁମ୍ଭେ ମୋʼ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ; 28 ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ ।
1 ଦେଖ, ମୋହର ଚକ୍ଷୁ ଏସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି । .::. 2 ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ । .::. 3 ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ଵରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ । .::. 4 ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ । .::. 5 ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହ;! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା । .::. 6 ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର । .::. 7 ତୁମ୍ଭେମାନେ କʼଣ ପରମେଶ୍ଵରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ? .::. 8 ତୁମ୍ଭେମାନେ କʼଣ ତାହାଙ୍କର ମୁଖାପେକ୍ଷା କରିବ, ତୁମ୍ଭେମାନେ କʼଣ ପରମେଶ୍ଵରଙ୍କ ପକ୍ଷରେ ବିରୋଧ କରିବ? .::. 9 ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ? କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କʼଣ ତାହାଙ୍କୁ ଭୁଲାଇବ? .::. 10 ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ, ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ । .::. 11 ତାହାଙ୍କର ମହତ୍ତ୍ଵ କʼଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କʼଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ? .::. 12 ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ । .::. 13 ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ, ହେଉ । .::. 14 ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି? .::. 15 ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି । .::. 16 ଏହା ହିଁ ମୋହର ମୁକ୍ତି ସ୍ଵରୂପ ହେବ; କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ । .::. 17 ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ । .::. 18 ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି; ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି । .::. 19 ମୋʼ ସଙ୍ଗେ ଯେ ବିବାଦ କରିବ, ସେ କିଏ? କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି । .::. 20 କେବଳ ଦୁଇ କଥା ମୋʼ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ । .::. 21 ତୁମ୍ଭ ହସ୍ତ ମୋʼଠାରୁ ଦୂରକୁ କାଢ଼ିନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ । .::. 22 ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି; ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ । .::. 23 ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ । .::. 24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ? .::. 25 ତୁମ୍ଭେ କʼଣ ଉଡ଼ନ୍ତା ପତ୍ରକୁ ଡରାଇବ? ଓ ତୁମ୍ଭେ କʼଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ? .::. 26 କାରଣ ତୁମ୍ଭେ ମୋʼ ବିରୁଦ୍ଧରେ ତିକ୍ତ କଥା ଲେଖୁ ଅଛ ଓ ମୋʼ ଯୌବନ-କାଳର ଅପରାଧ ଭୋଗ କରାଉଅଛ; .::. 27 ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ; ତୁମ୍ଭେ ମୋʼ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ; .::. 28 ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
×

Alert

×

Oriya Letters Keypad References