ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 47:1

Notes

No Verse Added

ଗୀତସଂହିତା 47:1

1
ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
2
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।
3
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାୟ୍ଯ କରନ୍ତି। ସେ ସହେି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4
ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
5
ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।
6
ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।
7
ପରମେଶ୍ବର ହେଉଛନ୍ତି ସମସ୍ତ ପୃଥିବୀର ରାଜା। ତଣେୁ ତାଙ୍କର ମହିମା ଗାନ କର।
8
ପରମେଶ୍ବର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ବର ସମସ୍ତ ରାଜ୍ଯମାନଙ୍କୁ ଶାସନ କରନ୍ତି।
9
ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।
×

Alert

×

oriya Letters Keypad References