ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି ।
2. ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ ।
3. ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ ।
4. ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ ।
5. ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ ।
6. ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ ।
7. ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା ।
8. ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା ।
9. ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା ।
10. କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା ।
11. ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା ।
12. ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା ।
13. ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
14. ଆହୁରି, ପୂର୍ବଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ ।
15. ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ତା (ମାପିଲେ);
16. ଦ୍ଵାରର ସମ୍ମୁଖସ୍ଥାନ ଓ ବନ୍ଦ ଜଳାକବାଟିସବୁ ଓ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
17. ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।)
18. ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା ଓ କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା ।
19. ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା ।
20. ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା ।
21. ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା ।
22. ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି ।
23. ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା ।
24. ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଓ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା ।
25. ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା ।
26. ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା ।

Notes

No Verse Added

Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 41 / 48
ଯିହିଜିକଲ 41:49
1 ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି । 2 ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ । 3 ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ । 4 ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ । 5 ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ । 6 ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ । 7 ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା । 8 ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା । 9 ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା । 10 କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା । 11 ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା । 12 ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା । 13 ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ। 14 ଆହୁରି, ପୂର୍ବଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ । 15 ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ତା (ମାପିଲେ); 16 ଦ୍ଵାରର ସମ୍ମୁଖସ୍ଥାନ ଓ ବନ୍ଦ ଜଳାକବାଟିସବୁ ଓ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା; 17 ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।) 18 ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା ଓ କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା । 19 ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା । 20 ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା । 21 ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା । 22 ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି । 23 ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା । 24 ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଓ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା । 25 ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା । 26 ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 41 / 48
Common Bible Languages
West Indian Languages
×

Alert

×

oriya Letters Keypad References