ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ବିବରଣ
1. ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ; ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ।
2. ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ; ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ସେହିସବୁ ଆଜ୍ଞା ପାଳନ କର ।
3. ବାଲପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବାଲପିୟୋରର ପଶ୍ଚାଦ୍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି ।
4. ମାତ୍ର ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କଠାରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସେହି ପ୍ରତି ଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ ।
5. ଦେଖ, ସଦାପ୍ରଭୁ ମୋହର ପରମେଶ୍ଵର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ତଦନୁସାରେ ବ୍ୟବହାର କରିବାକୁ ହେବ ।
6. ଏଣୁ ତୁମ୍ଭେମାନେ ତାହାସବୁ ପାଳ ଓ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ଵରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତା; ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି ।
7. ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ଵର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?
8. ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?
9. କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯନିପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଯାବଜ୍ଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ ।
10. ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା; ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ ।
11. ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲ⇧; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ତିମିରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ଵଳିଲା ।
12. ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ; ତୁମ୍ଭେମାନେ ବାକ୍ୟର ଶଦ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ; ତୁମ୍ଭେମାନେ କେବଳ ଶଦ୍ଦ ଶୁଣିଲ ।
13. ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣା ସେହି ନିୟମର ଦଶଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପ୍ରସ୍ତର ପଟାରେ ତାହା ଲେଖିଲେ ।
14. ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ ।
15. ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ ।
16. (ସାବଧାନ), ନୋହିଲେ ତୁମ୍ଭେମାନେ ଆପଣା-ମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି,
17. କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି,
18. କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ।
19. କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ତଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ଵ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବଙ୍କ ।
20. ମାତ୍ର ତୁମ୍ଭେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ଵରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି ।
21. ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋʼ ଉପରେ କ୍ରୋଧ କଲେ । ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ ।
22. ଏଣୁ ଏହି ଦେଶରେ ମୁଁ ମରିବି, ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ; ମାତ୍ର ତୁମ୍ଭେମାନେ ପାର ହୋଇଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ ।
23. ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ।
24. କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଗ୍ରାସକାରୀ ଅଗ୍ନି, ସ୍ଵଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟନ୍ତି।
25. ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁ କାଳ ବାସ କଲା ଉତ୍ତାରେ ଯେବେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ କ୍ରୁଦ୍ଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ;
26. ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ନିଃଶେଷ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘ ପରମାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ ।
27. ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇ ଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ ।
28. ଆଉ ସେହି ସ୍ଥାନରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ଓ ପ୍ରସ୍ତରମୟ, ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ ।
29. ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଅନ୍ଵେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ଵେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ ।
30. ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବରେ ଅବଧାନ କରିବ ।
31. ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଦୟାଳୁ ପରମେଶ୍ଵର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ଵାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ବିସ୍ମୃତ ହେବେ ନାହିଁ ।
32. ପରମେଶ୍ଵର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଓ ଆକାଶମଣ୍ତଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରା; ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣା ଯାଇଅଛି?
33. ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ଵରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ?
34. କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ଵାରା ଓ ଚିହ୍ନ ଦ୍ଵାରା ଓ ଆଶ୍ଚର୍ଯ୍ୟକର୍ମ ଦ୍ଵାରା ଓ ଯୁଦ୍ଧ ଦ୍ଵାରା ଓ ପରାକ୍ରା; ହସ୍ତ ଦ୍ଵାରା ଓ ବିସ୍ତାରିତ ବାହୁ ଦ୍ଵାରା ଓ ଭୟଙ୍କର ମହାକର୍ମ ଦ୍ଵାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି?
35. ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ଵର ଅଟନ୍ତି, ତାହାଙ୍କ ଭିନ୍ନ ଆଉ କେହି ନାହିଁ ।
36. ସେ ଉପଦେଶ ଦେବା ନିମନ୍ତେ ସ୍ଵର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ ।
37. ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,
38. ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମ୍ଭକୁ ପ୍ରବେଶ କରାଇ ଆଜି ଦିନ ତୁଲ୍ୟ ଅଧିକାରାର୍ଥେ ତାହା ତୁମ୍ଭକୁ ଦେବା ପାଇଁ ଆପଣା ଶ୍ରୀମୁଖ ଓ ମହାପରାକ୍ରମ ଦ୍ଵାରା ମିସର ଦେଶରୁ ବାହାର କରି ଆଣିଲେ ।
39. ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଊର୍ଦ୍ଧ୍ଵସ୍ଥ ସ୍ଵର୍ଗରେ ଓ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ଵର ଅଟନ୍ତି, ଅନ୍ୟ କେହି ନାହିଁ ।
40. ପୁଣି ଯେପରି ତୁମ୍ଭର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେ ଯେ ବିଧି ଓ ଆଜ୍ଞା ଆଜି ତୁମ୍ଭକୁ ଆଦେଶ କଲି, ତାହା ପାଳନ କର ।
41. ଅନନ୍ତର ମୋଶା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଯର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ କୂଳରେ ତିନୋଟି ନଗର ନିର୍ଣ୍ଣୟ କଲେ;
42. ଯେପରି କେହି ଆପଣା ପ୍ରତିବାସୀକି ପୂର୍ବେ ହିଂସା ନ କରି ଅଜ୍ଞାତସାରରେ ବଧ କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚି ପାରେ ।
43. ଯଥା, ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେତ୍ସର; ପୁଣି ଗାଦୀୟମାନଙ୍କ ନିମନ୍ତେ ଗିଲୀୟଦରେ ରାମୋତ୍; ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍ ।
44. ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ;
45. ଅର୍ଥାତ୍, ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଯର୍ଦ୍ଦନ-ପୂର୍ବପାରିରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ହିଷ୍ବୋନ୍ ନିବାସୀ ଇମୋରୀୟ ରାଜା ସୀହୋନର ଦେଶରେ ଇସ୍ରାଏଲ-ସନ୍ତାନଗଣକୁ ଏହିସବୁ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଲେ ।
46. କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍ର,
47. ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,
48. ଅର୍ଥାତ୍, ଅର୍ଣ୍ଣୋନ ଉପତ୍ୟକା-ନିକଟସ୍ଥ ଅରୋୟେର ଅବଧି ସିୟୋନ, ଅର୍ଥାତ୍, ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ,
49. ପୁଣି ଅସ୍ଦୋଦ୍-ପିସ୍ଗାର ଅଧଃସ୍ଥିତ ପଦାଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ ।

Notes

No Verse Added

Total 34 Chapters, Current Chapter 4 of Total Chapters 34
ଦିତୀୟ ବିବରଣ 4
1. ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ; ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ
2. ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ; ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ସେହିସବୁ ଆଜ୍ଞା ପାଳନ କର
3. ବାଲପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବାଲପିୟୋରର ପଶ୍ଚାଦ୍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି
4. ମାତ୍ର ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କଠାରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସେହି ପ୍ରତି ଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ
5. ଦେଖ, ସଦାପ୍ରଭୁ ମୋହର ପରମେଶ୍ଵର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ତଦନୁସାରେ ବ୍ୟବହାର କରିବାକୁ ହେବ
6. ଏଣୁ ତୁମ୍ଭେମାନେ ତାହାସବୁ ପାଳ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ବୁଦ୍ଧି ସ୍ଵରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତା; ଜ୍ଞାନବାନ ବୁଦ୍ଧିମାନ ଲୋକ ଅଟନ୍ତି
7. ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ଵର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?
8. ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?
9. କେବଳ ନିଜ ବିଷୟରେ ସାବଧାନ ହୁଅ ନିଜ ପ୍ରାଣକୁ ଯନିପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ତାହା ଯାବଜ୍ଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ
10. ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା; ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଆପଣା ସନ୍ତାନମାନଙ୍କୁ ଶିଖାଇବେ
11. ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲ⇧; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଘୋର ତିମିରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ଵଳିଲା
12. ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ; ତୁମ୍ଭେମାନେ ବାକ୍ୟର ଶଦ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ; ତୁମ୍ଭେମାନେ କେବଳ ଶଦ୍ଦ ଶୁଣିଲ
13. ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣା ସେହି ନିୟମର ଦଶଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପ୍ରସ୍ତର ପଟାରେ ତାହା ଲେଖିଲେ
14. ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ
15. ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ
16. (ସାବଧାନ), ନୋହିଲେ ତୁମ୍ଭେମାନେ ଆପଣା-ମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି,
17. କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି,
18. କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ
19. କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ତଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ଵ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ସେବା କରିବଙ୍କ
20. ମାତ୍ର ତୁମ୍ଭେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ଵରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି
21. ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋʼ ଉପରେ କ୍ରୋଧ କଲେ ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ଯିବି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ କରିବି, ଏଥିପାଇଁ ଶପଥ କଲେ
22. ଏଣୁ ଏହି ଦେଶରେ ମୁଁ ମରିବି, ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ; ମାତ୍ର ତୁମ୍ଭେମାନେ ପାର ହୋଇଯିବ ସେହି ଉତ୍ତମ ଦେଶ ଅଧିକାର କରିବ
23. ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ
24. କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଗ୍ରାସକାରୀ ଅଗ୍ନି, ସ୍ଵଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟନ୍ତି।
25. ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁ କାଳ ବାସ କଲା ଉତ୍ତାରେ ଯେବେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ କ୍ରୁଦ୍ଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ;
26. ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ଵର୍ଗ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ନିଃଶେଷ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘ ପରମାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ
27. ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇ ଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ
28. ଆଉ ସେହି ସ୍ଥାନରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ପ୍ରସ୍ତରମୟ, ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ
29. ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଅନ୍ଵେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ଵେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ
30. ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ପ୍ରତି ଫେରିବ ତାହାଙ୍କ ରବରେ ଅବଧାନ କରିବ
31. ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଦୟାଳୁ ପରମେଶ୍ଵର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ଵାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ବିସ୍ମୃତ ହେବେ ନାହିଁ
32. ପରମେଶ୍ଵର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଆକାଶମଣ୍ତଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରା; ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣା ଯାଇଅଛି?
33. ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ଵରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ?
34. କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ଵାରା ଚିହ୍ନ ଦ୍ଵାରା ଆଶ୍ଚର୍ଯ୍ୟକର୍ମ ଦ୍ଵାରା ଯୁଦ୍ଧ ଦ୍ଵାରା ପରାକ୍ରା; ହସ୍ତ ଦ୍ଵାରା ବିସ୍ତାରିତ ବାହୁ ଦ୍ଵାରା ଭୟଙ୍କର ମହାକର୍ମ ଦ୍ଵାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି?
35. ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ଵର ଅଟନ୍ତି, ତାହାଙ୍କ ଭିନ୍ନ ଆଉ କେହି ନାହିଁ
36. ସେ ଉପଦେଶ ଦେବା ନିମନ୍ତେ ସ୍ଵର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ
37. ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,
38. ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ବହୁସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମ୍ଭକୁ ପ୍ରବେଶ କରାଇ ଆଜି ଦିନ ତୁଲ୍ୟ ଅଧିକାରାର୍ଥେ ତାହା ତୁମ୍ଭକୁ ଦେବା ପାଇଁ ଆପଣା ଶ୍ରୀମୁଖ ମହାପରାକ୍ରମ ଦ୍ଵାରା ମିସର ଦେଶରୁ ବାହାର କରି ଆଣିଲେ
39. ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଆପଣା ହୃଦୟରେ ଏହା ବିବେଚନା କର, ଊର୍ଦ୍ଧ୍ଵସ୍ଥ ସ୍ଵର୍ଗରେ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ଵର ଅଟନ୍ତି, ଅନ୍ୟ କେହି ନାହିଁ
40. ପୁଣି ଯେପରି ତୁମ୍ଭର ମଙ୍ଗଳ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେ ଯେ ବିଧି ଆଜ୍ଞା ଆଜି ତୁମ୍ଭକୁ ଆଦେଶ କଲି, ତାହା ପାଳନ କର
41. ଅନନ୍ତର ମୋଶା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଯର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ କୂଳରେ ତିନୋଟି ନଗର ନିର୍ଣ୍ଣୟ କଲେ;
42. ଯେପରି କେହି ଆପଣା ପ୍ରତିବାସୀକି ପୂର୍ବେ ହିଂସା କରି ଅଜ୍ଞାତସାରରେ ବଧ କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚି ପାରେ
43. ଯଥା, ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେତ୍ସର; ପୁଣି ଗାଦୀୟମାନଙ୍କ ନିମନ୍ତେ ଗିଲୀୟଦରେ ରାମୋତ୍; ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍
44. ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ;
45. ଅର୍ଥାତ୍, ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଯର୍ଦ୍ଦନ-ପୂର୍ବପାରିରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ହିଷ୍ବୋନ୍ ନିବାସୀ ଇମୋରୀୟ ରାଜା ସୀହୋନର ଦେଶରେ ଇସ୍ରାଏଲ-ସନ୍ତାନଗଣକୁ ଏହିସବୁ ପ୍ରମାଣ-ବାକ୍ୟ ବିଧି ଶାସନ ଦେଲେ
46. କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ବାଶନର ରାଜା ଓଗ୍ର,
47. ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,
48. ଅର୍ଥାତ୍, ଅର୍ଣ୍ଣୋନ ଉପତ୍ୟକା-ନିକଟସ୍ଥ ଅରୋୟେର ଅବଧି ସିୟୋନ, ଅର୍ଥାତ୍, ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ,
49. ପୁଣି ଅସ୍ଦୋଦ୍-ପିସ୍ଗାର ଅଧଃସ୍ଥିତ ପଦାଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ
Total 34 Chapters, Current Chapter 4 of Total Chapters 34
×

Alert

×

oriya Letters Keypad References