ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଏଜ୍ରା
1. ଅନନ୍ତର ବନ୍ଦୀତ୍ଵର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନର ବିପକ୍ଷମାନେ ଶୁଣିଲେ ।
2. ସେତେବେଳେ ସେମାନେ ସରୁବ୍ବାବିଲ ଓ ପିତୃବଂଶ-ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଅନ୍ଵେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସରହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ ।
3. ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ-ପ୍ରଧାନମାନେ ସେମାନଙ୍କୁ କହିଲେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟରାଜ କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା ।
4. ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,
5. ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ-ରାଜ କୋରସ୍ର ଯାବଜ୍ଜୀବନ ଓ ପାରସ୍ୟ-ରାଜ ଦାରୀୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ ।
6. ଆଉ, ଅକ୍ଷଶ୍ଵେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ ।
7. ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ-ରାଜ ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା ।
8. ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ;
9. ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ଵୀୟ, ଏଲମୀୟ ଲୋକମାନେ,
10. ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ଵାରା ଆନୀତ, ପୁଣି ଶମରୀୟା-ନଗରରେ ଓ (ଫରାତ୍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ ।
11. ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ଅନୁଲିପି ଏହି; (ଫରାତ୍) ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ, ଇତ୍ୟାଦି ।
12. ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ କତିକି ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି ।
13. ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର-କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ଵ ବା ମାଶୁଲ ଦେବେ ନାହିଁ, ପୁଣି ଶେଷରେ ତାହା ରାଜଗଣର କ୍ଷତିକର ହେବ ।
14. ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ ।
15. ଆପଣଙ୍କ ପିତୃପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ-ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବ କାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ଘଟାଇଅଛନ୍ତି । ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି ।
16. ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର-କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ଵାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ ।
17. ଏଥିରେ ରାଜା ମନ୍ତ୍ରୀ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ଶମରୀୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ, ଇତ୍ୟାଦି ।
18. ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟ ରୂପେ ପାଠ କରା ଯାଇଅଛି ।
19. ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାʼନ୍ତେ, ଦେଖା ଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରା ଯାଇଅଛି ।
20. ମଧ୍ୟ ଯିରୂଶାଲମରେ ପରାକ୍ରା; ରାଜଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ଵ କଲେ; ଆଉ, ସେମାନଙ୍କୁ କର, ରାଜସ୍ଵ ଓ ମାଶୁଲ ଦିଆଗଲା ।
21. ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନୋହିବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନୋହିବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର ।
22. ପୁଣି ସାବଧାନ, ଏବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ?
23. ତହିଁରେ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯାʼନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ଵାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ ।
24. ତହୁଁ ଯିରୂଶାଲମରେ ପରମେଶ୍ଵରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା । ପୁଣି, ପାରସ୍ୟ-ରାଜ ଦାରୀୟାବସର ଅଧିକାରର ଦ୍ଵିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା ।

ରେକର୍ଡଗୁଡିକ

Total 10 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 10
1 2 3 4 5 6 7 8 9 10
1 ଅନନ୍ତର ବନ୍ଦୀତ୍ଵର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନର ବିପକ୍ଷମାନେ ଶୁଣିଲେ । 2 ସେତେବେଳେ ସେମାନେ ସରୁବ୍ବାବିଲ ଓ ପିତୃବଂଶ-ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଅନ୍ଵେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସରହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ ।
3 ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ-ପ୍ରଧାନମାନେ ସେମାନଙ୍କୁ କହିଲେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟରାଜ କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା ।
4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ, 5 ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ-ରାଜ କୋରସ୍ର ଯାବଜ୍ଜୀବନ ଓ ପାରସ୍ୟ-ରାଜ ଦାରୀୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ । 6 ଆଉ, ଅକ୍ଷଶ୍ଵେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ । 7 ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ-ରାଜ ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା । 8 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ; 9 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ଵୀୟ, ଏଲମୀୟ ଲୋକମାନେ, 10 ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ଵାରା ଆନୀତ, ପୁଣି ଶମରୀୟା-ନଗରରେ ଓ (ଫରାତ୍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ । 11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ଅନୁଲିପି ଏହି; (ଫରାତ୍) ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ, ଇତ୍ୟାଦି । 12 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ କତିକି ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି । 13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର-କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ଵ ବା ମାଶୁଲ ଦେବେ ନାହିଁ, ପୁଣି ଶେଷରେ ତାହା ରାଜଗଣର କ୍ଷତିକର ହେବ । 14 ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ । 15 ଆପଣଙ୍କ ପିତୃପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ-ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବ କାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ଘଟାଇଅଛନ୍ତି । ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି । 16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର-କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ଵାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ । 17 ଏଥିରେ ରାଜା ମନ୍ତ୍ରୀ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ଶମରୀୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ, ଇତ୍ୟାଦି । 18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟ ରୂପେ ପାଠ କରା ଯାଇଅଛି । 19 ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାʼନ୍ତେ, ଦେଖା ଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରା ଯାଇଅଛି । 20 ମଧ୍ୟ ଯିରୂଶାଲମରେ ପରାକ୍ରା; ରାଜଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ଵ କଲେ; ଆଉ, ସେମାନଙ୍କୁ କର, ରାଜସ୍ଵ ଓ ମାଶୁଲ ଦିଆଗଲା । 21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନୋହିବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନୋହିବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର । 22 ପୁଣି ସାବଧାନ, ଏବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ? 23 ତହିଁରେ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯାʼନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ଵାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ । 24 ତହୁଁ ଯିରୂଶାଲମରେ ପରମେଶ୍ଵରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା । ପୁଣି, ପାରସ୍ୟ-ରାଜ ଦାରୀୟାବସର ଅଧିକାରର ଦ୍ଵିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା ।
Total 10 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 10
1 2 3 4 5 6 7 8 9 10
×

Alert

×

Oriya Letters Keypad References