ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ
1. ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀ-ଗଣ, ତୁମ୍ଭେମାନେ ମନୋ-ଯୋଗ କର; ପୃଥିବୀ ଓ ତତ୍ପ ୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।
2. କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟ-ସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ତ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି ।
3. ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ ।
4. ପୁଣି, ଆକାଶମଣ୍ତଳର ସୈନ୍ୟସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ତଳ ଲେଖାପତ୍ର ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମିରି ବୃକ୍ଷର ଜୀର୍ଣ୍ଣପତ୍ର, ସେପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ ।
5. କାରଣ ଆମ୍ଭର ଖଡ଼୍‍ଗ ସ୍ଵର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ ।
6. ସଦାପ୍ରଭୁଙ୍କ ଖଡ଼୍‍ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ତ ହେବ ।
7. ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ ।
8. କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ଵନ୍ଧୀୟ ପ୍ରତିଫଳର ବର୍ଷ ।
9. ପୁଣି, ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ଵଳିତ ଝୁଣା ହେବ ।
10. ତାହା ଦିବାରାତ୍ର ନିର୍ବାଣ ନୋହିବ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନ; କାଳ ତାହାର ମଧ୍ୟ ଦେଇ କେହି ଗମନ କରିବ ନାହିଁ ।
11. ମାତ୍ର ପାଣିଭେଳା ଓ ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଓ ଡାମରାକାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଓ ଶୂନ୍ୟତାରୂପ ଓଳମ ଟାଣିବେ ।
12. ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ଵ କରିବାକୁ ଡାକିବେ; ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ ।
13. ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି ଓ କଣ୍ଟକ ଲତା ବଢ଼ିବ ଓ ତାହା ଶୃଗାଳଗଣର ବାସସ୍ଥାନ ଓ ଉଷ୍ଟ୍ରପକ୍ଷୀ-ଗଣର ଚରାସ୍ଥାନ ହେବ ।
14. ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଓ ଛାଗ ଦେବତା ଆପଣା ସଙ୍ଗୀକି ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ ସ୍ଥାନ ପାଇବ ।
15. ସେସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ଵ ଦେବ ଓ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ ।
16. ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ନୋହିବ, କେହି ଆପଣା ସଙ୍ଗିନୀବିହୀନ ନୋହିବ; କାରଣ ମୋʼ ମୁଖ ଦ୍ଵାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି ।
17. ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ଵାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦା କାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ ।

Notes

No Verse Added

Total 66 Chapters, Current Chapter 34 of Total Chapters 66
ଯିଶାଇୟ 34:15
1. ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀ-ଗଣ, ତୁମ୍ଭେମାନେ ମନୋ-ଯୋଗ କର; ପୃଥିବୀ ତତ୍ପ ୂର୍ଣ୍ଣତା ଶ୍ରବଣ କରୁ; ଜଗତ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।
2. କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ସେମାନଙ୍କର ସମସ୍ତ ସୈନ୍ୟ-ସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ତ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି
3. ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ
4. ପୁଣି, ଆକାଶମଣ୍ତଳର ସୈନ୍ୟସମସ୍ତେ କ୍ଷୟ ପାଇବେ ଗଗନମଣ୍ତଳ ଲେଖାପତ୍ର ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଡିମିରି ବୃକ୍ଷର ଜୀର୍ଣ୍ଣପତ୍ର, ସେପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ
5. କାରଣ ଆମ୍ଭର ଖଡ଼୍‍ଗ ସ୍ଵର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ
6. ସଦାପ୍ରଭୁଙ୍କ ଖଡ଼୍‍ଗ ରକ୍ତରେ ପରିତୃପ୍ତ ମେଦରେ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ତ ହେବ
7. ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ
8. କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ଵନ୍ଧୀୟ ପ୍ରତିଫଳର ବର୍ଷ
9. ପୁଣି, ତହିଁର ସ୍ରୋତସବୁ ଝୁଣାରେ ତହିଁର ଧୂଳି ଗନ୍ଧକରେ ପରିଣତ ହେବ ତହିଁର ଭୂମି ପ୍ରଜ୍ଵଳିତ ଝୁଣା ହେବ
10. ତାହା ଦିବାରାତ୍ର ନିର୍ବାଣ ନୋହିବ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନ; କାଳ ତାହାର ମଧ୍ୟ ଦେଇ କେହି ଗମନ କରିବ ନାହିଁ
11. ମାତ୍ର ପାଣିଭେଳା ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଡାମରାକାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଶୂନ୍ୟତାରୂପ ଓଳମ ଟାଣିବେ
12. ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ଵ କରିବାକୁ ଡାକିବେ; ମାତ୍ର କେହି ସେଠାରେ ଥିବେ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ
13. ତହିଁର ଅଟ୍ଟାଳିକାସକଳରେ କଣ୍ଟକ ତହିଁର ଦୁର୍ଗସବୁରେ ବିଛୁଆତି କଣ୍ଟକ ଲତା ବଢ଼ିବ ତାହା ଶୃଗାଳଗଣର ବାସସ୍ଥାନ ଉଷ୍ଟ୍ରପକ୍ଷୀ-ଗଣର ଚରାସ୍ଥାନ ହେବ
14. ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଛାଗ ଦେବତା ଆପଣା ସଙ୍ଗୀକି ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ ସ୍ଥାନ ପାଇବ
15. ସେସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ଵ ଦେବ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ
16. ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ନୋହିବ, କେହି ଆପଣା ସଙ୍ଗିନୀବିହୀନ ନୋହିବ; କାରଣ ମୋʼ ମୁଖ ଦ୍ଵାରା ସେ ଏହା ଆଜ୍ଞା କରିଅଛନ୍ତି ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି
17. ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ଵାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦା କାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ
Total 66 Chapters, Current Chapter 34 of Total Chapters 66
×

Alert

×

oriya Letters Keypad References