ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲୂକଲିଖିତ ସୁସମାଚାର
1. ଆଉ, କରଗ୍ରାହୀ ଓ ପାପୀ ଲୋକସମସ୍ତେ ତାହାଙ୍କ ବାକ୍ୟ ଶ୍ରବଣ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ ।
2. ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!
3. ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
4. ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶ୍ଵତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
5. ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନିଆସେ,
6. ପୁଣି ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି ।
7. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ଵତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ଵର୍ଗରେ ଅଧିକ ଆନନ୍ଦ ହେବ ।
8. ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯନିରେ ଖୋଜେ ନାହିଁ?
9. ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି କହେ, ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି ।
10. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ଵରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ ।
11. ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ ।
12. ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋʼ ବାଣ୍ଟରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସର୍ବସ୍ଵ ସେମାନଙ୍କୁ ବାଣ୍ଟିଦେଲେ ।
13. ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା ।
14. କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା ।
15. ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲେ;
16. ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୂରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ ।
17. ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି ।
18. ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
19. ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ ।
20. ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ଵନ ଦେଲେ ।
21. ପୁତ୍ର ତାଙ୍କୁ କହିଲା, ବାପା, ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ ।
22. କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନିଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ,
23. ପୁଣି ହୃଷ୍ଟ ପୃଷ୍ଟ ପଶୁ ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
24. କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।
25. ସେତେବେଳେ ତାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶଦ୍ଦ ଶୁଣି,
26. ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା ।
27. ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ପଶୁଟିଏ ମାରିଅଛନ୍ତି ।
28. ସେଥିରେ ସେ ରାଗିଯାଇ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ ।
29. ମାତ୍ର ସେ ପିତାଙ୍କୁ ଉତ୍ତର ଦେଲା, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଗୋଲାମ ପରି ଖଟିଆସିଅଛି, ପୁଣି କେବେ ହେଲେ ତୁମ୍ଭର ଆଜ୍ଞା ଲଙ୍ଘନ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେ ହେଲେ ଛେଳିଛୁଆଟିଏ ସୁଦ୍ଧା ଦେଇ ନାହଁ;
30. କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସର୍ବସ୍ଵ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ମୋଟା ପଶୁଟି ମାରିଲ ।
31. ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋʼ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
32. କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ ଥିଲା ।

Notes

No Verse Added

Total 24 Chapters, Current Chapter 15 of Total Chapters 24
ଲୂକଲିଖିତ ସୁସମାଚାର 15
1. ଆଉ, କରଗ୍ରାହୀ ପାପୀ ଲୋକସମସ୍ତେ ତାହାଙ୍କ ବାକ୍ୟ ଶ୍ରବଣ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ
2. ସେଥିରେ ଫାରୂଶୀମାନେ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ସେମାନଙ୍କ ସହିତ ଭୋଜନ କରେ!
3. ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
4. ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶ୍ଵତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
5. ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନିଆସେ,
6. ପୁଣି ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି
7. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ଵତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ଵର୍ଗରେ ଅଧିକ ଆନନ୍ଦ ହେବ
8. ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ପାଇବା ପର୍ଯ୍ୟନ୍ତ ଯନିରେ ଖୋଜେ ନାହିଁ?
9. ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି କହେ, ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି
10. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ଵରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ
11. ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ
12. ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋʼ ବାଣ୍ଟରେ ପଡ଼ୁଅଛି, ତାହା ମୋତେ ଦେଇଦିଅ ସେଥିରେ ସେ ଆପଣାର ସର୍ବସ୍ଵ ସେମାନଙ୍କୁ ବାଣ୍ଟିଦେଲେ
13. ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା
14. କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା
15. ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲେ;
16. ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୂରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ଥିଲେ
17. ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି
18. ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ତାଙ୍କୁ କହିବି, ବାପା, ଈଶ୍ଵରଙ୍କ ବିରୁଦ୍ଧରେ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
19. ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ
20. ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ଵନ ଦେଲେ
21. ପୁତ୍ର ତାଙ୍କୁ କହିଲା, ବାପା, ଈଶ୍ଵରଙ୍କ ବିରୁଦ୍ଧରେ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ
22. କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନିଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ପାଦରେ ପାଦୁକା ଦିଅ,
23. ପୁଣି ହୃଷ୍ଟ ପୃଷ୍ଟ ପଶୁ ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
24. କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ
25. ସେତେବେଳେ ତାଙ୍କ ବଡ଼ ପୁଅ କ୍ଷେତରେ ଥିଲା ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ନୃତ୍ୟର ଶଦ୍ଦ ଶୁଣି,
26. ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା
27. ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ପଶୁଟିଏ ମାରିଅଛନ୍ତି
28. ସେଥିରେ ସେ ରାଗିଯାଇ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ
29. ମାତ୍ର ସେ ପିତାଙ୍କୁ ଉତ୍ତର ଦେଲା, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଗୋଲାମ ପରି ଖଟିଆସିଅଛି, ପୁଣି କେବେ ହେଲେ ତୁମ୍ଭର ଆଜ୍ଞା ଲଙ୍ଘନ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେ ହେଲେ ଛେଳିଛୁଆଟିଏ ସୁଦ୍ଧା ଦେଇ ନାହଁ;
30. କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସର୍ବସ୍ଵ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ମୋଟା ପଶୁଟି ମାରିଲ
31. ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ସବୁବେଳେ ମୋʼ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
32. କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଆନନ୍ଦ କରିବା ଉଚିତ ଥିଲା
Total 24 Chapters, Current Chapter 15 of Total Chapters 24
×

Alert

×

oriya Letters Keypad References