ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପରମଗୀତ
1. ଯାହାଙ୍କୁ ମୋହର ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ରାତ୍ରିକାଳେ ଆପଣା ଶଯ୍ୟାରେ ଖୋଜିଲି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ ।
2. ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ଗଳି ଗଳି ଓ ଛକେ ଛକେ ଖୋଜିବି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ ।
3. ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ; ମୁଁ ସେମାନଙ୍କୁ ପଚାରିଲି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ କି ତୁମ୍ଭେମାନେ ଦେଖିଲ?
4. ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ଉତ୍ତାରେ ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ପାଇଲି; ମୁଁ ଆପଣା ମାତୃଗୃହକୁ ଓ ମୋʼ ଗର୍ଭଧାରିଣୀଙ୍କ ଅନ୍ତଃପୁରକୁ ନ ଆଣିବା ପର୍ଯ୍ୟନ୍ତ ତାଙ୍କୁ ଧରି ରଖିଲି, ଆଉ ଯିବାକୁ ଦେଲି ନାହିଁ ।
5. ଆଗୋ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ ।
6. ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ?
7. ଦେଖ, ତାହା ଶଲୋମନଙ୍କର ଚତୁର୍ଦ୍ଦୋଳ; ତହିଁ ଚତୁର୍ଦ୍ଦିଗରେ ଇସ୍ରାଏଲୀୟ ବୀରଗଣ ମଧ୍ୟରୁ ଷାଠିଏ ଜଣ ବୀର ଅଛନ୍ତି ।
8. ସେ ସମସ୍ତେ ଖଡ଼୍‍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ଵ ସ୍ଵ ଖଡ଼୍‍ଗ ବନ୍ଧା ଥାଏ ।
9. ଶଲୋମନ ରାଜା ଆପଣା ପାଇଁ ଲିବାନୋନର କାଷ୍ଠର ଏକ ପାଲିଙ୍କି ନିର୍ମାଣ କଲେ ।
10. ସେ ତହିଁର ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁନାର, ତହିଁର ଆସନ ବାଇଗଣିଆ ରଙ୍ଗର କଲେ, ତହିଁର ମଧ୍ୟଭାଗ ଯିରୂଶାଲମର କନ୍ୟାମାନଙ୍କର ଦ୍ଵାରା ପ୍ରେମରେ ମଣ୍ତିତ ।
11. ଆଗୋ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ, ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇଅଛନ୍ତି ।

Notes

No Verse Added

Total 8 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 8
1 2 3 4 5 6 7 8
ପରମଗୀତ 3:11
1 ଯାହାଙ୍କୁ ମୋହର ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ରାତ୍ରିକାଳେ ଆପଣା ଶଯ୍ୟାରେ ଖୋଜିଲି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ । 2 ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ଗଳି ଗଳି ଓ ଛକେ ଛକେ ଖୋଜିବି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ । 3 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ; ମୁଁ ସେମାନଙ୍କୁ ପଚାରିଲି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ କି ତୁମ୍ଭେମାନେ ଦେଖିଲ? 4 ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ଉତ୍ତାରେ ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ପାଇଲି; ମୁଁ ଆପଣା ମାତୃଗୃହକୁ ଓ ମୋʼ ଗର୍ଭଧାରିଣୀଙ୍କ ଅନ୍ତଃପୁରକୁ ନ ଆଣିବା ପର୍ଯ୍ୟନ୍ତ ତାଙ୍କୁ ଧରି ରଖିଲି, ଆଉ ଯିବାକୁ ଦେଲି ନାହିଁ । 5 ଆଗୋ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ । 6 ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ? 7 ଦେଖ, ତାହା ଶଲୋମନଙ୍କର ଚତୁର୍ଦ୍ଦୋଳ; ତହିଁ ଚତୁର୍ଦ୍ଦିଗରେ ଇସ୍ରାଏଲୀୟ ବୀରଗଣ ମଧ୍ୟରୁ ଷାଠିଏ ଜଣ ବୀର ଅଛନ୍ତି । 8 ସେ ସମସ୍ତେ ଖଡ଼୍‍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ଵ ସ୍ଵ ଖଡ଼୍‍ଗ ବନ୍ଧା ଥାଏ । 9 ଶଲୋମନ ରାଜା ଆପଣା ପାଇଁ ଲିବାନୋନର କାଷ୍ଠର ଏକ ପାଲିଙ୍କି ନିର୍ମାଣ କଲେ । 10 ସେ ତହିଁର ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁନାର, ତହିଁର ଆସନ ବାଇଗଣିଆ ରଙ୍ଗର କଲେ, ତହିଁର ମଧ୍ୟଭାଗ ଯିରୂଶାଲମର କନ୍ୟାମାନଙ୍କର ଦ୍ଵାରା ପ୍ରେମରେ ମଣ୍ତିତ । 11 ଆଗୋ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ, ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇଅଛନ୍ତି ।
Total 8 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 8
1 2 3 4 5 6 7 8
Common Bible Languages
West Indian Languages
×

Alert

×

oriya Letters Keypad References