ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଦାଉଦଙ୍କର ପ୍ରାର୍ଥନା । ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ ।
2. ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ଵରପରାୟଣ; ହେ ମୋହର ପରମେଶ୍ଵର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର ।
3. ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ଦିନଯାକ ତୁମ୍ଭ ନିକଟରେ ଡାକ ପକାଏ ।
4. ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ ।
5. ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ ।
6. ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର ।
7. ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ ।
8. ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ ।
9. ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ ।
10. କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ । ତୁମ୍ଭେ ଏକମାତ୍ର ପରମେଶ୍ଵର ଅଟ ।
11. ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର ।
12. ହେ ପ୍ରଭୋ, ମୋʼ ପରମେଶ୍ଵର, ମୁଁ ସର୍ବାନ୍ତଃ-କରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି ।
13. କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ ।
14. ହେ ପରମେଶ୍ଵର, ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ଦୁର; ଲୋକଙ୍କ ମଣ୍ତଳୀ ମୋʼ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି ।
15. ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ଵର, କ୍ରୋଧରେ ଧୀର, ପୁଣି ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ ।
16. ଆହେ, ମୋʼ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର ।
17. ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋʼ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ପ୍ରଭୋ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ଵନା କରିଅଛ ।

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 86 / 150
ଗୀତସଂହିତା 86:169
1 ଦାଉଦଙ୍କର ପ୍ରାର୍ଥନା । ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ । 2 ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ଵରପରାୟଣ; ହେ ମୋହର ପରମେଶ୍ଵର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର । 3 ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ଦିନଯାକ ତୁମ୍ଭ ନିକଟରେ ଡାକ ପକାଏ । 4 ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ । 5 ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ । 6 ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର । 7 ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ । 8 ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ । 9 ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ । 10 କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ । ତୁମ୍ଭେ ଏକମାତ୍ର ପରମେଶ୍ଵର ଅଟ । 11 ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର । 12 ହେ ପ୍ରଭୋ, ମୋʼ ପରମେଶ୍ଵର, ମୁଁ ସର୍ବାନ୍ତଃ-କରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି । 13 କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ । 14 ହେ ପରମେଶ୍ଵର, ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ଦୁର; ଲୋକଙ୍କ ମଣ୍ତଳୀ ମୋʼ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି । 15 ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ଵର, କ୍ରୋଧରେ ଧୀର, ପୁଣି ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ । 16 ଆହେ, ମୋʼ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର । 17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋʼ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ପ୍ରଭୋ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ଵନା କରିଅଛ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 86 / 150
Common Bible Languages
West Indian Languages
×

Alert

×

oriya Letters Keypad References