ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଗୀତ, ଆସଫର ଗୀତ । ହେ ପରମେଶ୍ଵର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ଵର, ନୀରବ ଓ ନିରସ୍ତ ହୁଅ ନାହିଁ ।
2. କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ତଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି ।
3. ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି ।
4. ସେମାନେ କହିଅଛନ୍ତି, ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ ।
5. କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;
6. ଇଦୋମର ତମ୍ଵୁ-ନିବାସୀମାନେ ଓ ଇଶ୍ମାଏଲୀୟ-ମାନେ, ମୋୟାବ ଓ ହାଗରୀୟମାନେ,
7. ଗବାଲ ଓ ଅମ୍ମୋନ୍ ଓ ଅମାଲେକ୍ ଓ ସୋର-ନିବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି ।
8. ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟ-ସନ୍ତାନଗଣର ସାହାଯ୍ୟ କରିଅଛନ୍ତି । [ସେଲା
9. ମିଦୀୟନ ପ୍ରତି, କିଶୋନ୍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର ।
10. ସେମାନେ ଐନ୍ଦୋର୍ ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ଵରୂପ ହେଲେ ।
11. ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ ଓ ସେବର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲ୍ମୁନ୍ନର ସମାନ କର;
12. ସେମାନେ କହିଲେ, ଆସ, ଆମ୍ଭେମାନେ ପରମେଶ୍ଵରଙ୍କ ନିବାସସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ ।
13. ହେ ମୋହର ପରମେଶ୍ଵର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର ।
14. ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ଵଳିତ କରେ;
15. ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ଵାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ତ ବତାସ ଦ୍ଵାରା ସେମାନଙ୍କୁ ଭୟଗ୍ରସ୍ତ କର ।
16. ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ଵେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
17. ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ଵଳ ହେଉନ୍ତୁ; ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;
18. ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ତଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ ।

Notes

No Verse Added

Total 150 Chapters, Current Chapter 83 of Total Chapters 150
ଗୀତସଂହିତା 83:16
1. ଗୀତ, ଆସଫର ଗୀତ ହେ ପରମେଶ୍ଵର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ଵର, ନୀରବ ନିରସ୍ତ ହୁଅ ନାହିଁ
2. କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ତଗୋଳ କରନ୍ତି ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି
3. ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି
4. ସେମାନେ କହିଅଛନ୍ତି, ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ଦେଉ
5. କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;
6. ଇଦୋମର ତମ୍ଵୁ-ନିବାସୀମାନେ ଇଶ୍ମାଏଲୀୟ-ମାନେ, ମୋୟାବ ହାଗରୀୟମାନେ,
7. ଗବାଲ ଅମ୍ମୋନ୍ ଅମାଲେକ୍ ସୋର-ନିବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି
8. ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟ-ସନ୍ତାନଗଣର ସାହାଯ୍ୟ କରିଅଛନ୍ତି ସେଲା
9. ମିଦୀୟନ ପ୍ରତି, କିଶୋନ୍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର
10. ସେମାନେ ଐନ୍ଦୋର୍ ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ଵରୂପ ହେଲେ
11. ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ ସେବର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ସଲ୍ମୁନ୍ନର ସମାନ କର;
12. ସେମାନେ କହିଲେ, ଆସ, ଆମ୍ଭେମାନେ ପରମେଶ୍ଵରଙ୍କ ନିବାସସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ
13. ହେ ମୋହର ପରମେଶ୍ଵର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର
14. ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ଵଳିତ କରେ;
15. ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ଵାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଆପଣା ପ୍ରଚଣ୍ତ ବତାସ ଦ୍ଵାରା ସେମାନଙ୍କୁ ଭୟଗ୍ରସ୍ତ କର
16. ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ଵେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
17. ସେମାନେ ସଦାକାଳ ଲଜ୍ଜିତ ବିହ୍ଵଳ ହେଉନ୍ତୁ; ସେମାନେ ହତାଶ ବିନଷ୍ଟ ହେଉନ୍ତୁ;
18. ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ତଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ
Total 150 Chapters, Current Chapter 83 of Total Chapters 150
×

Alert

×

oriya Letters Keypad References