ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଆସଫର ଗୀତ । ପରମେଶ୍ଵର ପରମେଶ୍ଵରଙ୍କ ମଣ୍ତଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି ।
2. ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? [ସେଲା
3. ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର ।
4. ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର ।
5. ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ ।
6. ମୁଁ କହିଲି, ତୁମ୍ଭେମାନେ ଈଶ୍ଵରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ ।
7. ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ ।
8. ହେ ପରମେଶ୍ଵର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ ।

Notes

No Verse Added

Total 150 Chapters, Current Chapter 82 of Total Chapters 150
ଗୀତସଂହିତା 82:22
1. ଆସଫର ଗୀତ ପରମେଶ୍ଵର ପରମେଶ୍ଵରଙ୍କ ମଣ୍ତଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି
2. ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? ସେଲା
3. ତୁମ୍ଭେମାନେ ଦରିଦ୍ର ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର
4. ଦରିଦ୍ର ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର
5. ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ
6. ମୁଁ କହିଲି, ତୁମ୍ଭେମାନେ ଈଶ୍ଵରଗଣ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ
7. ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଜଣେ ଅଧିପତି ତୁଲ୍ୟ ପତିତ ହେବ
8. ହେ ପରମେଶ୍ଵର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ
Total 150 Chapters, Current Chapter 82 of Total Chapters 150
×

Alert

×

oriya Letters Keypad References